କାଲି ଭାରତ ନ୍ୟୁଜିଲାଣ୍ଡ ଶେଷ ଟକ୍କର: ଉଭୟ ଦଳ ପାଇଁ କର ବା ମର ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରବିବାର କାନପୁରରେ ଭାରତ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଅନ୍ତିମ ମୁକାବିଲା। ୧-୧ରେ ବରାରବ ପରେ ଏବେ ନିର୍ଣ୍ଣାୟକ ସ୍ଥିତିରେ ସିରିଜ୍। ଉଭୟ ଦଳ ପାଇଁ କର ବା ମର ମ୍ୟାଚ। ପ୍ରଥମ ମ୍ୟାଚ୍‌ ଜିତିବା ପରେ ନ୍ୟୁଜିଲାଣ୍ଡର ମନୋବଳ ଦ୍ରୁଢ ଅଛି। ପ୍ରଥମ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଭଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ […]

virat-kohli-ms-dhoni-afp_806x605_71503500979

virat-kohli-ms-dhoni-afp_806x605_71503500979

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 05:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରବିବାର କାନପୁରରେ ଭାରତ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଅନ୍ତିମ ମୁକାବିଲା। ୧-୧ରେ ବରାରବ ପରେ ଏବେ ନିର୍ଣ୍ଣାୟକ ସ୍ଥିତିରେ ସିରିଜ୍। ଉଭୟ ଦଳ ପାଇଁ କର ବା ମର ମ୍ୟାଚ। ପ୍ରଥମ ମ୍ୟାଚ୍‌ ଜିତିବା ପରେ ନ୍ୟୁଜିଲାଣ୍ଡର ମନୋବଳ ଦ୍ରୁଢ ଅଛି। ପ୍ରଥମ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଭଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଭଳ ପ୍ରଦର୍ଶନ କରିଛି।କିନ୍ତୁ ଦ୍ୱିତୀୟ ମ୍ୟାଚ କମ୍‌ବ୍ୟାକ୍ କରିଥିବା ଟିମ୍ ଇଣ୍ଡିଆର ବୋଲିଂ ଲାଇନ୍ ସୁଦୃଢ଼ ଥିବା ପ୍ରମାଣିତ ହୋଇଛି। ଶେଷ ମ୍ୟାଚ୍‌ରେ ଭୁବନେଶ୍ୱର କୁମାର ଓ ବୁମରାହରଙ୍କ ବୋଲିଂ ନ୍ୟୁଜିଲାଣ୍ଡକୁ ମାତ୍ର ୨୩୦ ରନରେ ସୀମିତ ରଖିବାରେ ସଫଳ ହୋଇଥିଲା। ସେପଟେ ମିଡିଲ୍ ଅଡର ଦୀନେଶ କାର୍ତ୍ତିକଙ୍କ ଉପରେ ବିଶେଷ ନଜର ରହିବ। ଗତ ମ୍ୟାଚରେ ପ୍ରଦର୍ଶନ, କାର୍ତ୍ତିକଙ୍କ ଗୁରୁତ୍ୱକୁ ଆହୁରି ବଢ଼ାଇଛି। ଓପନିଂ ଯୋଡି ସଫଳ ହୋଇନାହିଁ କିନ୍ତୁ କ୍ୟାପଟେନ କୋହଲି ଚମତ୍କାର ଫର୍ମରେ ଅଛନ୍ତି। ଶ୍ରୀଲଙ୍କାକୁ ୫-୦ ଏବଂ ଅଷ୍ଟ୍ରେଲିଆକୁ ୪-୧ରେ ହରାଇଥିବା ଟିମ୍ ଇଣ୍ଡିଆକୁ କିନ୍ତୁ କଡ଼ା ଟକ୍କର ଦେଇଛି ନ୍ୟୁଜିଲାଣ୍ଡ। ବ୍ୟାଟ୍ସମ୍ୟାନ୍ ଲାଥମ୍ ଓ ରସ୍ ଟେଲର ଟିମ ଇଣ୍ଡିଆ ପାଇଁ ଡେଞ୍ଜର ମ୍ୟାନ ସାଜିପାରନ୍ତି। ତେବେ ପ୍ରଥମ ଥର ପାଇଁ କାନପୁରର ଗ୍ରୀର୍ନ ପାର୍କରେ ଅୟୋଜିତ ହୋଇଥିବା ଦିବାରାତ୍ର ମ୍ୟାଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଟିମ ଇଣ୍ଡିଆ  ଏବେ ICC ରାକିଂରେ ନମ୍ବର ୨ରେ ଥିବା ବେଳେ ନ୍ୟୁଜିଲାଣ୍ଡ ପଞ୍ଚମ ସ୍ଥାନରେ ରହିଛି। କାଲିର ମ୍ୟାଚ୍‌ରେ ଯଦି ଭାରତ ଜିତୁଛି ତେବେ ଲଗାତାର ସପ୍ତମ ସିରିଜ ଜିତିବାର ଗୌରବ ହାସଲ କରିବ ଦଳ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos