କୋହଲି, ଧୋନି ଏବଂ ତେନ୍ଦୁଲକରଙ୍କୁ  କିଏ କରିଥିଲେ ଆବିଷ୍କାର , ପଢନ୍ତୁ କ୍ରିକେଟର ଗୁରୁ ଶିଷ୍ୟ ସମ୍ପର୍କରେ କିଛି ତଥ୍ୟ

ନୂଆଦିଲ୍ଲୀ: କୁହାଯାଏ ଦକ୍ଷତା ଏବଂ ଅକ୍ଲାନ୍ତ ପରିଶ୍ରମର ବିଳକ୍ପ ନାହିଁ। ନିରବଛିନ୍ନ ପ୍ରୟାସ, ପ୍ରଚେଷ୍ଟା, ଶକ୍ତି ସାମ୍ୟର୍ଥ ଏବଂ ସାଧନା ବଳରେ ଜଣେ ସଫଳତାର ଶିଖରରେ ଛୁଇଁ ପାରେ ସତ  ହେଲେ ଏହା ପଛରେ ନିଶ୍ଚୟ କେହି ନା କେହି ଗୁରୁର ଅବଦାନ ଥିବ ନିଶ୍ଚୟ। କାରଣ ବିନା ଗୁରୁ ମନ୍ତ୍ର୍ରରେ  କେହି ଜଣେ ନିଜ ଉଦ୍ୟମ ବଳରେ ସଫଳତା ଲାଭ କରିପାରେ କିନ୍ତୁ  ସିଦ୍ଧି ମିଳିବା କଷ୍ଟକର।  ଏହା ଯେକୌଣସି କ୍ଷେତ୍ର ଏବଂ ଯେ କୌଣସି […]

BBpI0sB

BBpI0sB

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 09:01 AM IST

Sports

Latest News

ନୂଆଦିଲ୍ଲୀ: କୁହାଯାଏ ଦକ୍ଷତା ଏବଂ ଅକ୍ଲାନ୍ତ ପରିଶ୍ରମର ବିଳକ୍ପ ନାହିଁ। ନିରବଛିନ୍ନ ପ୍ରୟାସ, ପ୍ରଚେଷ୍ଟା, ଶକ୍ତି ସାମ୍ୟର୍ଥ ଏବଂ ସାଧନା ବଳରେ ଜଣେ ସଫଳତାର ଶିଖରରେ ଛୁଇଁ ପାରେ ସତ  ହେଲେ ଏହା ପଛରେ ନିଶ୍ଚୟ କେହି ନା କେହି ଗୁରୁର ଅବଦାନ ଥିବ ନିଶ୍ଚୟ। କାରଣ ବିନା ଗୁରୁ ମନ୍ତ୍ର୍ରରେ  କେହି ଜଣେ ନିଜ ଉଦ୍ୟମ ବଳରେ ସଫଳତା ଲାଭ କରିପାରେ କିନ୍ତୁ  ସିଦ୍ଧି ମିଳିବା କଷ୍ଟକର।  ଏହା ଯେକୌଣସି କ୍ଷେତ୍ର ଏବଂ ଯେ କୌଣସି ବ୍ୟକ୍ତି ପାଇଁ ପ୍ରଜୁଜ୍ୟ। ଆଜି ଯଦି କ୍ରିକେଟ ଜଗତକୁ ଦେଖାଯାଏ ଏହାର ଅନେକ ଉଦାହରଣ ସାମ୍ନାକୁ ଆସିବ। କ୍ରିକେଟର ମହେନ୍ଦ୍ର ସିଂ ଧୋନି ହୁଅନ୍ତୁ କି ବିରାଟ କୋହଲି ଅବା ତେନ୍ଦୁଲକର ହୁଅନ୍ତୁ ଏମାନଙ୍କ ପାଇଁ ଯୁବପିଢୀ ପାଗଳ।  ଖେଳରେ ଚମତ୍କାର ପ୍ରଦର୍ଶନ ଏବଂ ଟିମ୍‌ର ବଳିଷ୍ଟ ନେତୃତ୍ୱ ନେବାର କଳା ଏହି କ୍ରିକେଟରମାନଙ୍କୁ ଲୋକପ୍ରିୟ କରିପାରିଛି। ପରିଶ୍ରମ ଏବଂ ନିଷ୍ଠା ବଳରେ କ୍ରିକେଟ ଜଗତରେ ଏମାନେ ବଡ଼ ବଡ଼ ଷ୍ଟାର ହୋଇଛନ୍ତି ସତ କିନ୍ତୁ  ଏଥିପାଇଁ କିଛି ପୁରୁଣା ଖେଳାଳିଙ୍କ ଅବଦାନ ଅତୁଳନୀୟ। ଏହି ମର୍ମରେ ବିରେନ୍ଦ୍ର ସେହୱାଗଙ୍କ ଗୁରୁ ହେଉଛନ୍ତି ନଭଜ୍ୟୋତ ସିଂ ସିଦ୍ଧୁ। ଏକଥା ନିଜେ ଭିରୁ ମଧ୍ୟ ସ୍ୱୀକାର କରନ୍ତି। ସେହୱାଗଙ୍କ କହିବା ଅନୁଯାୟୀ ତାଙ୍କ ପ୍ରତିଭାକୁ ସିଦ୍ଧୁ ହିଁ ଚିହ୍ନିପାରିଥିଲେ।

