ମାର୍ଚ୍ଚ ୧୮, ସଚିନ ଓ କାର୍ତ୍ତିକଙ୍କ ପାଇଁ ସ୍ମରଣୀୟ ଦିନ

ନୂଆଦିଲ୍ଲୀ: ମାର୍ଚ୍ଚ ୧୮ ତାରିଖ ବିଶ୍ୱର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପାଇଁ ସବୁଠାରୁ ସ୍ମରଣୀୟ ଦିନ । ଏହି ଦିନ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ନିଜର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ। ୨୦୨୧, ମାର୍ଚ୍ଚ ୧୮ ତାରିଖରେ ଢାକାରେ ପାକିସ୍ତାନ ବିପକ୍ଷରେ ସଚିନ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳି ସଚିନ ସୀମିତ ଓଭର କ୍ରିକେଟକୁ ଅଲବିଦା କହିଥିଲେ। ସେହିପରି ଆଜିର ତାରିଖ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କ ପାଇଁ ବହୁତ […]

dk-and-sachin

dk-and-sachin

Ranjit Kumar Jena
  • Published: Wednesday, 18 March 2020
  • Updated: 18 March 2020, 09:18 PM IST

Sports

Latest News

ନୂଆଦିଲ୍ଲୀ: ମାର୍ଚ୍ଚ ୧୮ ତାରିଖ ବିଶ୍ୱର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପାଇଁ ସବୁଠାରୁ ସ୍ମରଣୀୟ ଦିନ । ଏହି ଦିନ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ନିଜର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ। ୨୦୨୧, ମାର୍ଚ୍ଚ ୧୮ ତାରିଖରେ ଢାକାରେ ପାକିସ୍ତାନ ବିପକ୍ଷରେ ସଚିନ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳି ସଚିନ ସୀମିତ ଓଭର କ୍ରିକେଟକୁ ଅଲବିଦା କହିଥିଲେ। ସେହିପରି ଆଜିର ତାରିଖ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କ ପାଇଁ ବହୁତ ଖାସ୍। ସଚିନଙ୍କ ବିଦାୟ ନେବାର ଠିକ୍ ୬ ବର୍ଷ ପରେ କାର୍ତ୍ତିକ ଶେଷ ବଲରେ ଛକା ମାରି ଭାରତକୁ ନିଦାହାସ ଟ୍ରଫି ଭେଟି ଦେଇଥିଲେ।

ଏସିଆ କପ୍ ମ୍ୟାଚରେ ସଚିନ ମାତ୍ର ୪୮ ବଲରେ ୫୨ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୫ ଚୌକା ଓ ୧ଛକା ସାମିଲ୍ ଥିଲା। ତେବେ ବଡ଼ କଥା ହେଉଛି, ସଚିନ ପାକିସ୍ତାନ ବିପକ୍ଷରେ ହିଁ ନିଜର ଡେବ୍ୟୁ ଦିନିକିଆ ବିଦାୟୀ ମ୍ୟାଚ୍ ଖେଳିଥିଲେ। ସଚିନଙ୍କ ବିଦାୟୀ ଦିନିକିଆ ମ୍ୟାଚରେ ବିରାଟ୍ କୋହଲି ମଧ୍ୟ ଐତିହାସିକ ଇନିଂସ୍ ଖେଳିଥିଲେ। ବିରାଟ୍ ଏହି ମ୍ୟାଚରେ ୧୮୩ ରନ୍ କରିଥିଲେ, ଯାହା ତାଙ୍କ କ୍ୟାରିୟରର ସର୍ବୋଚ୍ଚ ସ୍କୋର। ବିରାଟ୍ ସଚିନଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୧୩୩ ରନ୍ ଯୋଡ଼ିଥିଲେ।

ବିରାଟ୍ ୧୪୮ ବଲରେ ୧୮୩ ରନର ଇନିଂସ୍ ଖେଳିଥିଲେ, ଯାହା ବଳରେ ଭାରତ ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୩୩୦ ରନର ଲକ୍ଷ୍ୟକୁ ୪୭.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା। ବିରାଟଙ୍କ ବ୍ୟତୀତ ଏହି ମ୍ୟାଚରେ ରୋହିତ୍ ଶର୍ମା ୬୮ ରନ୍ କରିଥିଲେ। ସୂଚନାଯୋଗ୍ୟ, ସଚିନ ନିଜ ଦିନିକିଆ କ୍ୟାରିୟରରେ ୧୮୪୨୬ ରନ୍ କରିଥିବା ବେଳେ ଟେଷ୍ଟରେ ୧୫୯୨୧ ରନ୍ କରିଛନ୍ତି। ତାଙ୍କ ନାଁରେ ଦିନିକିଆରେ ୪୯ ଏବଂ ଟେଷ୍ଟରେ ୫୧ ଶତକ ରହିଛି।

କାର୍ତ୍ତିକ ଖେଳିଥିଲେ ଅବିଶ୍ୱସନୀୟ ଇନିଂସ୍‌: ନିଦାହାସ ଟ୍ରଫି ଫାଇନାଲରେ ବାଂଲାଦେଶ ଭାରତ ଆଗରେ ୧୬୭ ରନର ଲକ୍ଷ୍ୟ ରଖିଥିଲା। ଶେଷ ଦୁଇ ଓଭରରେ ଭାରତକୁ ୩୪ ରନ୍ ଆବଶ୍ୟକ ହେଉଥିଲା। ତେବେ କାର୍ତ୍ତିକ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚକୁ ଶେଷ ବଲ୍ ପର୍ଯ୍ୟନ୍ତ ନେଇଥିଲେ। ଭାରତକୁ ଶେଷ ବଲରେ ୫ ରନ୍ ଆବଶ୍ୟକ ହେଉଥିବା ବେଳେ କାର୍ତ୍ତିକ ପ୍ରତିପକ୍ଷ ଦଳର ବୋଲର ସୌମ୍ୟ ସରକାରଙ୍କୁ ଏକ୍ସଟ୍ରା କଭରରେ ଛକା ମାରି ଭାରତକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ। ଏହି ମ୍ୟାଚରେ କାର୍ତ୍ତିକ ମାତ୍ର ୮ ବଲରେ ୨୯ ରନ୍ କରିଥିଲେ, ଯେଉଁଥିରେ ୨ଟି ଚୌକା ଓ ୩ ଛକା ସାମିଲ୍ ଥିଲା। କାର୍ତ୍ତିକଙ୍କ ଏହି ଇନିଂସ୍ ଆଜି ବି କ୍ରିକେଟପ୍ରେମୀଙ୍କ ମନରୁ ଲିଭି ନାହିଁ। ଏଭଳି ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିବା ସତ୍ତ୍ୱେ କାର୍ତ୍ତିକ ଜାତୀୟ ଦଳରେ ନିୟମିତ ସ୍ଥାନ ପକ୍କା କରିବାରେ ବିଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story