୨୦୨୦ରେ ଚମକିବେ ଏହି ତିନି ମହିଳା ହକି ତାରକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ବିଶ୍ୱ କ୍ରୀଡ଼ା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ। ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣ ୨୦୨୦ରେ ଜାପାନ ରାଜଧାନୀ ଟୋକିଓ ସହରରେ ହେବ। ଅଲିମ୍ପିକ୍ସ ଅନ୍ୟ ଦେଶ ଭଳି ଯେମିତି ଗୁରୁତ୍ୱପୂର୍ଣ୍ଣ, ଭାରତ ପାଇଁ ମଧ୍ୟ ଏହାର ଗୁରୁତ୍ୱ ଠିକ୍ ସେହିଭଳି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଦଳ କ୍ରମାଗତ ଦ୍ୱିତୀୟଥର ଲାଗି ଯୋଗ୍ୟତା ଅର୍ଜନ କରିଛି। ୨୦୧୬ରେ ରିଓ ଅଲିମ୍ପିକ୍ସକୁ ଭାରତୀୟ ମହିଳା […]

hokcye

hokcye

Ranjit Kumar Jena
  • Published: Friday, 03 January 2020
  • Updated: 03 January 2020, 06:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ବିଶ୍ୱ କ୍ରୀଡ଼ା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ। ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣ ୨୦୨୦ରେ ଜାପାନ ରାଜଧାନୀ ଟୋକିଓ ସହରରେ ହେବ। ଅଲିମ୍ପିକ୍ସ ଅନ୍ୟ ଦେଶ ଭଳି ଯେମିତି ଗୁରୁତ୍ୱପୂର୍ଣ୍ଣ, ଭାରତ ପାଇଁ ମଧ୍ୟ ଏହାର ଗୁରୁତ୍ୱ ଠିକ୍ ସେହିଭଳି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଦଳ କ୍ରମାଗତ ଦ୍ୱିତୀୟଥର ଲାଗି ଯୋଗ୍ୟତା ଅର୍ଜନ କରିଛି। ୨୦୧୬ରେ ରିଓ ଅଲିମ୍ପିକ୍ସକୁ ଭାରତୀୟ ମହିଳା ଦଳ ୩୬ ବର୍ଷ ପରେ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିଲା।

୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ୧୮ଜଣିଆ ଦଳରେ ସ୍ଥାନ ପାଇଥିଲେ ଓଡ଼ିଶାର ସର୍ବାଧିକ ଚାରି ମହିଳା ଖେଳାଳି। ସେମାନେ ହେଲେ ଦୀପ ଗ୍ରେସ୍ ଏକ୍କା, ନମିତା ଟପ୍ପୋ, ସୁନିଲା ଲାକ୍ରା ଓ ଲିଲିମା ମିଞ୍ଜ। ଏମାନଙ୍କ ମଧ୍ୟରୁ ସୁନିତା ଚଳିତ ବର୍ଷ ଆରମ୍ଭରୁ ଅପ୍ରତ୍ୟାଶିତ ଭାବେ ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଥିଲେ। ସୁନିତାଙ୍କ ପରେ ଏବେ ସମସ୍ତଙ୍କ ନଜର ଲିଲିମ, ଦୀପ ଗ୍ରେସ୍ ଏବଂ ନମିତାଙ୍କ ଉପରେ ରହିଛି। ଏହି ତିନି ପୁଣିଥରେ ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ଦଳରେ ସ୍ଥାନ ପାଇପାରନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ସମ୍ଭାବ୍ୟ ୨୫ଜଣିଆ ସ୍କ୍ୱାଡରେ ଏହି ତିନି ଓଡ଼ିଆକୁ ସାମିଲ୍ କରାଯାଇଛି। ଆଗାମୀ ଦିନରେ ଚୂଡ଼ାନ୍ତ ୧୮ଜଣିଆ ଦଳର ଘୋଷଣା ମଧ୍ୟ କରାଯିବ।

ନମିତା ଟପ୍ପୋ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଜାଉରୁମାଳ ଗ୍ରାମରୁ ଆସିଥିବା ନମିତା ଭାରତୀୟ ଡିଫେନ୍ସର ମୁଖ୍ୟ ଅସ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ଉପସ୍ଥିତିରେ ଭାରତୀୟ ମହିଳା ହକି ଟିମ୍ ଏକାଧିକ ସଫଳତା ହାସଲ କରିଛି। ଭାରତ ପକ୍ଷରୁ ୧୬୩ ମ୍ୟାଚରେ ପ୍ରତିନିଧିତ୍ୱ କରିଥିବା ନମିତା ୪ଟି ଅନ୍ତର୍ଜାତୀୟ ଗୋଲ୍ କରିଛନ୍ତି। ୨୦୧୨ରେ ଡବଲିନରେ ଆୟୋଜିତ ଏଫଆଇଏଚ୍ ଚାମ୍ପିୟନ୍ସ ଚ୍ୟାଲେଞ୍ଜ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ପ୍ରଥମଥର ଭାରତୀୟ ମହିଳା ଦଳରେ ସୁଯୋଗ ମିଳିଥିଲା। ଏହା ପରଠାରୁ ସେ ନିୟମିତ ଭାବେ ଜାତୀୟ ଦଳର ସଦସ୍ୟ ରହିଆସିଛନ୍ତି। ଏହା ପୂର୍ବରୁ ୨୦୧୧ରେ ବ୍ୟାଙ୍ଗକକରେ ଆୟୋଜିତ ଅଣ୍ଡର୍‌-୧୮ ବାଳିକା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ସେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସିନିୟର ଟିମ୍ ପକ୍ଷରୁ ସେ ଅନେକ ସଫଳତା ଅର୍ଜନ କରିଛନ୍ତି।

୨୦୧୩ରେ ଫେବୃଆରୀରେ ନୂଆଦିଲ୍ଲୀରେ ଆୟୋଜିତ ଏଫଆଇଏଚ୍ ୱାର୍ଲ୍ଡ ଲିଗ୍ (ରାଉଣ୍ଡ-୨)ରେ ଭାରତୀୟ ମହିଳା ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାପରେ ୨୦୧୩ରେ ଜର୍ମାନୀରେ ଆୟୋଜିତ ମହିଳା ଜୁନିୟର ବିଶ୍ୱକପରେ ସେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ଥିଲେ। ସେହିପରି ୨୦୧୩ରେ ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି, ମହିଳା ଏସିଆ କପ୍‌, ୨୦୧୪ରେ ଏଫଆଇଏଚ୍ ଚାମ୍ପିୟନ୍ସ ଚ୍ୟାଲେଞ୍ଜରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ତେବେ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ମୁହୂର୍ତ୍ତ। ସେ ୨୦୧୪ରେ ଇଞ୍ଚିୟନରେ ଆୟୋଜିତ ଏସିଆନ୍ସ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୮ରେ ଜାକର୍ତ୍ତା ଏସିଆନ୍ସ ଗେମ୍ସରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ। ଗତବର୍ଷ ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଇଭେଣ୍ଟରେ ସେ ପ୍ରଥମଥର ପାଇଁ ଘରୋଇ ମାଟିରେ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ ଟିକେଟ୍ ଦେବାରେ ନମିତାଙ୍କର ମଧ୍ୟ ପ୍ରମୁଖ ଯୋଗଦାନ ରହିଛି। ଟୋକିଓରେ ମଧ୍ୟ ଭଲ ପ୍ରଦର୍ଶନ କରି ସେ ଭାରତୀୟ ମହିଳା ହକି ଦଳକୁ ପ୍ରଥମଥର ପୋଡିୟମରେ ପହଞ୍ଚାଇବାକୁ ପ୍ରୟାସ କରିବେ।

ଲିଲିମା ମିଞ୍ଜ: ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସର ଲିଲିମା ଦୀର୍ଘଦିନ ଧରି ଭାରତୀୟ ଡିଫେନ୍ସର ମେରୁଦଣ୍ଡ ସାଜି ଆସିଛନ୍ତି। ୨୦୧୧ରେ ଆର୍ଜେଣ୍ଟିନାରେ ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ ଜରିଆରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଲିଲିମା ଭାରତ ପକ୍ଷରୁ ୧୫୫ ମ୍ୟାଚ୍ ଖେଳି ୪ ଗୋଲ୍ ସ୍କୋର କରିଛନ୍ତି। ମିଡଫିଲ୍ଡରେ ଲିଲିମାଙ୍କ ଉପସ୍ଥିତି ବିପକ୍ଷ ଦଳ ପାଇଁ ସର୍ବଦା କାଳ ହୋଇଥାଏ। ଲିଲିମା ଦ୍ରୁତ ଗତିରେ ବଲକୁ ଗୋଟିଏ ପଟରୁ ଅନ୍ୟ ପଟକୁ ନେବାରେ ମାହିର୍। ଲିଲିମାଙ୍କ ନାଁରେ ଅଲିମ୍ପିକ୍ସରେ ଗୋଟିଏ ଗୋଲ କରିବାର ରେକର୍ଡ ମଧ୍ୟ ରହିଛି। ଜାପାନ ବିପକ୍ଷ ଅଲିମ୍ପିକ୍ସ ମ୍ୟାଚରେ ମିଞ୍ଜ ୪୦ତମ ମିନିଟରେ ନିର୍ଣ୍ଣାୟକ ଗୋଲ୍ ଦେଇ ମୁକାବିଲାକୁ ୨-୨ରେ ଡ୍ର' କରାଇଥିଲେ। ଏହା ପୂର୍ବରୁ ସେ ୨୦୧୪ରେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଦଳର ସଦସ୍ୟ ଥିଲେ। ସେହି ବର୍ଷ ସେ ଇଞ୍ଚିୟନରେ ଆୟୋଜିତ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।

୨୦୧୮, ମାର୍ଚ୍ଚରେ କୋରିଆ ବିପକ୍ଷରେ ସେ ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ପୂରଣ କରିଥିଲେ। ଏହାବାଦ୍ ଲିଲିମା ୨୦୧୭ରେ ଏସିଆ କପ୍ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିବା ବେଳେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୧୮ ମହିଳା ହକି ବିଶ୍ୱକପରେ ଟିମର ସଦସ୍ୟ ଥିଲେ। ୨୦୧୯ରେ ଜାପାନ ବିପକ୍ଷ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଲିଲିମା ନିଜର ୧୫୦ତମ ମ୍ୟାଚ୍ ଖେଳିଥିଲେ। ଗତବର୍ଷ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ସେ ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ରିଓରେ ହୁଏତ ଭାରତୀୟ ମହିଳା ଟିମ୍ ବିଜୟରୁ ବଞ୍ଚିତ ହୋଇଥିଲା ସତ, କିନ୍ତୁ ଟୋକିଓରେ ସେ ଦେଶକୁ ପ୍ରଥମଥର ସଫଳତା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଦୀପ ଗ୍ରେସ୍ ଏକ୍କା: ଭାରତୀୟ ମହିଳା ହକି ଦଳର ଡିଫେନ୍ସ କହିଲେ ଦୀପ ଗ୍ରେସ୍ ଏକ୍କାଙ୍କୁ ହିଁ ବୁଝାଏ। ଦୀପ୍ ଗ୍ରେସଙ୍କ ଉପସ୍ଥିତି ଭାରତୀୟ ଡିଫେନ୍ସକୁ ଅଧିକ ଶକ୍ତିଶାଳୀ କରାଇଥାଏ। ହୁଏତ ସେ ଡିଫେଣ୍ଡର୍ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି, କିନ୍ତୁ ସେ ଜଣେ ଗୋଲକିପର ହେବାକୁ ଚାହୁଁଥିଲେ। ୨୦୧୧ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଦୀପ୍ ଗ୍ରେସ ଭାରତ ପକ୍ଷରୁ ୨୦୨ ମ୍ୟାଚ୍ ଖେଳି ୧୩ ଗୋଲ୍ ଦେଇଛନ୍ତି। ପଦାର୍ପଣ ପରଠାରୁ ସେ ଜାତୀୟ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଭାରତ ଅଣ୍ଡର୍‌-୧୮ ଏସିଆ କପ୍ ହକି ବ୍ରୋଞ୍ଜ ପଦକ ଜିତିଥିଲା। ଏହାଛଡ଼ା ସେ ୨୦୧୩ରେ ଏଫଆଇଏଚ୍ ୱାର୍ଲ୍ଡ ଲିଗ୍ (ରାଉଣ୍ଡ-୨), ମହିଳା ଜୁନିୟର ବିଶ୍ୱକପ୍ ବ୍ରୋଞ୍ଜ ପଦକ, ୨୦୧୩ରେ ମହିଳା ହକି ଏସିଆ କପରେ ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ରହିଥିଲେ।

୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିବା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ମୁହୂର୍ତ୍ତ। ୨୦୧୬, ଜୁନ୍ ୩ ତାରିଖରେ ନିଜର ୨୨ତମ ଜନ୍ମଦିନରେ ଦୀପ୍ ଗ୍ରେସ୍ ୧୦୦ତମ ଅନ୍ତର୍ଜାତୀୟ କ୍ୟାପ୍ ପରିଧାନ କରିଥିଲେ। ଏହା ପରେ ଅକ୍ଟୋବର ୬ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମ୍ୟାଲେସିୟା ବିପକ୍ଷ ମ୍ୟାଚରେ ସେ ନିଜର ୧୫୦ତମ ମ୍ୟାଚ୍ ଖେଳିଥିବା ବେଳେ ୨୦୧୯, ଅକ୍ଟୋବରରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚରେ ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଗତବର୍ଷ କଳିଙ୍ଗ ଷ୍ଟାଡିୟମରେ ସେ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ଖେଳି ଓଡ଼ିଶାରେ ପଦାର୍ପଣ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ସେ ନିଜର ଦମଦାର ଡିଫେନ୍ସ ଦ୍ୱାରା ଭାରତୀୟ ମହିଳା ହକିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଟାର୍ଗେଟ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story