ଏଥର ଜନ୍ମଦିନ ମନାଇବେ ନାହିଁ ମାଷ୍ଟର୍ ବ୍ଲାଷ୍ଟର୍‌

ମୁମ୍ବାଇ: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଚଳିତ ବର୍ଷ ନିଜର ଜନ୍ମଦିନ ମନାଇବେ ନାହିଁ। ଦୁଇ ଦିନକ ପରେ ଅର୍ଥାତ୍ ଏପ୍ରିଲ୍ ୨୪ ତାରିଖରେ ସଚିନ ୪୭ ବର୍ଷ ବୟସରେ ପଦାର୍ପଣ କରିବେ। ଯେହେତୁ ବର୍ତ୍ତମାନ କରୋନାଭାଇରସ୍ ଯୋଗୁ ଚାରିଆଡ଼େ ଲକଡାଉନ୍ ଜାରି ରହିଛି, ତେଣୁ ଏହାକୁ ଆଖି ଆଗରେ ସଚିନ୍ ଚଳିତ ବର୍ଷ ନିଜ ନିଜର ଜନ୍ମଦିନ ପାଳନ ନକରିବାକୁ ମନସ୍ଥ କରିଛନ୍ତି। ସାଧାରଣତଃ ସଚିନ ନିଜର ଜନ୍ମଦିନକୁ ଗ୍ରାଣ୍ଡ ଭାବେ ପାଳନ କରନ୍ତି। ଏଥିରେ ଅନେକ […]

sachin

Ranjit Kumar Jena
  • Published: Wednesday, 22 April 2020
  • , Updated: 22 April 2020, 03:50 PM IST

ମୁମ୍ବାଇ: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଚଳିତ ବର୍ଷ ନିଜର ଜନ୍ମଦିନ ମନାଇବେ ନାହିଁ। ଦୁଇ ଦିନକ ପରେ ଅର୍ଥାତ୍ ଏପ୍ରିଲ୍ ୨୪ ତାରିଖରେ ସଚିନ ୪୭ ବର୍ଷ ବୟସରେ ପଦାର୍ପଣ କରିବେ। ଯେହେତୁ ବର୍ତ୍ତମାନ କରୋନାଭାଇରସ୍ ଯୋଗୁ ଚାରିଆଡ଼େ ଲକଡାଉନ୍ ଜାରି ରହିଛି, ତେଣୁ ଏହାକୁ ଆଖି ଆଗରେ ସଚିନ୍ ଚଳିତ ବର୍ଷ ନିଜ ନିଜର ଜନ୍ମଦିନ ପାଳନ ନକରିବାକୁ ମନସ୍ଥ କରିଛନ୍ତି।

ସାଧାରଣତଃ ସଚିନ ନିଜର ଜନ୍ମଦିନକୁ ଗ୍ରାଣ୍ଡ ଭାବେ ପାଳନ କରନ୍ତି। ଏଥିରେ ଅନେକ ଜଣାଶୁଣା ବ୍ୟକ୍ତି ମଧ୍ୟ ସାମିଲ୍ ହୁଅନ୍ତି। କିନ୍ତୁ ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହି କାରଣରୁ ସଚିନ ନିଜ ଜନ୍ମଦିନକୁ ସେଲିବ୍ରେଟ୍ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟରୁ ଅବସର ନେବା ପରେ ମଧ୍ୟ ସଚିନ ଯେଉଁଠିକି ଯାଉଥିଲେ, ତାଙ୍କର ଜନ୍ମଦିନ ଭବ୍ୟ ଭାବେ ପାଳନ କରାଯାଉଥିଲା। କିନ୍ତୁ ଗତ କିଛି ବର୍ଷ ସଚିନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ସହ ନିଜର ଜନ୍ମଦିନ ପାଳନ କରିଆସୁଛନ୍ତି।

ଏଥର ଲକଡାଉନ୍ ଯୋଗୁ ସଚିନ ନିଜ ଘରେ ଅଛନ୍ତି ଏବଂ ସେ ମଧ୍ୟ ନିଜ ଘରେ ଜନ୍ମଦିନ ମନାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସଚିନ ଚାହାନ୍ତି ଯେ ସମସ୍ତେ ଯେପରି ସାମାଜିକ ଦୂରତ୍ୱର ଅନୁପାଳନ କରନ୍ତୁ। ତା'ଛଡ଼ା ଯେଉଁଠି ସାରା ବିଶ୍ୱ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି, ତେଣୁ ଜନ୍ମଦିନ ମନାଇବାର କୌଣସି ମତଲବ ହିଁ ନାହିଁ।

Related story