ବିଶ୍ୱକପ୍‌: ମନ ମୋହିଲା ‘ଜେଜେମା’ଙ୍କ କ୍ରିକେଟ୍‌ ପ୍ରେମ

ବର୍ମିଂହାମ୍‌: ବାଂଲାଦେଶ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଆଜିର ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ କେବଳ ରୋହିତ ଶର୍ମାଙ୍କ ଶତକ ନଥିଲା, କିଛି ଭାରତୀୟ ଫ୍ୟାନ୍‌ଙ୍କ ଉତ୍ସାହ ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେପରି ଜଣେ ୮୭ ବର୍ଷ ବୟସ୍କା ମହିଳା ଫ୍ୟାନ୍‌ ଏବେ ଇଣ୍ଟରନେଟ୍‌ ‘ଜେଜେମା’ ପାଲଟିଛନ୍ତି। ସେ ଏପରି ଉତ୍ସାହିତ ଥିଲେ ଯେ ଏହି ଦୃଶ୍ୟକୁ ଉତ୍ତୋଳନ କରିଥିବା କ୍ୟାମେରାମ୍ୟାନ୍‌ଙ୍କୁ ବି ଲୋକେ ଧନ୍ୟବାଦ ଜଣାଇଛନ୍ତି। ଏହି ବୟସ୍କା ମହିଳା ହର୍ଣ୍ଣ ବଜାଇ ସମସ୍ତଙ୍କ […]

fan

fan

Subrat Kumar Nayak
  • Published: Tuesday, 02 July 2019
  • Updated: 02 July 2019, 10:14 PM IST

Sports

Latest News

ବର୍ମିଂହାମ୍‌: ବାଂଲାଦେଶ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଆଜିର ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ କେବଳ ରୋହିତ ଶର୍ମାଙ୍କ ଶତକ ନଥିଲା, କିଛି ଭାରତୀୟ ଫ୍ୟାନ୍‌ଙ୍କ ଉତ୍ସାହ ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେପରି ଜଣେ ୮୭ ବର୍ଷ ବୟସ୍କା ମହିଳା ଫ୍ୟାନ୍‌ ଏବେ ଇଣ୍ଟରନେଟ୍‌ ‘ଜେଜେମା’ ପାଲଟିଛନ୍ତି। ସେ ଏପରି ଉତ୍ସାହିତ ଥିଲେ ଯେ ଏହି ଦୃଶ୍ୟକୁ ଉତ୍ତୋଳନ କରିଥିବା କ୍ୟାମେରାମ୍ୟାନ୍‌ଙ୍କୁ ବି ଲୋକେ ଧନ୍ୟବାଦ ଜଣାଇଛନ୍ତି।

ଏହି ବୟସ୍କା ମହିଳା ହର୍ଣ୍ଣ ବଜାଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ସୋଶାଲ ମିଡିଆରେ ପ୍ରଶଂସକମାନେ ତାଙ୍କର ଭିଡିଓ ଓ ଫଟୋ ଶେୟାର କରି ତାଙ୍କ ଉତ୍ସାହ ପାଇଁ ବାହାବା କରୁଛନ୍ତି। ୮୭ ବର୍ଷ ବୟସ୍କା ଏହି କ୍ରିକେଟ ପ୍ରେମୀଙ୍କ ନାଁ ଚାରୁଲତା ପଟେଲ। ସେ କହିଛନ୍ତି, ଏହି ଦଳ ମୋ ଦଳ, ଖେଳାଳିମାନେ ମୋ ପିଲାମାନଙ୍କ ପରି।

ଦେଖନ୍ତୁ ତାଙ୍କର ହର୍ଣ୍ଣ ବଜାଇବାର ଦୃଶ୍ୟ ଏବଂ ଆଉ କିଛି ମଜାଦାର ମନ୍ତବ୍ୟ ଥିବା ଟ୍ୱିଟ୍‌।
https://twitter.com/Shubham_RSS_BJP/status/1146031663282937856?s=20
https://twitter.com/EkMastAadmi/status/1146035167863234560?s=20
https://twitter.com/SanchitSahu10/status/1146035950675345408?s=20
https://twitter.com/tic_speaks/status/1146044085502791680?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos