U-19 ଦିନିକିଆ ସିରିଜି: ୨୩ ରନ୍‌ରେ ଭାରତକୁ ହରାଇଲା ଇଂଲଣ୍ଡ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା U-19 ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୨୩ ରନ୍‌ରେ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ଟିମ୍‌ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୫୬ ରନ୍‌ କରିଥିଲା। ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳ ୪୨.୨ ଓଭରରେ ସମସ୍ତ ୱିକେଟ ହରାଇ ୨୩୩ ରନ୍‌ କରବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଓପ୍ନର ଏଚ୍‌. ବ୍ରୋକ୍‌ ୫୧ ରନ୍‌ […]

ind-eng

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 10:26 PM IST

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା U-19 ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୨୩ ରନ୍‌ରେ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ଟିମ୍‌ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୫୬ ରନ୍‌ କରିଥିଲା। ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳ ୪୨.୨ ଓଭରରେ ସମସ୍ତ ୱିକେଟ ହରାଇ ୨୩୩ ରନ୍‌ କରବାକୁ ସକ୍ଷମ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ ଓପ୍ନର ଏଚ୍‌. ବ୍ରୋକ୍‌ ୫୧ ରନ୍‌ କର ଆଉଟ୍‌ ହୋଇଥିଲେ। ଡି. ରାୱଲିନ୍ସ ୧୦୭ ରନ୍‌ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ କେଏଲ ନାଗରକୋଟି ଏବଂ ଏ. ଶର୍ମା ଦୁଇଟି ଲେଖାଏଁ ଓ ଭି. ତିୱାରୀ, ଆରଡି ଚାହାର ଏବଂ ଏମ୍‌. ରାୱତ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଭାରତ ପକ୍ଷରୁ ଏଚ୍‌. ଜେ. ରାଣା ୧୦୧ ରନ୍‌ କରିଥିଲେ। ଅନ୍ୟ କୌଣସି ଖେଳାଳି କିଛି ଖାସ୍‌ କରିପାରି ନ ଥିଲେ।

Related story