୨୧ଟି ବଲ୍‌ରୁ ଶତକ ମାରିଲେ ଥୋମାସ୍

ନୂଆଦିଲ୍ଲୀ:  ୱେଷ୍ଟଇଣ୍ଡିଜ୍‌ର ଜଣେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୨୧ଟି ବଲ୍‌ରେ ଶତକ ହାସଲ କରିଛନ୍ତି। ଇରାକ ଥୋମାସ୍ ନାମକ ଏହି ବ୍ୟାଟ୍ସମ୍ୟାନ୍ ଜଣଙ୍କ ଏହି ରେକର୍ଡ ଟୋବେଗୋ କ୍ରିକେଟ୍ ଆସୋସିଏସନ୍‌ର ଏକ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ କରିଛନ୍ତି। ଥୋମାସ୍ ନିଜ ପାଳିରେ ୩୧ଟି ବଲ୍‌ରୁ ୧୩୧ ରନ୍ କରିଥିଲେ। ତାଙ୍କର ଏହି ରନ୍ ଫଳରେ ତାଙ୍କ ଦଳ ମାତ୍ର ୮ ଓଭରରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ   ହାସଲ କରି ନେଇଥିଲା। ଥୋମାସ୍‌ଙ୍କ ୩୧ଟି ବଲ୍‌ରୁ ୧୫ଟି […]

thomas

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 11:46 AM IST

ନୂଆଦିଲ୍ଲୀ:  ୱେଷ୍ଟଇଣ୍ଡିଜ୍‌ର ଜଣେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୨୧ଟି ବଲ୍‌ରେ ଶତକ ହାସଲ କରିଛନ୍ତି। ଇରାକ ଥୋମାସ୍ ନାମକ ଏହି ବ୍ୟାଟ୍ସମ୍ୟାନ୍ ଜଣଙ୍କ ଏହି ରେକର୍ଡ ଟୋବେଗୋ କ୍ରିକେଟ୍ ଆସୋସିଏସନ୍‌ର ଏକ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ କରିଛନ୍ତି। ଥୋମାସ୍ ନିଜ ପାଳିରେ ୩୧ଟି ବଲ୍‌ରୁ ୧୩୧ ରନ୍ କରିଥିଲେ। ତାଙ୍କର ଏହି ରନ୍ ଫଳରେ ତାଙ୍କ ଦଳ ମାତ୍ର ୮ ଓଭରରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ   ହାସଲ କରି ନେଇଥିଲା।

ଥୋମାସ୍‌ଙ୍କ ୩୧ଟି ବଲ୍‌ରୁ ୧୫ଟି ଛକା ଓ ୫ଟି ଚୌକା ୧୩୧ ରନ୍ ସଂଗ୍ରହ କରିଥିଲେ।

ମ୍ୟାଚ୍ ପରେ ସେ କହିଥିଲେ,“ମୁଁ ମୋର ପ୍ରଥମ ଟି-ଟ୍ୱେଣ୍ଟି ଶତକ ମାରି ବହୁତ ଖୁସି ଅଛି।”

ସୂଚନାଯୋଗ୍ୟ, ଟି-ଟ୍ୱେଣ୍ଟି ଅନ୍ତଜାର୍ତୀୟ କ୍ରିକେଟ୍‌ରେ ସବୁଠୁ କମ୍ ବଲ୍‌ରେ ଶତକ ମାରିବାର ରେକର୍ଡ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ଙ୍କ ନାଁରେ ରହିଛି। ସେ ୩୦ଟି ବଲ୍‌ରୁ ଶତକ ହାସଲ କରିଥିଲେ। ୨୦୧୩ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ପକ୍ଷରୁ ପୁନେ ୱାରିୟର୍ସ ବିପକ୍ଷରେ ଏହି ଶତକ ହାସଲ କରିଥିଲେ।

ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦ୍ରୁତ ଶତକ କରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କ ନାଁରେ ରହିଛି। ସେ ୩୧ଟି ବଲ୍‌ରୁ ଶତକ ହାସଲ କରିଥିଲେ।

Related story