ମୀରପୁର: ବାଂଲାଦେଶର ଶେର-ଇ-ବାଂଲା ଷ୍ଟାଡିୟମ୍ରେ ଆସନ୍ତାକାଲି ୟୁ-୧୯ ସେମିଫାଇନାଲରେ ତିନି ଥରର ଚାମ୍ପିଅନ୍ ଭାରତ ଭେଟିବ ଶ୍ରୀଲଙ୍କାକୁ।
ଗ୍ରୁପ-ଡିରେ ନେପାଳ, ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡକୁ ପରାଜିତ କରିଛି ଶକ୍ତିଶାଳୀ ଭାରତ। ଶେଷ ମ୍ୟାଚ୍ରେ ନାମିବିୟାକୁ ୧୯୭ ରନ୍ରେ ପରାଜିତ କରି ଭାରତ ସେମି ଫାଇନାଲରେ ପ୍ରବେଶ କରିଛି।
ଭାରତ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ଜାରି ରଖିଥିବାରୁ ଲାଗତାର ଭାବେ ବିଜୟୀ ହୋଇଛି। ଏହାକୁ ଭିତ୍ତି କରି ଦଳ ଶ୍ରୀଲଙ୍କା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଭାରତୀୟ ଦଳର ଅଧିନାୟକ ରିଷଭ ପନ୍ତ ଓ ସରଫରାଜ ଖାଁ ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ୨୫୨ ଓ ୨୪୫ ରନ୍ କରିଛନ୍ତି। ସେହିପରି ଅମନ ଜାଫର ଓ ମହିପାଲ୍ ଲୋମରୋର୍ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଅଭେଶ ଖାନ୍ ବର୍ତ୍ତମାନ ସୁଦ୍ଧା ୯ଟି ୱିକେଟ୍ ନେଇ ସାରି ଥିବା ବେଳେ ମହିପାଲ୍ ଓ ମୟଙ୍କ ଡଗର ଯଥାକ୍ରମେ ୭ଟି ଓ ୫ଟି ୱିକେଟ୍ ନେଇଛନ୍ତି। ତେଣୁ ଫାଇନାଲ୍କୁ ଯିବାକୁ ଭାରତ ଏମାନଙ୍କ ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଭାରତକୁ ମାତ୍ ଦେବାକୁ ସ୍ୱତନ୍ତ୍ର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।