ଟୋକିଓ: ଏସିଆ ମହାଦ୍ୱୀପରେ ୧୨ ବର୍ଷ ପରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଏହି ଖେଳ ମହାକୁମ୍ଭର ଉଦଘାଟନୀ ସମାରୋହର ଠିକ୍ ବର୍ଷକ ପୂର୍ବରୁ ବୁଧବାର ଏଠାରେ ପ୍ରଥମଥର ପାଇଁ ଏହାର ଗୋଲ୍ଡ, ସିଲଭର୍ ଏବଂ ବ୍ରୋଞ୍ଜ ମେଡାଲ୍ ସାର୍ବଜନୀନ ଭାବେ ପ୍ରଦର୍ଶିତ କରାଯାଇଛି। ଏହି ମେଡାଲର ଓଜନ ୫୫୬ ଏବଂ ୪୫୦ ଗ୍ରାମ୍ ଭିତରେ ରହିଛି। ଜାପାନର ରାଜଧାନୀରେ ଆୟୋଜିତ ଏହି ଭବ୍ୟ ସମାରୋହରେ ପ୍ରଶଂସକ, ପ୍ରାୟୋଜକ ଏବଂ ରାଜନେତା ଭାଗ ନେଇଛନ୍ତି।
The moment you have all been waiting for, your #Tokyo2020 Olympic Medals! 🥇🥈🥉
RT for good luck! 100% #Sustainable #1YearToGo pic.twitter.com/DcLKtEF0DQ
— #Tokyo2020 #1YearToGo (@Tokyo2020) July 24, 2019
ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଜୁଲାଇ ୨୪, ୨୦୨୦ରେ ହେବ। ୧୯୭୬ ଅଲିମ୍ପିକ୍ସ ଫେନସିଂ ଗୋଲ୍ଡ ମେଡାଲ୍ ବିଜେତା ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅଧ୍ୟକ୍ଷ ଟମାସ ବାକ୍ ସ୍କୁଲ୍ ପିଲାଙ୍କ ସହ ନିଜ କୌଶଳ ପ୍ରଦର୍ଶନ କରିଥିଲେ। ଜାପାନ ଏହି କ୍ରୀଡ଼ାର ଆୟୋଜନ ପାଇଁ ପ୍ରାୟ ୨୦ ବିଲିୟନ୍ ଡଲାର ଖର୍ଚ୍ଚ କରିବ। ତେବେ ଅଲିମ୍ପିକ୍ସ ଆୟୋଜନରେ ହେବାକୁଥିବା ଖର୍ଚ୍ଚର ସଠିକ୍ ଅନୁମାନ ଲଗାଇବା କଷ୍ଟକର।