'ପିଚ୍ ବଡ଼ କଥା ନୁହେଁ, ଆମକୁ ୨୦ ୱିକେଟ୍ ଦରକାର'

ରାଞ୍ଚି: ବିରାଟ୍ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପୁଣିଥରେ ଇତିହାସ ରଚିଛି। ଦକ୍ଷିଣ ଆଫ୍ରିକାକୁ ୩-୦ରେ ଧୂଳି ଚଟାଇବା ପରେ ପୂରା ଟିମର ମନୋବଳ ଉଦ୍ଧ୍ୱର୍ରେ ରହିଛି। ମ୍ୟାଚ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମ୍ୟାଚରେ ୨୦ ୱିକେଟ୍ ନେବା ଆମର ମୂଳ ଉଦ୍ଦେଶ୍ୟ, ତେଣିକି ପିଚ୍ ଯେମିତି ହେଉ ପଛେ। ଖେଳାଳିମାନଙ୍କୁ ଆମେ କହିଥିଲୁ ଯେ, ପ୍ରଥମେ ପିଚକୁ ମନରୁ ହଟାଅ, ତେଣିକି […]

ravi

Ranjit Kumar Jena
  • Published: Tuesday, 22 October 2019
  • , Updated: 22 October 2019, 06:40 PM IST

ରାଞ୍ଚି: ବିରାଟ୍ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପୁଣିଥରେ ଇତିହାସ ରଚିଛି। ଦକ୍ଷିଣ ଆଫ୍ରିକାକୁ ୩-୦ରେ ଧୂଳି ଚଟାଇବା ପରେ ପୂରା ଟିମର ମନୋବଳ ଉଦ୍ଧ୍ୱର୍ରେ ରହିଛି। ମ୍ୟାଚ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମ୍ୟାଚରେ ୨୦ ୱିକେଟ୍ ନେବା ଆମର ମୂଳ ଉଦ୍ଦେଶ୍ୟ, ତେଣିକି ପିଚ୍ ଯେମିତି ହେଉ ପଛେ।

ଖେଳାଳିମାନଙ୍କୁ ଆମେ କହିଥିଲୁ ଯେ, ପ୍ରଥମେ ପିଚକୁ ମନରୁ ହଟାଅ, ତେଣିକି ତାହା ଜୋହାନ୍ସବର୍ଗ ହେଉ କି ଦିଲ୍ଲୀ-ମୁମ୍ବାଇ ହେଉ। ଆମର କାମ କେବଳ ୱିକେଟ୍ ନେବା। ଏଥିପାଇଁ ଏକ ମଜଭୁତ୍ ବୋଲିଂ ୟୁନିଟର ଆବଶ୍ୟକତା ଥିଲା, ଯାହାକୁ ଆମେ ପ୍ରସ୍ତୁତ କରିବାକୁ ପ୍ରୟାସ କରିଛୁ। ରବି ଶାସ୍ତ୍ରୀ ବୋଲିଂ ୟୁନିଟ୍ ସହ ଟିମ୍ ଇଣ୍ଡିଆର ବ୍ୟାଟିଂକୁ ମଧ୍ୟ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, "ଆଜିଙ୍କ୍ୟ ରାହାଣେ, ରୋହିତ୍ ଶର୍ମା ଚମତ୍କାର ବ୍ୟାଟିଂ କରିଛନ୍ତି। ଓପ୍ନର ଭାବେ ରୋହିତ୍ ଦମଦାର ଖେଳ ଦେଖାଇଛନ୍ତି। ସେ ପିଚକୁ ଭଲ ଭାବେ ବୁଝିଥିଲେ ଏବଂ ନିଜର ସ୍ୱାଭାବିକ ପ୍ରଦର୍ଶନ କରିଥିଲେ। ଅନେକ ସମୟରେ ଆମେ ଦେଖୁ ଯେ ଜଣେ-ଦୁଇଜଣ ମ୍ୟାଚ୍ ଜିତାନ୍ତି, କିନ୍ତୁ ଏଥର ଆମ ପାଖରେ ୬-୭ଜଣ ମ୍ୟାଚ୍ ଜିତାଇଲା ଭଳି ଖେଳାଳି ଅଛନ୍ତି।"

ରାଞ୍ଚିରେ ଡେବ୍ୟୁ କରିଥିବା ସ୍ପିନର ଶାହାବାଜ ନଦୀମଙ୍କୁ ପ୍ରଦର୍ଶନକୁ ଶାସ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ନଦୀମ ପୂରା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି। ଯଦି ବିଶନ୍ ସିଂହ ବେଦୀ ମ୍ୟାଚ୍ ଦେଖୁଥିବେ, ତାହେଲେ ସେ ନଦୀମଙ୍କୁ ଶାବାସ୍ କହିଥାନ୍ତେ। ନଦୀମ ଆଜି ମ୍ୟାଚ୍ ଶେଷ କରିଥିବାରୁ ଆମେ ବହୁତ ଖୁସି।"

Related story