ସଚିନଙ୍କୁ ଆଉଟ୍ କରିବା ପରେ ଏହି ବୋଲରଙ୍କୁ ମିଳିଥିଲା ହତ୍ୟା ଧମକ

ଲଣ୍ଡନ: ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ସଚିନଙ୍କ ସହ ପ୍ରଶଂସକଙ୍କର ଏକ ଇମୋସନାଲ୍ ବଣ୍ଡ୍ ରହିଛି। ଯେତେବେଳେ ତାଙ୍କ ବ୍ୟାଟରୁ ଶତକ ବାହାରେ, ଦେଶରେ ଏକ ଉତ୍ସବର ପରିବେଶ ଗଢ଼ି ଉଠିଥାଏ। ତେବେ ସଚିନ ଶତକରୁ ବଞ୍ଚିତ ହେଲେ, ପ୍ରତିଟି ପ୍ରଶଂସକ ହତୋତ୍ସାହିତ ହୋଇ ପଡ଼ନ୍ତି। କିନ୍ତୁ ଏବେ ଏମିତି ଏକ କଥା ଶୁଣିବାକୁ ମିଳିଛି ଯେ ସଚିନଙ୍କୁ ଆଉଟ୍ କରିଥିବା ବୋଲର ଓ ତାଙ୍କୁ ଆଉଟ୍ ଦେଇଥିବା ଅମ୍ପାୟାରଙ୍କୁ […]

sachin

Ranjit Kumar Jena
  • Published: Monday, 08 June 2020
  • , Updated: 08 June 2020, 03:08 PM IST

ଲଣ୍ଡନ: ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ସଚିନଙ୍କ ସହ ପ୍ରଶଂସକଙ୍କର ଏକ ଇମୋସନାଲ୍ ବଣ୍ଡ୍ ରହିଛି। ଯେତେବେଳେ ତାଙ୍କ ବ୍ୟାଟରୁ ଶତକ ବାହାରେ, ଦେଶରେ ଏକ ଉତ୍ସବର ପରିବେଶ ଗଢ଼ି ଉଠିଥାଏ। ତେବେ ସଚିନ ଶତକରୁ ବଞ୍ଚିତ ହେଲେ, ପ୍ରତିଟି ପ୍ରଶଂସକ ହତୋତ୍ସାହିତ ହୋଇ ପଡ଼ନ୍ତି। କିନ୍ତୁ ଏବେ ଏମିତି ଏକ କଥା ଶୁଣିବାକୁ ମିଳିଛି ଯେ ସଚିନଙ୍କୁ ଆଉଟ୍ କରିଥିବା ବୋଲର ଓ ତାଙ୍କୁ ଆଉଟ୍ ଦେଇଥିବା ଅମ୍ପାୟାରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା।

ସମ୍ପ୍ରତି ଇଂଲଣ୍ଡ ଟିମରୁ ବାହାରେ ଥିବା ପେସ୍ ବୋଲର ଟିମ୍ ବ୍ରେସନନ୍ ଦୃଢ଼ତାର ସହ କହିଛନ୍ତି ଯେ ୨୦୧୧ରେ ଟେଷ୍ଟ ମ୍ୟାଚ୍ ବେଳେ ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ୧୦୦ତମ ଅନ୍ତର୍ଜାତୀୟ ଶତକ ମାରିବାରୁ ରୋକିବା ପରେ ତାଙ୍କୁ ଏବଂ ଅଷ୍ଟ୍ରେଲୀୟ ଅମ୍ପାୟାର ରଡ୍ ଟକରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା।

ବ୍ରେସନନ୍ କହିଛନ୍ତି, ୨୦୧୧ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ନିଜର ୯୯ତମ ଶତକ ପୂରଣ କରିଥିଲେ। ସେହି ବର୍ଷ ଓଭାଲରେ ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ସଚିନ ୯୧ ରନରେ ବ୍ୟାଟିଂ କରୁଥିବା ବେଳେ ମୋ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ ଏବଂ ରଡ୍ ଟକର ସଚିନଙ୍କୁ ଆଉଟ୍ ଦେଇଥିଲେ।

ବ୍ରେସନନ୍ ଆହୁରି କହିଛନ୍ତି, ବଲଟି ଲେଗ୍ ସାଇଡରୁ ବାହାରକୁ ଯାଉଥିଲା ଏବଂ ଅଷ୍ଟ୍ରେଲୀୟ ଅମ୍ପାୟାର୍ ଟକର ତାଙ୍କୁ ଆଉଟ୍ ଦେଇଥିଲେ। ଯଦି ଅମ୍ପାୟାର ତାଙ୍କୁ ଆଉଟ୍ ଦେଇନଥାନ୍ତେ, ତାହେଲେ ସଚିନ ନିଶ୍ଚୟ ଶତକ ମାରିଥାନ୍ତେ। କିନ୍ତୁ ଏହା ପରେ ମୋତେ ଏବଂ ଟକରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା। ମୋତେ ଟ୍ୱିଟରରେ ହତ୍ୟା ଧମକ ମିଳୁଥିଲା।

ଏପରିକି ଟକରଙ୍କ ଘରକୁ ଧମକ ଭରା ଚିଠି ଯାଉଥିଲା, ଯେଉଁଥିରେ ଲେଖାଥିଲା ଯେ ତୁମେ ସଚିନଙ୍କୁ କେମିତି ଆଉଟ୍ ଦେଇ ପାରିଲ? ବଲ୍ ଲେଗ୍ ସାଇଡରୁ ବାହାରେ ଯାଉଥିଲା। ଏଭଳି ଧମକକୁ ଆଖି ଆଗରେ ରଖି ଟକର ନିଜର ସୁରକ୍ଷା ବଢ଼ାଇଥିଲେ। ଟକର କିଛି ମାସ ପରେ ମୋତେ ସାକ୍ଷାତ କରିଥିଲେ ଏବଂ କହିଥିଲେ ଯେ ମୋତେ ସୁରକ୍ଷାକର୍ମୀ ରଖିବାକୁ ପଡୁଛି। ଏହା ପରେ ୨୦୧୨ରେ ସଚିନ ଏସିଆ କପରେ ବାଂଲାଦେଶ ବିପକ୍ଷରେ ଶତକୀୟ ଇନିଂସ୍ ଖେଳି ନିଜର ଶତକୀୟ ଶତକ ପୂରଣ କରିଥିଲେ।

Related story