ଉପକୂଳ ଓଡ଼ିଶାରେ ହକିର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଜାରି

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳ ଓଡିଶାରେ ହକିର ପ୍ରସାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏଭଳି ନିଆରା ପ୍ରୟାସ କରିଛି କଟକର ପୁନମ ୟୁଥ ୱେଲଫେୟାର ଅର୍ଗାନାଇଜେସନ୍। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆୟୋଜିତ ହୋଇଛି ଟୁର୍ଣ୍ଣାମେଣ୍ଟ। ଜାନୁୟାରୀ ୨୫ରୁ&nbsp; ଆରମ୍ଭ ହୋଇଥିବା ରଜତ ସ୍ମାରକୀ ଆନ୍ତଃ ସ୍କୁଲ ହକି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ସ୍କୁଲର ପିଲାମାନେ ଅଂଶଗ୍ରହଣ କରିଥିଲେ। କୁନି କୁନି ଖେଳାଳିଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ଜନ୍ମାଇବା ସହ ସେମାନଙ୍କ ମଧ୍ୟରୁ ପ୍ରତିଭା ଚିହ୍ନଟ କରାଯାଇଛି। ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।</p> <p>କେବଳ ଟୁର୍ଣ୍ଣାମେଣ୍ଟ ନୁହେଁ ହକି ଖେଳର ପ୍ରସାର ପାଇଁ ପୁନମ ୟୁଥ ୱେଲଫେୟାର ଅର୍ଗାନାଇଜେସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଇଁ ତାଲିମର ବ୍ୟବସ୍ଥା ସହ ସ୍କୁଲ ପିଲାମାନଙ୍କୁ ହକି ଷ୍ଟିକ ପ୍ରଦାନ କରାଯାଉଛି। ହକି ଅମ୍ପାୟାର ବିଶ୍ୱ ରଂଜନ ଷଡଙ୍ଗୀ, ପୂର୍ବତଟ ରେଳବାଇର ହକି କୋଚ୍ ରଂଜନ ଦାସ ଓ ପୂର୍ବତନ ଖେଳାଳି ତାପସ ଦାସ ଏବଂ ପ୍ରତିଷ୍ଠାତା ଜ୍ଞାନେଶ କାନୁନ୍&zwnj;ଗୋ ଖେଳାଳିମାନଙ୍କୁ ତାଲିମ ଦେଇଥାନ୍ତି। ଖେଳାଳିମାନଙ୍କୁ ତାଲିମ ସହ ହକି ଅମ୍ପାୟାର ସୃଷ୍ଟି ପାଇଁ ପୁନମ ୟୁଥ ୱେଲଫେୟାର ଅର୍ଗାନାଇଜେସନ ପକ୍ଷରୁ ନିୟମିତ ବ୍ୟବଧାନରେ ସେମିନାର ଆୟୋଜନ ହୋଇଥାଏ।</p>

Ordigital Desk
  • Published: Wednesday, 31 January 2018
  • Updated: 31 January 2018, 01:24 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳ ଓଡିଶାରେ ହକିର ପ୍ରସାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏଭଳି ନିଆରା ପ୍ରୟାସ କରିଛି କଟକର ପୁନମ ୟୁଥ ୱେଲଫେୟାର ଅର୍ଗାନାଇଜେସନ୍। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆୟୋଜିତ ହୋଇଛି ଟୁର୍ଣ୍ଣାମେଣ୍ଟ। ଜାନୁୟାରୀ ୨୫ରୁ&nbsp; ଆରମ୍ଭ ହୋଇଥିବା ରଜତ ସ୍ମାରକୀ ଆନ୍ତଃ ସ୍କୁଲ ହକି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ସ୍କୁଲର ପିଲାମାନେ ଅଂଶଗ୍ରହଣ କରିଥିଲେ। କୁନି କୁନି ଖେଳାଳିଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ଜନ୍ମାଇବା ସହ ସେମାନଙ୍କ ମଧ୍ୟରୁ ପ୍ରତିଭା ଚିହ୍ନଟ କରାଯାଇଛି। ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।</p><p>କେବଳ ଟୁର୍ଣ୍ଣାମେଣ୍ଟ ନୁହେଁ ହକି ଖେଳର ପ୍ରସାର ପାଇଁ ପୁନମ ୟୁଥ ୱେଲଫେୟାର ଅର୍ଗାନାଇଜେସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଇଁ ତାଲିମର ବ୍ୟବସ୍ଥା ସହ ସ୍କୁଲ ପିଲାମାନଙ୍କୁ ହକି ଷ୍ଟିକ ପ୍ରଦାନ କରାଯାଉଛି। ହକି ଅମ୍ପାୟାର ବିଶ୍ୱ ରଂଜନ ଷଡଙ୍ଗୀ, ପୂର୍ବତଟ ରେଳବାଇର ହକି କୋଚ୍ ରଂଜନ ଦାସ ଓ ପୂର୍ବତନ ଖେଳାଳି ତାପସ ଦାସ ଏବଂ ପ୍ରତିଷ୍ଠାତା ଜ୍ଞାନେଶ କାନୁନ୍&zwnj;ଗୋ ଖେଳାଳିମାନଙ୍କୁ ତାଲିମ ଦେଇଥାନ୍ତି। ଖେଳାଳିମାନଙ୍କୁ ତାଲିମ ସହ ହକି ଅମ୍ପାୟାର ସୃଷ୍ଟି ପାଇଁ ପୁନମ ୟୁଥ ୱେଲଫେୟାର ଅର୍ଗାନାଇଜେସନ ପକ୍ଷରୁ ନିୟମିତ ବ୍ୟବଧାନରେ ସେମିନାର ଆୟୋଜନ ହୋଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos