ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଧମକ!

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମକୁ ଏବେ ଧମକ ମିଳିଛି। ଏ ସମ୍ପର୍କରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ବିସିସିଆଇକୁ ଏହି ସୂଚନା ମିଳିଛି। ଏହାର ଖୁଲାସା କରିଛି ପାକିସ୍ତାନର ଜିଓ ଟିଭି। ଜିଓ ଟିଭିର ରିପୋର୍ଟ ଅନୁଯାୟୀ, ଭାରତୀୟ ଟିମକୁ ତୁରନ୍ତ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ କରିବାକୁ ପିସିବି ଏକ ଇମେଲ କରିଛି। ଏହି ଇମେଲ ପିସିବି ନିକଟକୁ ଆସିଥିଲା। କିନ୍ତୁ ବିସିସିଆଇ ଏଭଳି ଗୁଜବକୁ ଖଣ୍ଡନ କରିଛି। ଆଇସିସି ଜରିଆରେ ପିସିବି ଏହି […]

india1

india1

Ranjit Kumar Jena
  • Published: Sunday, 18 August 2019
  • Updated: 18 August 2019, 10:41 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମକୁ ଏବେ ଧମକ ମିଳିଛି। ଏ ସମ୍ପର୍କରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ବିସିସିଆଇକୁ ଏହି ସୂଚନା ମିଳିଛି। ଏହାର ଖୁଲାସା କରିଛି ପାକିସ୍ତାନର ଜିଓ ଟିଭି। ଜିଓ ଟିଭିର ରିପୋର୍ଟ ଅନୁଯାୟୀ, ଭାରତୀୟ ଟିମକୁ ତୁରନ୍ତ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ କରିବାକୁ ପିସିବି ଏକ ଇମେଲ କରିଛି। ଏହି ଇମେଲ ପିସିବି ନିକଟକୁ ଆସିଥିଲା। କିନ୍ତୁ ବିସିସିଆଇ ଏଭଳି ଗୁଜବକୁ ଖଣ୍ଡନ କରିଛି।

ଆଇସିସି ଜରିଆରେ ପିସିବି ଏହି ଇମେଲକୁ ବିସିସିଆଇ ନିକଟକୁ ପଠାଇଛି ଏବଂ ଭାରତୀୟ କ୍ରିକେଟ ବୋର୍ଡ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ସୂଚନା ଦେଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଟିମ୍ ଇଣ୍ଡିଆର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବୋର୍ଡ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ଆଶ୍ୱାସନା ଦେଇଛି। ଫଳସ୍ୱରୂପ ଏବେଠାରୁ ଭାରତୀୟ ଟିମର ବସ୍ ସହ ଏକ ସଶସ୍ତ୍ର ଗାର୍ଡଙ୍କ ସହ ଏକ୍ସର୍ଟ ଗାଡ଼ି ମଧ୍ୟ ଯିବ।

ଏହି ଖବର ସାମ୍ନାକୁ ଆସିବା ପରେ ଟିମ୍ ଇଣ୍ଡିଆ ମ୍ୟାନେଜର୍ ସୁନୀଲ ସୁବ୍ରମଣ୍ୟମ ସବୁ ଖେଳାଳିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୌଣସି ସ୍ଥାନକୁ ଯିବାଆସିବା କରିବା ପୂର୍ବରୁ ମ୍ୟାନେଜମେଣ୍ଟକୁ ଏହାର ସଠିକ ସୂଚନା ଦେବାକୁ ମଧ୍ୟ କୁହାଯାଇଛି। ଧମକ ଥିବା ଇ-ମେଲ୍ ଆସିବା ପରେ ଘନଘନ ବୈଠକ କରାଯାଇଛି। ଏଥିରେ ୱେଷ୍ଟଇଣ୍ଡିଜ୍ ବୋର୍ଡ ବ୍ୟତୀତ ଖେଳାଳିଙ୍କ ସହ ଅଲଗା ଅଲଗା ବୈଠକ କରାଯାଇଥିବା ସୂଚନା ମିଳିଛି।

ବର୍ତ୍ତମାନ ଭାରତୀୟ ଟିମ୍ ଆଣ୍ଟିଗ୍ଵାରେ ଅଛନ୍ତି, ଯେଉଁଠାରେ ୨୨ ଅଗଷ୍ଟରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଏହି ମୁକାବିଲା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବିଶ୍ୱକପ୍ ବେଳେ ମଧ୍ୟ ଟିମ୍ ଇଣ୍ଡିଆର ସୁରକ୍ଷାକୁ ନେଇ ଆଶଙ୍କା ଥିବାରୁ ଭାରତୀୟ ଖେଳାଳିଙ୍କ ସୁରକ୍ଷା ବଢ଼ାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos