ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ହକି ଲିଗ ପାଇଁ ଆସନ୍ତାକାଲି ଭୁବନେଶ୍ୱର ଆସିବ ଭାରତୀୟ ଦଳ। ଏହା ପୂର୍ବରୁ ଆଜି ବେଙ୍ଗାଲୁରୁର ସାଇ ଗ୍ରାଉଣ୍ଡରେ ଟିମ ଇଣ୍ଡିଆ ଜୋରଦାର ଅଭ୍ୟାସ କରିଛି। ଭାରତୀୟ ଦଳ କୋଚ ସୋର୍ଡ ମିର୍ନେଙ୍କ ନେତୃତ୍ୱରେ ଟିମ ଅଭ୍ୟାସ ଜାରି ରଖିଥିଲା। ଭାରତୀୟ ଦଳରେ ୩ ଓଡିଆ ଖେଳାଳି ରହିଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କି ଓ ଅମିତ ରୋହିଦାସ। ଏହି ୩ ଓଡ଼ିଆଙ୍କ ଭାରତରୁ ଡିଫେଣ୍ଡ ଲାଇନ ସମ୍ଭାଳିବେ ବୀରେନ୍ଦ୍ର ଲାକ୍ରା। ପ୍ରାୟ ଦେଢ ବର୍ଷ ପରେ ସେ ଭାରତୀୟ ଦଳକୁ ଫେରିଛନ୍ତି। ସେହିପରି ରୂପିନ୍ଦର ପାଲ ସିଂ ମଧ୍ୟ ଦଳକୁ କମବ୍ୟାକ କରିଛନ୍ତି। ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡ ଉଚ୍ଚକୋଟିର ହୋଇଥିବା ବେଳେ ଏହା ଭାରତ ପାଇଁ ଲକି ସାବ୍ୟସ୍ତ ହେବ ବୋଲି ଖେଳାଳି ଆଶା ପ୍ରକାଶ କରିଛନ୍ତି। ଡିସେମ୍ବରରୁ ୧ରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।