ଦିନିକିଆ ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡ୍ ଦଳ ଘୋଷିତ

ୱେଲିଂଟନ୍‌: ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡ୍ ଦଳର ଘୋଷଣା କରାଯାଇଛି। ଦଳର କିଛି ପ୍ରମୁଖ ପେସ୍ ବୋଲର ଆହତ ସମସ୍ୟାରେ ଥିବାର ଏହି ସିରିଜ୍ ପାଇଁ ନୂଆ ବୋଲରଙ୍କୁ ଚୟନ କରିବାକୁ ପଡ଼ିଛି। ଯୁବ ପେସ୍ ବୋଲର କାଇଲ୍ ଜେମିସନଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଟି-୨୦ ସିରିଜ୍ ଖେଳିଥିବା ହାମିଶ୍ ବେନେଟ୍ଟ ଏବଂ ସ୍କଟ୍ କୁଗଲାଇନ୍ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ କାରଣରୁ ଟ୍ରେଣ୍ଟ୍ ବୋଲ୍ଟ, ଲକି ଫର୍ଗୁସନ୍ ଏବଂ […]

kyle-jamieson

Ranjit Kumar Jena
  • Published: Thursday, 30 January 2020
  • , Updated: 30 January 2020, 06:10 PM IST

ୱେଲିଂଟନ୍‌: ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡ୍ ଦଳର ଘୋଷଣା କରାଯାଇଛି। ଦଳର କିଛି ପ୍ରମୁଖ ପେସ୍ ବୋଲର ଆହତ ସମସ୍ୟାରେ ଥିବାର ଏହି ସିରିଜ୍ ପାଇଁ ନୂଆ ବୋଲରଙ୍କୁ ଚୟନ କରିବାକୁ ପଡ଼ିଛି। ଯୁବ ପେସ୍ ବୋଲର କାଇଲ୍ ଜେମିସନଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଟି-୨୦ ସିରିଜ୍ ଖେଳିଥିବା ହାମିଶ୍ ବେନେଟ୍ଟ ଏବଂ ସ୍କଟ୍ କୁଗଲାଇନ୍ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ କାରଣରୁ ଟ୍ରେଣ୍ଟ୍ ବୋଲ୍ଟ, ଲକି ଫର୍ଗୁସନ୍ ଏବଂ ମ୍ୟାଟ୍ ହେନରୀଙ୍କ ଭଳି ଶୀର୍ଷ ବୋଲର ସିରିଜରେ ଉପଲବ୍ଧ ହେବେ ନାହିଁ।

ଭାରତ-ଏ ବିପକ୍ଷ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ ଜେମିସନଙ୍କୁ ଡାକରା ମିଳିଛି। ଦିନିକିଆ ଦଳରେ ଅଭିଜ୍ଞ ପେସ୍ ବୋଲର ଟିମ୍ ସାଉଦୀଙ୍କୁ ସାମିଲ୍ କରାଯାଇଥିବା ବେଳେ ଅନ୍ତିମ ଦୁଇଟି ଟି-୨୦ରୁ ବାଦ୍ ପଡ଼ିଥିବା କଲିନ୍ ଡି'ଗ୍ରାଣ୍ଡହୋମ୍ ମଧ୍ୟ ଦିନିକିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଜେମ୍ସ ନିଶାମ୍ ଏବଂ ମିଚେଲ୍ ସାଣ୍ଟନର ଅଲରାଉଣ୍ଡର ଭୂମିକା ତୁଲାଇବେ।

ଇଶ୍ ସୋଢୀଙ୍କୁ ହାମିଲଟନରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ପାଇଁ ସାମିଲ୍ କରାଯାଇଛି। ଫେବୃଆରୀ ୭ ତାରିଖରୁ ଭାରତ-ଏ ବିପକ୍ଷ କ୍ରାଇଷ୍ଟଚର୍ଚ୍ଚରେ ହେବାକୁଥିବା ଅନଅଫିସିଆଲ୍ ଟେଷ୍ଟ ପାଇଁ ତାଙ୍କୁ ରିଲିଜ୍ କରାଯିବ। ସୂଚନାଯୋଗ୍ୟ, ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଫେବୃଆରୀ ୫ ତାରିଖରୁ ହାମିଲଟନରେ ଆରମ୍ଭ ହେବ। ଦ୍ୱିତୀୟ ଦିନିକିଆ ୮ ଏବଂ ତୃତୀୟ ମ୍ୟାଚ୍ ୧୧ ତାରିଖରେ ଖେଳାଯିବ।

ଦିନିକିଆ ସ୍କ୍ୱାଡ୍‌: କେନ୍ ୱିଲିୟମସନ୍ (କ୍ୟାପଟେନ୍‌), ହାମିଶ୍ ବେନେଟ୍ଟ, ଟମ୍ ବ୍ଲଣ୍ଡେଲ୍‌, କଲିନ୍ ଡି'ଗ୍ରାଣ୍ଡହୋମ୍‌, ମାର୍ଟିନ୍ ଗପ୍ଟିଲ୍‌, କାଇଲ୍ ଜେମିସନ୍‌, ସ୍କଟ୍ କୁଗଲାଇନ୍‌, ଟମ୍ ଲାଥାମ୍‌, ଜେମ୍ସ ନିଶାମ୍‌, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର୍‌, ଇଶ ସୋଢୀ (ପ୍ରଥମ ଦିନିକିଆ), ଟିମ୍ ସାଉଦୀ, ରସ୍ ଟେଲର୍।

Related story