ପେଟ୍ରୋଲ ପମ୍ପରୁ ଷ୍ଟାର କ୍ରିକେଟର୍‌: ଜାଣନ୍ତୁ ଆପଣଙ୍କ ପ୍ରିୟ ଖେଳାଳିଙ୍କ ଅତୀତ

ଭୁବନେଶ୍ୱର: କ୍ରିକେଟ୍‌ର ଲୋକପ୍ରିୟତା ଏବେ ବଢ଼ି ବଢ଼ି ଚାଲିଛି। ଖେଳାଳିମାନେ ମଧ୍ୟ ଲୋକମାନଙ୍କ ମଧ୍ୟରେ ବେଶ ପରିଚିତ ହୋଇଯାଇଛନ୍ତି। କ୍ରିକେଟ ପଡିଆରେ ଖେଳାଳିମାନେ ଛକ୍କା ଚୌକା ମାରି ରାତା ରାତି ଷ୍ଟାର ହୋଇଯାଆନ୍ତି। ଫ୍ୟାନ୍‌ମାନେ କେବଳ ତାଙ୍କର ଚର୍ଚ୍ଚିତ ଚେହେରାକୁ ଜାଣିଥାନ୍ତି। ହେଲେ ଅନେକ ଫ୍ୟାନ ତାଙ୍କ ପ୍ରିୟ ଖେଳାଳିଙ୍କ ବିଷୟରେ ସବିୁକିଛି ଜାଣିବାକୁ ଚାହାଁନ୍ତି। ପଡିଆ ଭିତରେ ସବୁବେଳେ ବ୍ୟସ୍ତ ରହୁଥିବା ଏହି ଷ୍ଟାର ଖେଳାଳିମାନେ କ୍ରିକେଟ ଦୁନିଆକୁ ଆସିବା ପୂର୍ବରୁ ସେମାନଙ୍କ ଅତୀତ କିପରି […]

dhoni

dhoni

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 09:43 PM IST

ଭୁବନେଶ୍ୱର: କ୍ରିକେଟ୍‌ର ଲୋକପ୍ରିୟତା ଏବେ ବଢ଼ି ବଢ଼ି ଚାଲିଛି। ଖେଳାଳିମାନେ ମଧ୍ୟ ଲୋକମାନଙ୍କ ମଧ୍ୟରେ ବେଶ ପରିଚିତ ହୋଇଯାଇଛନ୍ତି। କ୍ରିକେଟ ପଡିଆରେ ଖେଳାଳିମାନେ ଛକ୍କା ଚୌକା ମାରି ରାତା ରାତି ଷ୍ଟାର ହୋଇଯାଆନ୍ତି। ଫ୍ୟାନ୍‌ମାନେ କେବଳ ତାଙ୍କର ଚର୍ଚ୍ଚିତ ଚେହେରାକୁ ଜାଣିଥାନ୍ତି। ହେଲେ ଅନେକ ଫ୍ୟାନ ତାଙ୍କ ପ୍ରିୟ ଖେଳାଳିଙ୍କ ବିଷୟରେ ସବିୁକିଛି ଜାଣିବାକୁ ଚାହାଁନ୍ତି। ପଡିଆ ଭିତରେ ସବୁବେଳେ ବ୍ୟସ୍ତ ରହୁଥିବା ଏହି ଷ୍ଟାର ଖେଳାଳିମାନେ କ୍ରିକେଟ ଦୁନିଆକୁ ଆସିବା ପୂର୍ବରୁ ସେମାନଙ୍କ ଅତୀତ କିପରି ଥିଲା ଆସନ୍ତୁ ଜାଣିବା।

ମହେନ୍ଦ୍ର ସିଂ ଧୋନୀ: ମହେନ୍ଦ୍ର ସିଂ ଧୋନୀ ବିଶ୍ୱ କ୍ରିକେଟ୍‌ ଜଗତର ଏକ ଜଣାଶୁଣା ନାଁ। ଧୋନୀ ଜଣେ ସଫଳ କ୍ୟାପ୍ଟେନ ଭାବରେ ଭାରତକୁ ଦୁଇ ଦୁଇଟି ବିଶ୍ୱକପ ସହିତ ଦଳକୁ ଅନେକ ସଫଳତା ଦେଇଛନ୍ତି। ଟିମ୍ ଇଣ୍ଡିଆରେ ସାମିଲ ହେବା ପୂର୍ବୁର ଧୋନୀ ରେଲ୍‌ୱେରେ ଟି.ଟି.ଇ ଥିଲେ। ସେ ଖଡଗପୁର ଷ୍ଟେଶନରେ ଟି.ଟି.ଇ ଭାବରେ ଦୁଇ ବର୍ଷ କାମ କରିବାପରେ ଟିମ୍ ଇଣ୍ଡିଆରେ ସାମିଲ ହୋଇଥିଲେ।

ଏବି ଡିଭିଲିୟର୍ସ: ବିଶ୍ୱର ଖ୍ୟାତନାମା କ୍ରିକେଟ୍‌ର ଏବି ଡିଭିଲିୟର୍ସ ବେଶ ଜଣାଶୁଣା। ସାଉଥଆଫ୍ରିକାର ଏହି ଷ୍ଟାର ଖେଳାଳିଙ୍କର ବ୍ୟାଟିଂ ଷ୍ଟାଇଲ ଫ୍ୟାନଙ୍କୁ ତାଙ୍କର ଦିୱାନା କରିଦିଏ। ବହୁମୁଖୀ ପ୍ରତିଭାର ଅଧିକାରୀ ଡିଭିଲିୟର୍ସ କ୍ରକେଟ ଜଗତକକୁ ଆସିବା ପୂର୍ବରୁ ବ୍ୟାଡମିଣ୍ଟନ, ରଗ୍‌ବୀ, ହକି  ଓ  ସୁଇମିଂ ଭଳି ଖେଳରେ ପ୍ରବୀଣ ଥିଲେ। ଏହାଛଡା ପାଠ ପଢିବା ପାଇଁ ବହୁତ ଭଲପାଉଥିଲେ ଡିଭିଲିୟର୍ସ। ବିଜ୍ଞାନରେ ରିସର୍ଚ ପାଇଁ ତାଙ୍କୁ ନେଲସନ୍‌ ମାଣ୍ଡେଲା ପରୁସ୍କାରରେ ସମ୍ମାନୀତ କରାଯାଇଛି।

ସେନ୍‌ ବଣ୍ଡ: ନ୍ୟୁଜଲାଣ୍ଡର ସଫଳତମ ବୋଲର ସେନ ବଣ୍ଡ ତାଙ୍କ ବୋଲିଂରେ ଅନେକ ବ୍ୟାଟ୍ସମ୍ୟାନଙ୍କୁ କାଠଗଡ଼ାରେ ପକାଇଥାନ୍ତି। ତାଙ୍କ ବୋଲିଂ ସ୍ପିଡକୁ ସାମ୍ନା କରିବା ବ୍ୟାଟ୍ସମ୍ୟାନଙ୍କ ପାଇଁ କାଠିକର ପାଠ ହୋଇଥାଏ। ଏହି ଖେଳାଳି କ୍ରିକେଟ ଜଗତକୁ ଆସିବା ପୂର୍ବରୁ ପୋଲିସରେ ଚାକିରି କରିଥିଲେ।

ବ୍ରାଡ ହଜ୍‌: ଏହି ଖେଳାଳିଙ୍କୁ ଅଷ୍ଟ୍ରେଲିଆର ଟି-ଟୋଣ୍ଟି ସ୍ପେଶାଲିଷ୍ଟ ବୋଲି କୁହାଯାଏ। ପଡିଆରେ ଛକ୍କା ଚୌକା ମାରି ବୋଲରଙ୍କର ନିଦ ହଜାଇ ଦିଅନ୍ତି ବ୍ରାଡ଼ ହଜ। କିନ୍ତୁ ଏହି ଦୁର୍ଦ୍ଦାନ୍ତ କ୍ରିକେଟର୍‌ କ୍ରିକେଟ ଜଗତକୁ ଆସିବା ପୂର୍ବରୁ ପୋଟ୍ରୋଲ ପମ୍ପରେ କାମ କରୁଥିଲେ। ପରେ କ୍ରିକେଟ୍‌ ଖେଳିବାର ନିଶା ତାଙ୍କୁ କ୍ରିକେଟ୍‌ ଜଗତକୁ ଟାଣି ଆଣିଲା।

ନାଥନ ଲିୟନ: ଅଷ୍ଟ୍ରେଲିଆର ବୋଲର ନାଥନ ଲିୟନ ତାଙ୍କ ବୋଲିଂ ଯାଦୁରେ ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେଖାଇଥନ୍ତି। ଅଷ୍ଟ୍ରେଲିଆର ଏହି ବୋଲର କ୍ରିକେଟ ଜଗତକୁ ଆସିବା ପୂର୍ବରୁ ଗ୍ରାଉଣ୍ଡମ୍ୟାନ ଭାବରେ କାମ କରୁଥିଲେ। ପାଙ୍କା ସମୟରେ ପଡିଆରେ ବୋଲିଂ କରିବାର ଅଭ୍ୟାସ କରୁଥିଲେ। ଏହି ସମୟରେ ଡାରେନ ବାରି ନାଥନଙ୍କ ବୋଲିଂ ପ୍ରତିଭାକୁ ଚିହ୍ନିପାରି କ୍ରିକେଟ୍‌ ଖେଳିବାକୁ ପ୍ରୋତ୍ସାହିତ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos