ଆଜିଠୁ ଆଇପିଏଲ୍‌ ଲଢ଼େଇ: ଧୋନୀ ଓ ରୋହିତଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)।  ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ର ଏହା ୧୧ ତମ ସଂସ୍କରଣ।  ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ଓ୍ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ ଉଦଘାଟନୀ କାର୍ଯ୍ୟକ୍ରମ। ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ୍‌ ଧରି ଚାଲିବ। ଏହାପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ […]

india

Rakesh Mallick
  • Published: Saturday, 07 April 2018
  • , Updated: 07 April 2018, 08:50 AM IST

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)।  ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ର ଏହା ୧୧ ତମ ସଂସ୍କରଣ।  ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ଓ୍ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ ଉଦଘାଟନୀ କାର୍ଯ୍ୟକ୍ରମ। ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ୍‌ ଧରି ଚାଲିବ। ଏହାପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌।

ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ। ୨ ବର୍ଷର ବାସନ୍ଦ ପରେ ଆଇପିଏଲ୍‌କୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ। ଭାରତୀୟ ସମୟ ୮ ଟାରେ ଆରମ୍ଭ ହେବ ମ୍ୟାଚ୍‌। ମହେନ୍ଦ୍ର ସିଂହ ଧୋନୀ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ମୁମ୍ବାଇ ଇଣ୍ଡିଆନ୍ସରେ କେଭିନ ଲୁଇସ୍, ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟସମ୍ୟାନ ଥିବା ବେଳେ କିରୋନ ପୋଲାର୍ଡ, ପାଣ୍ଡ୍ୟା ବ୍ରଦର୍ସଙ୍କ ଭଳି ଅଲରାଉଣ୍ଡର ଅଛନ୍ତି।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି। ଜସପ୍ରିତ ବୁମରା, ମୁସ୍ତାଫିଜୁର ରେହମାନ, ବେନ୍ କଗଟିଙ୍ଗ ଏବଂ ପ୍ୟାଟ କମୁନ୍ସଙ୍କୁ ମୁମ୍ବାଇ ଦଳରେ ଦେଖିବାକୁ ମିଳିବ। ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନାଙ୍କୁ ନେଇ ଚେନ୍ନାଇ ପୁଣି ଥରେ ଟ୍ରଫି ଜିତିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଥମ ଥର ମୁମ୍ବାଇ ବିପକ୍ଷରେ ଖେଳିବେ ସ୍ପିନର ହରଭଜନ ସିଂ। ଏହାସହ ହରଭଜନ ପ୍ରଥମ ଥର ମୁମ୍ବାଇ ଛାଡି ଚେନ୍ନାଇରେ ସାମିଲ ହୋଇଛନ୍ତି।

Related story