U-17 କୋଚ୍‌ ଆଦାମଙ୍କ ବହିଷ୍କାରକୁ ଏଆଇଏଫଏଫ ଅସ୍ୱୀକାର

ନୂଆଦିଲ୍ଲୀ: U-17 ଫୁଟ୍‌ବଲ ଟିମ୍‌ର ମୁଖ୍ୟ କୋଚ୍‌ ନିକୋଲାଇ ଆଦମଙ୍କ ବହିଷ୍କାର ଖବରକୁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ) ଖଣ୍ଡନ କରିଛି। ରୁଷିଆରେ ହୋଇଥିବା ଗ୍ରାନେଟ୍‌କେନ କପ୍‌ରେ ଭାରତୀୟ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ଶେଷ ସ୍ଥାନରେ ରହିଥିଲା। ଏହାପରେ ଗତକାଲି ଆଦମଙ୍କୁ ଏଆଇଏଫଏଫ କୋଚ ପଦରୁ ବହିଷ୍କାର କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଏଆଇଏଫଏଫ ଖଣ୍ଡନ କରିଛି। ଗତକାଲି ଏଆଇଏପଏଫ ସଭାପତି ଆଦାମଙ୍କ ସହ ଖେଳାଳିଙ୍କ ସମ୍ପର୍କରେ କଥା […]

nicolai-adam

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 06:53 PM IST

ନୂଆଦିଲ୍ଲୀ: U-17 ଫୁଟ୍‌ବଲ ଟିମ୍‌ର ମୁଖ୍ୟ କୋଚ୍‌ ନିକୋଲାଇ ଆଦମଙ୍କ ବହିଷ୍କାର ଖବରକୁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ) ଖଣ୍ଡନ କରିଛି। ରୁଷିଆରେ ହୋଇଥିବା ଗ୍ରାନେଟ୍‌କେନ କପ୍‌ରେ ଭାରତୀୟ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ଶେଷ ସ୍ଥାନରେ ରହିଥିଲା। ଏହାପରେ ଗତକାଲି ଆଦମଙ୍କୁ ଏଆଇଏଫଏଫ କୋଚ ପଦରୁ ବହିଷ୍କାର କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଏଆଇଏଫଏଫ ଖଣ୍ଡନ କରିଛି।

ଗତକାଲି ଏଆଇଏପଏଫ ସଭାପତି ଆଦାମଙ୍କ ସହ ଖେଳାଳିଙ୍କ ସମ୍ପର୍କରେ କଥା ହୋଇଥିଲେ। U-17 ଟିମ ରୁଷିଆରୁ ଗୋଆ ଫେରିବା ପରେ ସେମାନଙ୍କ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ଅଧିକ ପ୍ରସ୍ତୁତ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।

Related story