ଗାଙ୍ଗୁଲିଙ୍କର ଆଉଏକ ସଫଳ ଆଞ୍ଜିଓପ୍ଲାଷ୍ଟି

କୋଲକାତା: ବିସିସିଆଇ ଅଧ୍ୟକ୍ଷ ଓ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଗୁରୁବାର ପୁଣିଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ହସ୍ପିଟାଲର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଦେବୀ ଶେଟ୍ଟୀ ସବୁ ମେଡିକାଲ୍ ଟେଷ୍ଟ ଯାଞ୍ଚ କରିବା ପରେ ହସ୍ପିଟାଲ ଡାକ୍ତରଙ୍କ ସହ ପରାମର୍ଶ କରି ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା […]

dada

Ranjit Kumar Jena
  • Published: Thursday, 28 January 2021
  • , Updated: 28 January 2021, 10:01 PM IST

କୋଲକାତା: ବିସିସିଆଇ ଅଧ୍ୟକ୍ଷ ଓ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଗୁରୁବାର ପୁଣିଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ହସ୍ପିଟାଲର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଦେବୀ ଶେଟ୍ଟୀ ସବୁ ମେଡିକାଲ୍ ଟେଷ୍ଟ ଯାଞ୍ଚ କରିବା ପରେ ହସ୍ପିଟାଲ ଡାକ୍ତରଙ୍କ ସହ ପରାମର୍ଶ କରି ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ଏହା ପୂର୍ବରୁ ଆଜି ଗାଙ୍ଗୁଲିଙ୍କର କିଛି ମେଡିକାଲ୍ ଟେଷ୍ଟ କରାଯାଇଥିଲା। ବୁଧବାର ଛାତିରେ ପୁଣିଥରେ ଯନ୍ତ୍ରଣା ଅନୁଭୂତ କରିବାରୁ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଆଉଏକ ଆଞ୍ଜିଓଗ୍ରାଫି କରାଯିବାର ସମ୍ଭାବନା ରହିଥିଲା। ଆଜି ଗାଙ୍ଗୁଲିଙ୍କୁ ଭେଟିବା ପାଇଁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲ ଯାଇଥିଲେ। ହସ୍ପିଟାଲରୁ ଫେରିବା ପାଇଁ ଗାଙ୍ଗୁଲି ଠିକ୍ ଥିବା ମମତା କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ଗାଙ୍ଗୁଲି ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ସେତେବେଳେ ଡାକ୍ତର ଗାଙ୍ଗୁଲିଙ୍କର ଆଉ ଏକ ଆଞ୍ଜିଓପ୍ଲାଷ୍ଟି କରାଇବା ନେଇ ମଧ୍ୟ କହିଥିଲେ। ତାଙ୍କର ଚିକିତ୍ସା ପାଇଁ ୯ଜଣିଆ ଟିମ୍ ନିୟୋଜିତ କରାଯାଇଥିଲା।

Related story