ତୃତୀୟ ଦିନିକିଆ ବି ହାରିଲା ଭାରତୀୟ ମହିଳା ଦଳ

ବେଙ୍ଗଲୁରୁ: ନ୍ୟୁଜିଲ୍ୟାଣ୍ଡଠାରୁ ପୁଣି ହାରି ଯାଇଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ବେଙ୍ଗଲୁରୁଠାରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ୍ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଆଜି ହାରିଯାଇଛି ଭାରତୀୟ ଦଳ। ଏହା ହେଉଛି ଭାରତୀୟ ଦଳର ଲଗାତାର ଦ୍ୱିତୀୟ ପରାଜୟ। ଆଉ ଏହା ସହିତ ଏହି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ନ୍ୟୁଜିଲ୍ୟାଣ୍ଡ। ଆଜି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ୫୦ ଓଭରରେ ଦଳ ୯ଟି ୱିକେଟ୍ ହରାଇ ମାତ୍ର […]

womencricket

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 02:44 PM IST

ବେଙ୍ଗଲୁରୁ: ନ୍ୟୁଜିଲ୍ୟାଣ୍ଡଠାରୁ ପୁଣି ହାରି ଯାଇଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ବେଙ୍ଗଲୁରୁଠାରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ୍ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଆଜି ହାରିଯାଇଛି ଭାରତୀୟ ଦଳ। ଏହା ହେଉଛି ଭାରତୀୟ ଦଳର ଲଗାତାର ଦ୍ୱିତୀୟ ପରାଜୟ। ଆଉ ଏହା ସହିତ ଏହି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ନ୍ୟୁଜିଲ୍ୟାଣ୍ଡ।

ଆଜି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ୫୦ ଓଭରରେ ଦଳ ୯ଟି ୱିକେଟ୍ ହରାଇ ମାତ୍ର ୧୮୨ ରନ୍ କରିବାରେ ସଫଳ ହୋଇଥିଲା। ଦଳ ପକ୍ଷରୁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ବେଦା କ୍ରିଷ୍ଣମୂର୍ତ୍ତି। ସେ ୬୧ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ସୋଫି ଡେଭିନ୍ ୪୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

ନ୍ୟୁଜିଲ୍ୟାଣ୍ଡ ଦଳ ଏହି ଟାର୍ଗେଟକୁ ୪୫.୪ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ହାସଲ କରି ନେଇଥିଲା। ଓପନର୍ ସୁଜି ବେଟ୍ସ ଓ ରାସେଲ ପ୍ରିଷ୍ଟଙ୍କ ମଧ୍ୟରେ ୧୨୫ ରନର ଭାଗିଦାରୀ ହୋଇଥିଲା। ସୁଜି ୫୯ ରନ୍ କରିଥିବା ବେଳେ ପ୍ରିଷ୍ଟ ୬୪ ରନ୍ ସଂଗ୍ରହ କରିଥିଲେ। ଆଉ ସେମାନଙ୍କ ଭାଗିଦାରୀ ଦଳର ବିଜୟ ଲକ୍ଷ୍ୟକୁ ସୁଗମ କରି ଦେଇଥିଲା। ଭାରତ ପକ୍ଷରୁ ଝୁଲଣ ଗୋସ୍ୱାମୀ ୨୮ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିଥିଲେ।

ଭାରତରେ ତା’ର ପ୍ରଥମ ସିରିଜ୍ ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଶେଷ ଦୁଇଟି ମ୍ୟାଚରୁ ଗୋଟିକୁ ନିଶ୍ଚିତ ଜିତିବାକୁ ପଡ଼ିବ। ଏହି ସିରିଜ୍ ଜିତି ଗଲେ ନ୍ୟୁଜିଲ୍ୟାଣ୍ଡ୍ ମହିଳା କ୍ରିକେଟ ଦଳ ଆଇସିସି ଓମେନ୍ ଚାମ୍ପିଅନସିପର ୫ ନମ୍ବର ସ୍ଥାନକୁ ଉନ୍ନୀତ ହେବ। ଅନ୍ୟପକ୍ଷରେ ଭାରତ ମାନ୍ୟତା ତାଲିକାର ତଳେ ରହିବ।

ଆଇସିସି ଓମେନ୍ ଚାମ୍ପିଅନସିପର ଶୀର୍ଷ ଚାରି ସ୍ଥାନରେ ଯେଉଁ ଦଳଗୁଡ଼ିକ ରହିବେ ସେମାନେ ୨୦୧୭ ବିଶ୍ୱ କପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ।

Related story