କାଲି ତୃତୀୟ ଦିନିକିଆ: ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ, ସେପଟେ ଅଷ୍ଟ୍ରେଲିଆ ଦଳରେ ଫିଞ୍ଚ୍‌ ହୋଇପାରନ୍ତି ସାମିଲ

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): ଆସନ୍ତାକାଲି ଇନ୍ଦୋରରେ ଖେଳାଯିବ ତୃତୀୟ ଦିନିକିଆ। ଏହି ମ୍ୟାଚ ଜିତି ଭାରତ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି। ଭାରତ ଏହି ମ୍ୟାଚ ଜିତିଲେ ଆଇସିସି ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହେବ। ପୂର୍ବରୁ ଭାରତ ପ୍ରଥମ ଦୁଇଟି ଦିନିକିଆ ଜିତି ୨-୦ରେ ଆଗୁଆ ରହିଛି। ସେପଟେ କର ବା ମର ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ମ୍ୟାଚ ନ ଜିତିଲେ ସିରିଜ ହାରିବାର ଭୟ ରହିଛି। ତେବେ ମ୍ୟାଚକୁ ଜିତି ସିରିଜକୁ ଫେରିବାର […]

Indian-Cricket-Team-ODI_Getty

Indian-Cricket-Team-ODI_Getty

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 07:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): ଆସନ୍ତାକାଲି ଇନ୍ଦୋରରେ ଖେଳାଯିବ ତୃତୀୟ ଦିନିକିଆ। ଏହି ମ୍ୟାଚ ଜିତି ଭାରତ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି। ଭାରତ ଏହି ମ୍ୟାଚ ଜିତିଲେ ଆଇସିସି ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହେବ। ପୂର୍ବରୁ ଭାରତ ପ୍ରଥମ ଦୁଇଟି ଦିନିକିଆ ଜିତି ୨-୦ରେ ଆଗୁଆ ରହିଛି। ସେପଟେ କର ବା ମର ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ମ୍ୟାଚ ନ ଜିତିଲେ ସିରିଜ ହାରିବାର ଭୟ ରହିଛି। ତେବେ ମ୍ୟାଚକୁ ଜିତି ସିରିଜକୁ ଫେରିବାର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ପ୍ରଥମ ୨ଟି ଦିନିକିଆ ହାରିବା ପରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

ଅନ୍ୟପଟେ କାଲିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଫିଞ୍ଚ୍‌ ଟିମ୍‌ରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଦଳରେ ଫିଞ୍ଚ୍‌ ସ୍ଥାନ ପାଇଲେ ଅଷ୍ଟ୍ରେଲିଆର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ସେପଟେ କାଲିର ମ୍ୟାଚକୁ ଜିତି ଭାରତ ଲଗାତର ୮ଟି ଦିନିକିଆ ସହ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ୩ଟି ଦିନିକିଆ ବିଜୟୀ ହେବାର ରେକର୍ଡ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos