ବିଜୟ ଅଭିମୁଖେ ଅଗ୍ରସର ଟିମ୍‌ ଇଣ୍ଡିଆ: ଶ୍ରୀଲଙ୍କାକୁ ଫଲୋଅନ୍‌ ନ ଦେଇ ଭାରତର ବ୍ୟାଟିଂ ଜାରି

ଭୁବନେଶ୍ୱର: ଶ୍ରୀଲଙ୍କାର ଗାଲେ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଜିଜୟ ଅଭିମୁଖେ ଅଗ୍ରସର ହେଉଛି। ଆଜି ମ୍ୟାଚ୍‌ର ତୃତୀୟ ଦିନ ହୋଇଥିବା ବେଳେ ଆହୁରି ଦୁଇ ଦିନ ଖେଳ ବାକି ଅଛି। ଭାରତର ପ୍ରଥମ ପାଳି ୬୦୦ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୨୯୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଜାଡେଜା ୩ଟି ଓ ମହମ୍ମଦ ଶାମି ୨ଟି ୱିକେଟ୍‌ ନେଇଥିବା ବେଳେ ଅଶ୍ୱିନୀ, ପାଣ୍ଡ୍ୟା ଓ ଉମେଶ ଯାଦବ […]

dddd

dddd

Rakesh Mallick
  • Published: Friday, 28 July 2017
  • Updated: 28 July 2017, 04:39 PM IST

ଭୁବନେଶ୍ୱର: ଶ୍ରୀଲଙ୍କାର ଗାଲେ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଜିଜୟ ଅଭିମୁଖେ ଅଗ୍ରସର ହେଉଛି। ଆଜି ମ୍ୟାଚ୍‌ର ତୃତୀୟ ଦିନ ହୋଇଥିବା ବେଳେ ଆହୁରି ଦୁଇ ଦିନ ଖେଳ ବାକି ଅଛି। ଭାରତର ପ୍ରଥମ ପାଳି ୬୦୦ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୨୯୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଜାଡେଜା ୩ଟି ଓ ମହମ୍ମଦ ଶାମି ୨ଟି ୱିକେଟ୍‌ ନେଇଥିବା ବେଳେ ଅଶ୍ୱିନୀ, ପାଣ୍ଡ୍ୟା ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି। ସେପଟେ ଶ୍ରୀଲଙ୍କାକୁ ଫଲୋଅନ୍‌ ନ ଦେଇ ଭାରତ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଛି।  ଭାରତ ଦ୍ୱିତୀୟ ଇଂନିସ୍‌ ଆରମ୍ଭ କରି ୨ ୱିକେଟ୍‌ ହରାଇ ୫୬ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା।  ବର୍ଷା ଯୋଗୁଁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ମ୍ୟାଚ୍‌ ବନ୍ଦ ରହିବା ପୂର୍ବରୁ ଶିଖର ଧାୱନ ୧୪ ଓ ପୂଜାରା ୧୫ ରନ କରି ଆଉଟ୍‌ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos