ଅଣ୍ଡର୍‌-୧୯ ବିଶ୍ୱକପ୍‌: ମାଙ୍କଡ଼ ଆକ୍ରମଣରେ ଅଷ୍ଟ୍ରେଲୀୟ କ୍ରିକେଟର ଆହତ

କିମ୍ବର୍ଲୀ: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ଭାରତୀୟ ଟିମର ଦବଦବା କାଏମ ରହିଛି। ଭାରତ କ୍ୱାର୍ଟରଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପହଞ୍ଚିସାରିଛି। ଚଳିତ ଟୁର୍ଣ୍ଣାମେଣ୍ଟରୁ ହୁଏତ ଅଷ୍ଟ୍ରେଲିଆ ବାହାର ହୋଇସାରିଛି, କିନ୍ତୁ ଟିମକୁ ଏବେ କିଛି ମ୍ୟାଚ୍ ଖେଳିବାକୁ ଅଛି। ତେବେ ଏହି ମୁକାବିଲା ପୂର୍ବରୁ ଟିମକୁ ବଡ଼ ଝଟକା ଲାଗିଛି। ଅଷ୍ଟ୍ରେଲିଆ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଜେକ୍ ଫ୍ରେଜର୍‌-ମ୍ୟାକଗର୍କ ମାଙ୍କଡ଼ ଆକ୍ରମଣରେ ଆଘାତ ପାଇ ସ୍ୱଦେଶ ଫେରିଯାଇଛନ୍ତି। ତେବେ ତାଙ୍କୁ ଏହି ଆଘାତ ଭାରତ […]

jake

Ranjit Kumar Jena
  • Published: Wednesday, 29 January 2020
  • , Updated: 29 January 2020, 09:00 PM IST

କିମ୍ବର୍ଲୀ: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ଭାରତୀୟ ଟିମର ଦବଦବା କାଏମ ରହିଛି। ଭାରତ କ୍ୱାର୍ଟରଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପହଞ୍ଚିସାରିଛି। ଚଳିତ ଟୁର୍ଣ୍ଣାମେଣ୍ଟରୁ ହୁଏତ ଅଷ୍ଟ୍ରେଲିଆ ବାହାର ହୋଇସାରିଛି, କିନ୍ତୁ ଟିମକୁ ଏବେ କିଛି ମ୍ୟାଚ୍ ଖେଳିବାକୁ ଅଛି। ତେବେ ଏହି ମୁକାବିଲା ପୂର୍ବରୁ ଟିମକୁ ବଡ଼ ଝଟକା ଲାଗିଛି।

ଅଷ୍ଟ୍ରେଲିଆ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଜେକ୍ ଫ୍ରେଜର୍‌-ମ୍ୟାକଗର୍କ ମାଙ୍କଡ଼ ଆକ୍ରମଣରେ ଆଘାତ ପାଇ ସ୍ୱଦେଶ ଫେରିଯାଇଛନ୍ତି। ତେବେ ତାଙ୍କୁ ଏହି ଆଘାତ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଲାଗିଥିଲା। ଲିଗ୍ ପର୍ଯ୍ୟାୟରେ ଇଂଲଣ୍ଡ୍ ବିପକ୍ଷ ବିଜୟ ପରେ ଅଷ୍ଟ୍ରେଲିଆ ଟିମ୍ ରିଲାକ୍ସ ହେବା ପାଇଁ ବାହାରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଏକ ମାଙ୍କଡ଼ ଜେକଙ୍କ ଉପରକୁ ଆକ୍ରମଣ କରିଥିଲା, ଯଦ୍ଦ୍ୱାରା ତାଙ୍କ ମୁହଁରେ ଆଘାତ ଲାଗିଥିଲା। ମେଡିକାଲ୍ ଷ୍ଟାଫ୍ ଏବଂ ପରିବାରଙ୍କ ପରାମର୍ଶ ପରେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ନିଷ୍ପତ୍ତି ନେଇଛି। ସାଧାରଣତଃ ମାଙ୍କଡ଼ ଆକ୍ରମଣ କରିବାର ସାତଦିନ ଭିତରେ ଏହାର ଚିକିତ୍ସା କରାଇବା ନିହାତି ଜରୁରୀ ବୋଲି କୁହାଯାଏ।

ଏ ନେଇ ଜେକ୍ କହିଛନ୍ତି, ଟିମ୍ ଛାଡ଼ି ସ୍ୱଦେଶ ଫେରିବା ମୋତେ ବହୁତ ନିରାଶ କରିଛି। ଏହି ଆକ୍ରମଣରୁ ମୁଁ ଗୋଟିଏ କଥା ଶିଖିବାକୁ ପାଇଲି ଯେ କେବେବି ପଶୁଙ୍କ ଅତି ନିକଟକୁ ଯିବା କଥା ନୁହେଁ। ଚିକିତ୍ସା ପରେ ମୁଁ ଶୀଘ୍ର ମଇଦାନକୁ ଫେରିବାକୁ ପ୍ରୟାସ କରିବି। ମୋତେ ସମର୍ଥନ ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।" ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ କ୍ୱାର୍ଟରଫାଇନାଲରେ ଭାରତ ନିକଟରୁ ୭୪ ରନରେ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ତା'ର ପରବର୍ତ୍ତୀ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ।

Related story