ଗ୍ରୀସରୁ ଟୋକିଓ ପହଞ୍ଚିଲା ଅଲିମ୍ପିକ୍ ମଶାଲ

ଏଥେନ୍ସ: କରୋନା ଯୋଗୁ ଗୋଟିଏ ପଟେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜିତ ହେବ କି ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଜାପାନ ଏହାର ପ୍ରସ୍ତୁତିକୁ ନେଇ ଜୋର୍ ଧରିଛି। ଏହା ମଧ୍ୟରେ ଅଲିମ୍ପିକ୍ ମଶାଲ୍ ଗ୍ରୀସରୁ ଟୋକିଓରେ ପହଞ୍ଚିଛି। ଗୁରୁବାର ବନ୍ଦ ଦ୍ୱାର ଭିତରେ ଆୟୋଜିତ ସମାରୋହରେ ଟୋକିଓ ଅଲିମ୍ପିକ୍ସର ଆୟୋଜକଙ୍କୁ ମଶାଲ୍ ପ୍ରଦାନ କରାଯାଇଛି। ଦର୍ଶକଙ୍କ ଅନୁପସ୍ଥିତିରେ ଅଲିମ୍ପିକ୍ସ ଜିମ୍ନାଷ୍ଟିକ୍ସ ଚାମ୍ପିୟନ୍ ଲିଟାରିସ୍ ପିଟ୍ରୋନିଆସ୍ ମଶାଲ ଧରି ଦୌଡ଼ିଥିବା ବେଳେ ଅଲିମ୍ପିକ୍ସ ପୋଲ୍ […]

olympics

olympics

Ranjit Kumar Jena
  • Published: Thursday, 19 March 2020
  • Updated: 19 March 2020, 09:18 PM IST

Sports

Latest News

ଏଥେନ୍ସ: କରୋନା ଯୋଗୁ ଗୋଟିଏ ପଟେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜିତ ହେବ କି ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଜାପାନ ଏହାର ପ୍ରସ୍ତୁତିକୁ ନେଇ ଜୋର୍ ଧରିଛି। ଏହା ମଧ୍ୟରେ ଅଲିମ୍ପିକ୍ ମଶାଲ୍ ଗ୍ରୀସରୁ ଟୋକିଓରେ ପହଞ୍ଚିଛି। ଗୁରୁବାର ବନ୍ଦ ଦ୍ୱାର ଭିତରେ ଆୟୋଜିତ ସମାରୋହରେ ଟୋକିଓ ଅଲିମ୍ପିକ୍ସର ଆୟୋଜକଙ୍କୁ ମଶାଲ୍ ପ୍ରଦାନ କରାଯାଇଛି।

ଦର୍ଶକଙ୍କ ଅନୁପସ୍ଥିତିରେ ଅଲିମ୍ପିକ୍ସ ଜିମ୍ନାଷ୍ଟିକ୍ସ ଚାମ୍ପିୟନ୍ ଲିଟାରିସ୍ ପିଟ୍ରୋନିଆସ୍ ମଶାଲ ଧରି ଦୌଡ଼ିଥିବା ବେଳେ ଅଲିମ୍ପିକ୍ସ ପୋଲ୍ ଭଲ୍ଟ ଚାମ୍ପିୟନ୍ କ୍ୟାଟରିନା ଷ୍ଟିଫାନିଡି ପାନ୍ଥାନସିକ୍ ଷ୍ଟାଡିୟମ ଭିତରେ ଅଲିମ୍ପିକ୍ସ 'ଅଗ୍ନିକୁଣ୍ଡ'କୁ ପ୍ରଜ୍ଜ୍ୱଳିତ କରିଛନ୍ତି। ଏହି ଷ୍ଟାଡିୟମରେ ୧୮୯୬ରେ ପ୍ରଥମ ଆଧୁନିକ ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ହୋଇଥିଲା। ଅଗ୍ନିକୁଣ୍ଡ ପ୍ରଜ୍ଜ୍ୱଳିତ ହେବା ପରେ ଏହି ମଶାଲ ଟୋକିଓ ଅଲିମ୍ପିକ୍ସ ୨୦୨୦ର ପ୍ରତିନିଧି ନାଓକୋ ଇମୋତୋଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୁଇମର୍ ଇମୋତୋ ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସ କ୍ରୀଡ଼ାରେ ଭାଗ ନେଇଥିଲେ। ୟୁନିସେଫର ପ୍ରତିନିଧି ଇମୋତୋଙ୍କୁ ଅନ୍ତିମକ୍ଷଣରେ ନିଯୁକ୍ତ କରାଯାଇଥିଲା ଏବଂ ଏହି କାରଣରୁ ତାଙ୍କୁ ଜାପାନରୁ ଯାତ୍ରା କରିବାକୁ ପଡ଼ିନାହିଁ। ଗତ ସପ୍ତାହରେ ପ୍ରାଚୀନ ଅଲିମ୍ପିଆରୁ ମଶାଲ ପ୍ରଜ୍ଜ୍ୱଳନ ସମାରୋହ ମଧ୍ୟ ଦର୍ଶକଙ୍କ ବିନା ଆୟୋଜନ କରାଯାଇଥିଲା।

ସୂଚନାଯୋଗ୍ୟ, କରୋନା ଭାଇରସ୍ ବ୍ୟାପିବା ସତ୍ତ୍ୱେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଓ ଜାପାନ ସରକାର ଅଲିମ୍ପିକ୍ସକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଆଇଓସିରର ଏହି ନିଷ୍ପତ୍ତିକୁ ବିଶ୍ୱର ଅନେକ ସଂଘ ବିରୋଧ କରିଛନ୍ତି। ସାରା ବିଶ୍ୱରେ ଏବେ କରୋନାର ଭୟ ଏବଂ ଏଭଳି ସ୍ଥିତିରେ ଅଲିମ୍ପିକ୍ସକୁ ସ୍ଥଗିତ କରିବାକୁ ଅନେକେ ପରାମର୍ଶ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱରେ ୨ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos