ବର୍ଷା ଧୋଇଦେଲା ପ୍ରଥମ ଟି-୨୦

ଧର୍ମଶାଳା: ଯାହା ଆଶଙ୍କା କରାଯାଉଥିଲା, ଠିକ୍ ସେୟା ହୋଇଛି। ଲଗାତାର ବର୍ଷା ଯୋଗୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ଧର୍ମାଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମରେ ହେବାର ଥିଲା, କିନ୍ତୁ ନିୟମିତ ବର୍ଷା ଯୋଗୁ ଟସ୍ ପଡ଼ିପାରି ନଥିଲା। ଏଚପିସିଏର ଷ୍ଟାଡିୟମରେ ପାଣି ନିଷ୍କାସନ ପାଇଁ ଉନ୍ନତ ବ୍ୟବସ୍ଥା ଅଛି, କିନ୍ତୁ ବର୍ଷା ଏହା କରିବାକୁ ସୁଯୋଗ ଦେଇନାହିଁ। ସିରିଜର […]

hpca

Ranjit Kumar Jena
  • Published: Sunday, 15 September 2019
  • , Updated: 15 September 2019, 08:10 PM IST

ଧର୍ମଶାଳା: ଯାହା ଆଶଙ୍କା କରାଯାଉଥିଲା, ଠିକ୍ ସେୟା ହୋଇଛି। ଲଗାତାର ବର୍ଷା ଯୋଗୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ଧର୍ମାଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମରେ ହେବାର ଥିଲା, କିନ୍ତୁ ନିୟମିତ ବର୍ଷା ଯୋଗୁ ଟସ୍ ପଡ଼ିପାରି ନଥିଲା।

ଏଚପିସିଏର ଷ୍ଟାଡିୟମରେ ପାଣି ନିଷ୍କାସନ ପାଇଁ ଉନ୍ନତ ବ୍ୟବସ୍ଥା ଅଛି, କିନ୍ତୁ ବର୍ଷା ଏହା କରିବାକୁ ସୁଯୋଗ ଦେଇନାହିଁ। ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୧୮ ତାରିଖରେ ମୋହାଲି ଏବଂ ତୃତୀୟ ମ୍ୟାଚ୍ ୨୨ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ।

ଧର୍ମଶାଳାରେ ଶନିବାର ଦ୍ୱିପହରରେ ବର୍ଷା ହୋଇଥିଲା ଏବଂ ଏହା ପରେ ଆଜି ଦ୍ୱିପହରରୁ ଲଗାତାର ବର୍ଷା ଲାଗି ରହିଛି। ତେବେ ଅପରାହ୍ନ ୩ଟା ବେଳେ ବର୍ଷା ଛାଡ଼ିଥିଲା। କିନ୍ତୁ ଅଧ ଘଣ୍ଟା ପରେ ପୁଣିଥରେ ବର୍ଷା ଆରମ୍ଭ ହୋଇଥିଲା, ଯାହା ପରେ ଆଉ ଏହା କମି ନଥିଲା। ମ୍ୟାଚ୍ ବାତିଲ ହେବା ଦ୍ୱାରା ପ୍ରଶଂସକ ଖୁବ୍ ନିରାଶ ହୋଇଛନ୍ତି।

Related story