ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆକୁ ପଡ଼ିଆ ଛାଡ଼ିବାର ବିକଳ୍ପ ଦେଇଥିଲେ ଅମ୍ପାୟାର, ଜାଣନ୍ତୁ କାରଣ

ହାଇଦ୍ରାବାଦ: ଅଷ୍ଟ୍ରେଲିଆକୁ ତା’ରି ମାଟିରେ ଧୂଳି ଚଟାଇ ତ୍ରିରଙ୍ଗା ଉଡ଼ାଇଥିବା ଟିମ୍‌ ଇଣ୍ଡିଆ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟିମ୍‌ ଇଣ୍ଡିଆ ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ୨-୧ରେ ଟେଷ୍ଟ ସିରିଜ୍‌ ଜିତିଛି। ତେବେ ଦଳ ସିଡନୀରେ ଖେଳୁଥିବା ତୃତୀୟ ଟେଷ୍ଟ ସମୟରେ ସବୁଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଦଳର ଯୁବ ବୋଲର ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ଠାରୁ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲେ। […]

vy

Hemant Lenka
  • Published: Thursday, 21 January 2021
  • , Updated: 21 January 2021, 09:21 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆକୁ ତା’ରି ମାଟିରେ ଧୂଳି ଚଟାଇ ତ୍ରିରଙ୍ଗା ଉଡ଼ାଇଥିବା ଟିମ୍‌ ଇଣ୍ଡିଆ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟିମ୍‌ ଇଣ୍ଡିଆ ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ୨-୧ରେ ଟେଷ୍ଟ ସିରିଜ୍‌ ଜିତିଛି। ତେବେ ଦଳ ସିଡନୀରେ ଖେଳୁଥିବା ତୃତୀୟ ଟେଷ୍ଟ ସମୟରେ ସବୁଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲା।

ଦଳର ଯୁବ ବୋଲର ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ଠାରୁ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲେ। ଏହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଅମ୍ପାୟାର ଟିମ୍‌ ଇଣ୍ଡିଆକୁ ପଡ଼ିଆ ଛାଡ଼ି ଅଧାରୁ ଚାଲି ଯିବାକୁ ମଧ୍ୟ ବିକଳ୍ପ ଦେଇଥିଲେ।

ହେଲେ ସର୍ବଦା କ୍ରିକେଟକୁ ସମ୍ମାନ ଦେଉଥିବା ଟିମ୍‌ ଇଣ୍ଡିଆ ସବୁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହୋଇ ମ୍ୟାଚ୍‌ ଖେଳିଥିଲା। ଆଜି ଏ ବିଷୟରେ ଖୋଦ୍‌ ସିଡ୍‌ନୀ ଟେଷ୍ଟରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ମହମ୍ମଦ ସିରାଜ ମୁହଁ ଖୋଲିଛନ୍ତି।

ଆଜି ଟିମ୍‌ ଇଣ୍ଡିଆର ସଦସ୍ୟମାନେ ସ୍ୱଦେଶ ଫେରିଛନ୍ତି। ଏହିକ୍ରମରେ ସିରାଜ ମଧ୍ୟ ହାଇଦ୍ରାବାଦ ଏୟାରପୋର୍ଟରେ ଓହ୍ଲାଇ ସିଧା ନିଜ ଅବୁଙ୍କ କବରସ୍ଥାନକୁ ଯାଇଥିଲେ। ସେଠାରେ କୁରାନ ପଡ଼ିବା ପରେ ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ସିଡନୀ ଟେଷ୍ଟର ଭିତିରି କଥା ଉପରୁ ପରଦା ହଟାଇଛନ୍ତି।

ସେ କହିଛନ୍ତି, ସିଡ୍‌ନୀ ଟେଷ୍ଟରେ ମୁଁ ଓ ବୁମ୍ରା ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲୁ। ତୃତୀୟ ଦିବସରେ କିଛି ଦର୍ଶକ ମୋତେ ବାଉଣ୍ଡରୀ ପାଖରେ ଆକ୍ଷେପ କରିଥିଲେ। ସେମାନେ ମୋତେ ବ୍ରାଉନ ମଙ୍କି ବୋଲି କହିଥିଲେ। ଏ ସମ୍ପର୍କରେ ମୁଁ ଅଜିଙ୍କ୍ୟ ରାହଣେଙ୍କୁ କହିଥିଲେ। ସେ ତୁରନ୍ତ ଖେଳ ବନ୍ଦ କରି ଦୁଇ ଫିଲ୍ଡି ଅମ୍ପାୟରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ।

ଅମ୍ପାୟାରମାନେ ଏହି କଥା ଜାଣିବା ପରେ ଆମକୁ ମ୍ୟାଚ୍ ଅଧାରୁ ପଡ଼ିଆ ଛାଡ଼ିବାର ବିକଳ୍ପ ଦେଇଥିଲେ। ହେଲେ ରାହଣେ ଏହାକୁ ମନା କରିଦେଇଥିଲେ। ସେ କହିଥିଲେ ଆମେ କିଛି ଭୁଲ କରିନୁ। ତେଣୁ ଆମେ ଖେଳିବୁ। ତେବେ ଏହି ଆକ୍ଷେପ ମୋତେ ମାନସିକ ସ୍ତରରେ ଶକ୍ତ କରିଥିଲା। ଏହି ଘଟଣା ଯେମିତି ମୋ ପ୍ରଦର୍ଶନ ଉପରେ ନ ପଡ଼ିବ, ସେଥିପାଇଁ ମଧ୍ୟ ମୁଁ ଭରପୂର ପ୍ରୟାସ କରିଥିଲି ବୋଲି ସିରାଜ କହିଛନ୍ତି।

ବର୍ଣ୍ଣବୈଷମ୍ୟର ଶିକାର ହେବା ପରେ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ରେଫରୀ ଡାଭିଡ ବୁନଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇଥିଲା। ଶେଷରେ କ୍ରିକେଟ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ କ୍ଷମା ମାଗିଥିଲା ଓ ମ୍ୟାଚ୍‌ର ୪ର୍ଥ ଦିବସରେ ଆକ୍ଷେପ କରିଥିବା ୬ ଦର୍ଶକଙ୍କୁ ଷ୍ଟାଡିୟମରୁ ନିଲମ୍ବିତ କରିଥିଲା।

Related story