ଥାଲଇ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍: ସେମିଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଓଡ଼ିଆ ତାରକା ପ୍ରମୋଦ ଭଗତ ଚଳିତ ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ସେ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ୨୧-୧୮, ୨୧-୧୯ ଗେମରେ ପରାସ୍ତ କରି ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି। ଆସନ୍ତାକାଲି ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକ୍ ଫୁଜିହାରାଙ୍କୁ ଭେଟିବେ। ସେହିପରି ଡବଲ୍ସରେ ପ୍ରମୋଦ ନିଜ ଦେଶର ମନୋଜ ସରକାରଙ୍କ ସହ […]

pramod

Ranjit Kumar Jena
  • Published: Thursday, 19 September 2019
  • , Updated: 19 September 2019, 09:09 PM IST

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଓଡ଼ିଆ ତାରକା ପ୍ରମୋଦ ଭଗତ ଚଳିତ ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଗୁରୁବାର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ସେ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ୨୧-୧୮, ୨୧-୧୯ ଗେମରେ ପରାସ୍ତ କରି ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି। ଆସନ୍ତାକାଲି ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକ୍ ଫୁଜିହାରାଙ୍କୁ ଭେଟିବେ।

ସେହିପରି ଡବଲ୍ସରେ ପ୍ରମୋଦ ନିଜ ଦେଶର ମନୋଜ ସରକାରଙ୍କ ସହ ମିଶି କ୍ୱାର୍ଟରଫାଇନାଲରେ ଫ୍ରାନ୍ସର ମାଥ୍ୟୁ ଥୋମାସ ଓ ଭାରତର ନିତେଶ କୁମାରଙ୍କୁ ୨୧-୧୭, ୨୨-୨୦ ଗେମରେ ପରାସ୍ତ କରିଛନ୍ତି। ସେମିରେ ପ୍ରମୋଦ ଓ ମନୋଜଙ୍କ ସାମ୍ନା ଥାଇଲ୍ୟାଣ୍ଡର ଚାୱାରତ୍ କିଟ୍ଟିଚୋକୱାଟ୍ଟାନା ଏବଂ ସାଙ୍ଗନିଲ୍ ସିଙ୍ଘାଙ୍କ ସହ ହେବ।

Related story