ଆଉ ତାଙ୍କରି ସହଯୋଗରେ ସେ ଏତେବାଟ ଆସିପାରିଛନ୍ତି ବୋଲି ସେହୱାଗ କୁହନ୍ତି। ସେହିପରି ପାକିସ୍ତାନର ଇମ୍ରାନ ଖାନ୍‌ଙ୍କ ଗୁରୁ ହେଉଛନ୍ତି ୱାକର ୟୁନିଶ। ସେହିପରି ଅଷ୍ଟ୍ରେଲିଆର  ପ୍ରସିଦ୍ଧ ସ୍ପିନର ସେନ୍‌ ୱାନଙ୍କ ଗୁରୁ ହେଉଛନ୍ତି ଆଲାନ୍‌ ବୋଡ଼ର। ୱାସିମ ଆକ୍ରମଙ୍କ ଗୁରୁ ହେଉଛନ୍ତି ଜାଭେଦ୍ ମିଁଆଦାଦ। ସେହିପରି ଏମ.ଏସ. ଧୋନିଙ୍କ ଗୁରୁ ହେଉଛନ୍ତି ପ୍ରକାଶ ପୋଦାର ଏବଂ ସୌରଭ ଗାଙ୍ଗୁଲି।  ବେଙ୍ଗଲର ପୂର୍ବତନ କ୍ୟାପ୍ଟେନ୍ ପ୍ରକାଶ ପୋଦାର ବିସିସିଆଇ ଟେଲେଣ୍ଟ ରିସର୍ଚ୍ଚ ଡେଭଲପମେଣ୍ଟ ଅଫିସର ଭାବେ ନିଯୁକ୍ତ ଥିଲେ। ଏହି ସମୟରେ ଜାମସେଦପୁରରର ୧୯ ବର୍ଷରୁ କମ୍‌ କ୍ରିକେଟରେ ଧୋନିଙ୍କ ପ୍ରଦର୍ଶନ ଦେଖି ପ୍ରକାଶ ପୋଦାର ପ୍ରଭାବିତ ହୋଇଥିଲେ। ଦିନେ ନା ଦିନେ ଧୋନି ଜଣେ ବଡ଼ ଖେଳାଳି  ହୋଇ ବାହାରିବେ ବୋଲି ସେ ଆଶା କରିଥିଲେ। ଏହି ତାଲିକାରେ ଇଞ୍ଜମାମ୍‌-ଉଲ-ହକଙ୍କ ଗୁରୁ ହେଉଛନ୍ତି ଇମ୍ରାନ୍‌  ଖାନ୍। ସେହିପରି ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଟେଷ୍ଟ କ୍ରିକେଟର କ୍ୟାପ୍ଟେନ ଥିବା ବିରାଟ କୋହଲିଙ୍କ ଗୁରୁ ହେଉଛନ୍ତି ରାଜ୍‌କୁମାର ଶର୍ମା।

ଦିଲ୍ଲୀର ପୂର୍ବତନ ସ୍ପିନର ରାଜ୍‌କୁମାର କୋହଲିଙ୍କ ପିଲାଦିନର କ୍ରିକେଟ ଗୁରୁ। କୋହଲିଙ୍କୁ ଯେତେବଳେ ୯ ବର୍ଷ ହୋଇଥିଲା ତାଙ୍କ ବାପା ତାଙ୍କୁ ଗାଇହ୍ ପାଇଁ ରାଜ୍‌କୁମାର ଶର୍ମାଙ୍କୁ ପାଖକୁ ଆଣିଥିଲେ। ରାଜ୍‌କୁମାରଙ୍କ ଠାରୁ ଅନେକ କୌଶଳ ଶିକ୍ଷାଦାନ କରିଛନ୍ତି କୋହଲି। ଏହି କ୍ରମରେ ଚେତେଶ୍ୱର ପୂଜାରାଙ୍କ ଗୁରୁ ହେଉଛନ୍ତି କିରନ ମୋରେ। ଆଜିଙ୍କ୍ୟା ରାହାଣେଙ୍କ ଗୁରୁ ହେଉଛନ୍ତି ରାହୁଲ ଦ୍ରାବିଡ଼। ସେହିପରି କ୍ରିକେଟର କିମ୍ବଦନ୍ତି ସଚ୍ଚିନ ତେନ୍ଦୁଲକର ନିଜର ଗୁରୁଭାବେ ସୁନିଲ ଗାଭାସ୍କରଙ୍କୁ ମାନନ୍ତି। ୧୯୮୭ରେ ତେନ୍ଦୁଲକରଙ୍କୁ ଲିଟିଲ ମାଷ୍ଟର ଭାବେ ଗାଭାସ୍କର ହିଁ ଆଖ୍ୟା ଦେଇଥିଲେ । ସେହିପରି ଦିଲ୍ଲିପ ଭେଙ୍ଗସରକାରଙ୍କୁ  ଯୁବରାଜ ସିଂ ଗୁରୁ ବୋଲି ମାନନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos