ରାଇନାଙ୍କଠୁ ସଚିନ୍‌ଙ୍କ ପର୍ଯ୍ୟନ୍ତ, କାହିଁକି ସଭିଙ୍କ ମନ ଜିଣିଛନ୍ତି ଏହି ବ୍ରିଟିଶ୍ ଡ୍ରାଇଭର୍‌

ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳିମାନେ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ସମୟରେ ଟିମ୍‌ ମେମ୍ବରଙ୍କ ବ୍ୟତୀତ ଅନ୍ୟଜଣେ ସଦସ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟିମ୍‌ ଇଣ୍ଡିଆର ବସ୍‌ ଚାଳକ ଜେଫ୍‌ ଗୁଡ୍‌ୱିନ୍‌। ୧୯୯୯ରୁ ଜେଫ୍ ଟିମ୍ ‍ଇଣ୍ଡିଆର କ୍ରିକେଟରମାନେ ଯାଉଥିବା ବସ୍‌ ‍ଚଳାଇ ଆସୁଛନ୍ତି। ନିଜର ସମୟାନୁବର୍ତ୍ତିତା ଏବଂ କାର୍ଯ୍ୟ ପ୍ରତି ଥିବା ନିଷ୍ଠା ପାଇଁ ସେ […]

Jeff-Goodwin-who-drives-the-Team-India-bus-in-England.

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 10:09 PM IST

ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳିମାନେ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ସମୟରେ ଟିମ୍‌ ମେମ୍ବରଙ୍କ ବ୍ୟତୀତ ଅନ୍ୟଜଣେ ସଦସ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟିମ୍‌ ଇଣ୍ଡିଆର ବସ୍‌ ଚାଳକ ଜେଫ୍‌ ଗୁଡ୍‌ୱିନ୍‌। ୧୯୯୯ରୁ ଜେଫ୍ ଟିମ୍ ‍ଇଣ୍ଡିଆର କ୍ରିକେଟରମାନେ ଯାଉଥିବା ବସ୍‌ ‍ଚଳାଇ ଆସୁଛନ୍ତି। ନିଜର ସମୟାନୁବର୍ତ୍ତିତା ଏବଂ କାର୍ଯ୍ୟ ପ୍ରତି ଥିବା ନିଷ୍ଠା ପାଇଁ ସେ ଆଜି ଚର୍ଚ୍ଚାରେ।


ନିକଟରେ ଜେଫ୍‌ଙ୍କ ପତ୍ନୀଙ୍କ ଦେହ ଖରାପ ହୋଇ ଯାଇଥିଲା। ତଥାପି ସେ ନିଜ କର୍ତ୍ତବ୍ୟରେ ଅବହେଳା କରି ନଥିଲେ। ଏ କଥା ଜାଣିବା ପରେ ଭାରତୀୟ ଦଳର ଖେଳାଳି ସୁରେଶ ରାଇନା ପ୍ରଥମେ ତାଙ୍କୁ ସାହାଯ୍ୟ କରିଥିଲେ। ରାଇନାଙ୍କ ଏଭଳି ବ୍ୟବହାରରେ ଜେଫ୍‌ ଖୁବ୍ ଆନନ୍ଦିତ ହୋଇଛନ୍ତି।

ଏହି ଘଟଣା ପରେ ଜେଫ୍‌ କ୍ରିକେଟର୍‌ମାନଙ୍କର କିଛି ଅଜଣା କଥା ସମସ୍ତଙ୍କୁ ଜଣାଇଛନ୍ତି। ଖେଳାଳିମାନେ କେମିତି ରାତି ୨ଟା ପର୍ଯ୍ୟନ୍ତ ଡ୍ରେସିଂ ରୁମ୍‌ରେ ରହି ପାର୍ଟି କରିଥାନ୍ତି, ସେ ସମ୍ପର୍କରେ ଜଣାଇଛନ୍ତି। ଅବଶ୍ୟ ଏବେ ସେମିତି ପାର୍ଟି ହେଉ ନଥିବା ସେ କହିଛନ୍ତି। ଜେଫ୍‌ ‍ଏବେ ଭାରତୀୟ କ୍ରିକେଟ୍‌‍ ଦଳର ପ୍ରଫେସ୍‌ନାଲିଜିମ୍‌ର ଫ୍ୟାନ୍‌‌‍ ହୋଇଗଲେଣି ଏବଂ ଏବେର ଟିମ୍‌ ‍ବେଷ୍ଟ ବୋଲି ସେ କହିଛନ୍ତି।


କେବଳ ଜେଫ୍‌ ନୁହନ୍ତି, ତାଙ୍କ ପୁଅ ମଧ୍ୟ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ଥିବା ବସ୍ ‍ଚଲାନ୍ତି। ଏଥିପାଇଁ ସେ ବହୁତ ଖୁସି ବୋଲି କହିଛନ୍ତି। ସଚିନ୍‌ ତେନ୍ଦୁଲ୍‌କର ଯେତେବେଳେ ଯାତ୍ରା ସମୟରେ ତାଙ୍କ ୨୧ ବର୍ଷୀୟ ପୁଅ ପାଖରେ ବସନ୍ତି, ତାଙ୍କୁ ଦେଖି ଜେଫ୍‌ ‍ବେଶ୍‌ ଖୁସି ହୋଇଥାଆନ୍ତି। ସଚିନ୍‌ ‍ତାଙ୍କ ପୁଅକୁ ଜେଫ୍‌ ଜଣେ 'ସୁପର୍‌ଷ୍ଟାର୍‌' ବୋଲି କହୁଛନ୍ତି। ଯାହାକୁ ଶୁଣି ଜେଫ୍‌‌ ‍ଏବଂ ତାଙ୍କ ପୁଅ ଖୁସି ହୋଇଯାଆନ୍ତି। ଏଥିସହ ଜେଫ୍‌ ‍ଏବଂ ତାଙ୍କ ପୁଅ ଭାରତ ସରକାରଙ୍କ ତରଫରୁ ଏକ ପ୍ରଶଂସା ଭରା ଚିଠି ମଧ୍ୟ ପାଇଛନ୍ତି।

ଜେଫ୍‌ ‍କହିଛନ୍ତି, ଜଣେ ଅଷ୍ଟ୍ରେଲିଆ କ୍ରିକେଟ୍‌ର ତାଙ୍କୁ ‘ପପାୟୀ’ କହି ଡାକନ୍ତିା ଏହି ନିକ୍‌ ନେମ୍‌ ପାଇଁ ସେ ପ୍ରସିଦ୍ଧ ‍ହୋଇଯାଇଛନ୍ତି। ଏହା ଏକ ଲୋକପ୍ରିୟ କାର୍ଟୁନ୍‌ ଚରିତ୍ରର ନାଁ। ଏହି କାର୍ଟୁନ୍‌ ଚରିତ୍ରର ଏକ ଟାଟୁ ଜେଫ୍‌ ନିଜ ହାତରେ କରିଛନ୍ତି।

Related story