ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌: ଭାରତକୁ ଦୁଇ ବ୍ରୋଞ୍ଜ

ଜିଆନ୍‌(ଚାଇନା): ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌ର ମହିଳା ବର୍ଗରେ ଭାରତର ଦିବ୍ୟା କାକରନ୍‌ ଓ ମଞ୍ଜୁ କୁମାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ପାଇଥିବା ଦିବ୍ୟାଙ୍କ ମୁକାବିଲା ୬୮ କେଜି ବର୍ଗରେ ମଙ୍ଗୋଲିଆର ଵାତସେତସେଗ ସୋରୋଞ୍ଜନବୋଲଡଙ୍କ ସହ ହୋଇଥିଲା। ତେବେ ଏଥିରେ ଭାରତର ଦିବ୍ୟା ବାଜିମାତ କରିଥିଲେ। ସେହିପରି ୫୯ କେଜି ବର୍ଗରେ ମଞ୍ଜୁ କୁମାରୀ ଭିଏତନାମର ରେସଲର ଥି ହୁଅଙ୍ଗ ଦାଓଙ୍କୁ ପରାସ୍ତ କରି ପଦକ ଜିତିଛନ୍ତି। ଅନ୍ୟତମ ଭାରତୀୟ ରେସଲର ସୀମା […]

divya

Hemant Lenka
  • Published: Thursday, 25 April 2019
  • , Updated: 25 April 2019, 08:47 PM IST

ଜିଆନ୍‌(ଚାଇନା): ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌ର ମହିଳା ବର୍ଗରେ ଭାରତର ଦିବ୍ୟା କାକରନ୍‌ ଓ ମଞ୍ଜୁ କୁମାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ପାଇଥିବା ଦିବ୍ୟାଙ୍କ ମୁକାବିଲା ୬୮ କେଜି ବର୍ଗରେ ମଙ୍ଗୋଲିଆର ଵାତସେତସେଗ ସୋରୋଞ୍ଜନବୋଲଡଙ୍କ ସହ ହୋଇଥିଲା। ତେବେ ଏଥିରେ ଭାରତର ଦିବ୍ୟା ବାଜିମାତ କରିଥିଲେ।

ସେହିପରି ୫୯ କେଜି ବର୍ଗରେ ମଞ୍ଜୁ କୁମାରୀ ଭିଏତନାମର ରେସଲର ଥି ହୁଅଙ୍ଗ ଦାଓଙ୍କୁ ପରାସ୍ତ କରି ପଦକ ଜିତିଛନ୍ତି। ଅନ୍ୟତମ ଭାରତୀୟ ରେସଲର ସୀମା ୫୦ କେଜି ବର୍ଗରେ ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ଯାଇଥିଲେ ହେଁ ବିଫଳ ହୋଇଛନ୍ତି। ସୀମାଙ୍କୁ କାଜାଖସ୍ତାନର ଭାଲେଣ୍ଟିନା ଇଭୋନୋଭାନ ପରାସ୍ତ କରିଥିଲେ।

Related story