U-17 ଫିଫା ବିଶ୍ୱକପ୍‌ ପାଇଁ କୋଲକତା ପ୍ରସ୍ତୁତ

କୋଲକତା: ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ କରିବାକୁ କୋଲକତା ପ୍ରସ୍ତୁତ ଅଛି। ଆଜି ୧୩ ଜଣିଆ ଫିଫା ପ୍ରତିନିଧି ଦଳ ଏବଂ ଲୋକାଲ ଅର୍ଗାନାଇଜିଂ କମିଟି (ଏଲ୍‌ଓସି) ସଦସ୍ୟ କୋଲକତା ସଲ୍ଟଲେକ ଷ୍ଟାଡିୟମର ପ୍ରସ୍ତୁତି ଅନୁଧ୍ୟାନ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଆସନ୍ତ ବର୍ଷ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଏଠାରେ ଅନୁଷ୍ଠିତ ହେବ। ଏହାସହ ବିଶ୍ୱକପ୍‌ର ଭେନ୍ୟୁ ମଧ୍ୟ ଘୋଷଣା କରାଯାଇଛି। ୨୦୧୭ ଅକ୍ଟୋବର ୬ରୁ ୨୮ ତାରିଖ ପର୍ଯ୍ୟନ୍ତ […]

saltlake_stadium_kolkata

Rakesh Mallick
  • Published: Tuesday, 25 October 2016
  • , Updated: 25 October 2016, 06:06 PM IST

କୋଲକତା: ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ କରିବାକୁ କୋଲକତା ପ୍ରସ୍ତୁତ ଅଛି। ଆଜି ୧୩ ଜଣିଆ ଫିଫା ପ୍ରତିନିଧି ଦଳ ଏବଂ ଲୋକାଲ ଅର୍ଗାନାଇଜିଂ କମିଟି (ଏଲ୍‌ଓସି) ସଦସ୍ୟ କୋଲକତା ସଲ୍ଟଲେକ ଷ୍ଟାଡିୟମର ପ୍ରସ୍ତୁତି ଅନୁଧ୍ୟାନ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଆସନ୍ତ ବର୍ଷ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଏଠାରେ ଅନୁଷ୍ଠିତ ହେବ।

ଏହାସହ ବିଶ୍ୱକପ୍‌ର ଭେନ୍ୟୁ ମଧ୍ୟ ଘୋଷଣା କରାଯାଇଛି। ୨୦୧୭ ଅକ୍ଟୋବର ୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।

ପ୍ରୋଜେକ୍ଟ ଡାଇରେକ୍ଟର ଜୟ ଭଟ୍ଟାଚାର୍ଯ୍ୟ କହିଛନ୍ତି,“ଦୁଇବର୍ଷ ପୂର୍ବେ ଆମେ ଏହି ଷ୍ଟାଡିୟମ ଅନୁଧ୍ୟାନ କରିଥିଲୁ। ପ୍ରସ୍ତୁତି କାର୍ଯ୍ୟ ଠିକ୍‌ଠାକ ଚାଲିଛି। ମୁଁ ଏଠାରେ ଫୁଟବଲ୍‌ ଦେଖି ବଡ଼ ହୋଇଛି। ଏହା ମୋ ପାଇଁ ବହୁତ ଖୁସିର କଥା ଯେ ଏଠାରେ ବିଶ୍ୱକପ୍‌ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି।”

୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଇଭେଣ୍ଟ ମ୍ୟାନେଜର ମାରିଅନ ମେୟର ଭୋରଫିଲ୍ଡର କହିଛନ୍ତି,“ଆମେ ଏଠାରେ ମାତ୍ର ୨୪ ଘଣ୍ଟା ରହିବୁ। ଏହି ଅଞ୍ଚଳରେ ଫୁଟ୍‌ବଲ ପ୍ରତି ଥିବା ଭଲ ପାଇବା ଦେଖି ଖୁସି ଲାଗିଲା। ଅଞ୍ଚଳର ଐତିହାସିକ ସମ୍ପୃଦ୍ଧି ବିଷୟରେ ମୁଁ ଶୁଣିଛି। ଷ୍ଟାଡିୟମରେ ଏକ ଲକ୍ଷ ପର୍ଯ୍ୟନ୍ତ ଦର୍ଶକ ମ୍ୟାଚ୍‌କୁ ଦେଖି ପାରିବେ। ଷ୍ଟାଡିୟମର ବହୁ କାମ ସରିଯାଇଛି। ଶେଷ ଥର (ଫେବୃଆରୀ) ଷ୍ଟାଡିୟମ ନିରୀକ୍ଷଣ ବେଳେ ଯାହା ଦେଖିଥିଲୁ, ଏବେ ପ୍ରସ୍ତୁତି ବହୁତ ଆଗେଇଛି।”

ସେ କହିଛନ୍ତି,“ଏହା ଦେଶର ଏକ ଭଲ ଷ୍ଟାଡିୟମ। ଆନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମଠାରୁ ଏହା କିଛି ଗୁଣରେ କମ ନୁହେଁ।”

Related story