ଟୋକିଓ: କରୋନା ଭାଇରସ୍ ମହାମାରୀକୁ ନେଇ ଲୋକଙ୍କ ମନରେ ନାହିଁ ନଥିବା ଭୟ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଜାପାନର ଉତ୍ତର-ପୂର୍ବ ଅଞ୍ଚଳରେ ଅଲିମ୍ପିକ୍ସ ମଶାଲ ଦେଖିବାକୁ ହଜାର ହଜାର ସଂଖ୍ୟକ ଦର୍ଶକ ପହଞ୍ଚିଥିଲେ। ଜାପାନରେ ଅଲିମ୍ପିକ୍ସ ମଶାଲ ପହଞ୍ଚିବା ପରେ ଏଠାରେ ଜୋରଦାର ସ୍ୱାଗତ କରାଯାଇଥିଲା।
ଟୋକିଓ ଅଲିମ୍ପିକ୍ସ ଉପରେ ଏବେ କରୋନା ଭାଇରସର ସଂକ୍ରମଣର ବିପଦ ଘନେଇଛି ଏବଂ ଏହାକୁ ସ୍ଥଗିତ କରିବାକୁ ଦାବି ମଧ୍ୟ କରାଯାଉଛି। ସେଣ୍ଡାଇର ମିୟୋଗୀ ଷ୍ଟାଡିୟମରେ ଅଲିମ୍ପିକ୍ସ ମଶାଲକୁ ପ୍ରଦର୍ଶିତ କରାଯାଇଥିଲା ଏବଂ ଏହାକୁ ଦେଖିବା ପାଇଁ ଶନିବାର ୫୦ହଜାରରୁ ଅଧିକ ପହଞ୍ଚିଥିଲେ।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କିଛି ଲୋକେ ୫୦୦ ମିଟର୍ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ। ଏଥିରେ ଅଧିକାଂଶ ଲୋକେ ମାସ୍କ ପିନ୍ଧିଥିଲେ ଏବଂ ସେମାନେ ଅଗ୍ନିକୁଣ୍ଡ ସହ ନିଜର ଫଟୋ ମଧ୍ୟ ଉଠାଇଥିଲେ। ଜଣେ ୭୦ ବର୍ଷୀୟ ମହିଳା ସ୍ଥାନୀୟ ପ୍ରସାରକ ଏନଏଚକେରେ କହିଥିଲେ, ମୁଁ ଅଲିମ୍ପିକ୍ସ ମଶାଲ ଦେଖିବା ପାଇଁ ତିନି ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିଲି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ ବେଳେ ନିୟନ୍ତ୍ରଣ ହରାଇ ରେସିଂ ଟ୍ରାକ୍ କଡ଼ରେ ଥିବା କାନ୍ଥରେ ପିଟି ହୋଇଥିଲା ଅଜିତଙ୍କ କାର। ଦୁର୍ଘଟଣାରେ ଅଭିନେତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
National
ବ୍ରିଜ ଉପରୁ ୩୧ଟି କୁକୁରଙ୍କୁ ଫୋପାଡ଼ି ଦେଲେ
ଗୋଟିଏ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏନେଇ ପୁଲିସ୍ରେ ଅଭିଯୋଗ କରାଯାଇଛି। ସେମାନଙ୍କ କହିବା କଥା ଯେ ଜାନୁଆରୀ ୪ ତାରିଖରେ ଇଡୁମୈଲାରାମ ଗାଁ ନିକଟ ବ୍ରିଜରେ ପୂରା ଘଟଣା ଘଟିଛି।
National
ସଲମାନ୍ ଖାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍
ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବାନ୍ଦ୍ରାସ୍ଥିତ ଘରେ ଏଥର ଜନ୍ମଦିନ ପାଳନ କରିନଥିଲେ ସଲମାନ।
National
ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ
୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ବର୍ଷ ପରେ କେନ୍ଦ୍ର ସରକାର ପ୍ରଣବ ଦା’ଙ୍କ ସ୍ମାରକୀ ପାଇଁ ଜମି ଦେଇଛନ୍ତି।