ମେସି, ରୋନାଲ୍ଡୋଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି ଏହି ଭାରତୀୟ: ଏକାକୀ ବିପକ୍ଷ ଦଳକୁ ପାଣି ପିଆଉଛନ୍ତି

ଭାରତର ପ୍ରଥମ ଫୁଟ୍‌ବଲର ଭାବେ ସୁନିଲ ଛେତ୍ରୀ ନିଜ ନାଁରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ପୂର୍ବରୁ ଯାହା ଅନ୍ୟ କୌଣସି ଫୁଟବଲ୍ ଖେଳାଳି ଏହାକୁ କରିପାରି ନଥିଲେ ତାହା କରି ଦେଖାଇଛନ୍ତି ଛେତ୍ରୀ। ସେ ପ୍ରଥମ ଭାରତୀୟ ଭାବେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ନିଜର ୧୦୦ ତମ ମ୍ୟାଚ୍‌ରେ ଛେତ୍ରୀ ଆକର୍ଷଣୀୟ ପ୍ରଦର୍ଶନ କରି ବିପକ୍ଷ ଦଳକୁ ୨ଟି ଗୋଲ୍‌ ଦେବା ସହ ଭାରତକୁ ଜିତାଇଛନ୍ତି। ଏହି ବିଜୟ […]

abinash chinmayee

abinash chinmayee

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 07:48 PM IST

ଭାରତର ପ୍ରଥମ ଫୁଟ୍‌ବଲର ଭାବେ ସୁନିଲ ଛେତ୍ରୀ ନିଜ ନାଁରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ପୂର୍ବରୁ ଯାହା ଅନ୍ୟ କୌଣସି ଫୁଟବଲ୍ ଖେଳାଳି ଏହାକୁ କରିପାରି ନଥିଲେ ତାହା କରି ଦେଖାଇଛନ୍ତି ଛେତ୍ରୀ। ସେ ପ୍ରଥମ ଭାରତୀୟ ଭାବେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ନିଜର ୧୦୦ ତମ ମ୍ୟାଚ୍‌ରେ ଛେତ୍ରୀ ଆକର୍ଷଣୀୟ ପ୍ରଦର୍ଶନ କରି ବିପକ୍ଷ ଦଳକୁ ୨ଟି ଗୋଲ୍‌ ଦେବା ସହ ଭାରତକୁ ଜିତାଇଛନ୍ତି। ଏହି ବିଜୟ ସହ ଇଣ୍ଟରନ୍ୟାସନାଲ୍ କପ୍‌ରେ ଭାରତ ଫାଇନାଲ୍‌ରେ ନିଜ ସ୍ଥାନକୁ ସୁରକ୍ଷିତ କରିଛି।   

 ଆସନ୍ତୁ ନଜର ପକାଇବା ଭାରତୀୟ ଅଧିନାୟକ ସୁନିଲ ଛେତ୍ରୀଙ୍କ କ୍ୟାରିୟର ଉପରେ ଏକ ନିଜର

୧- ଭାରତୀୟ ଫୁଟବଲ ଖେଳାଳି ଭାବେ ହ୍ୟାଟ୍ରିକ ଗୋଲ୍ କରିବା କ୍ଷେତ୍ରରେ ସୁନିଲ ଛେତ୍ରୀଙ୍କ ନାଁ ସର୍ବାଗେ ଅଛି। ଛେତ୍ରୀ ଏପର୍ଯ୍ୟନ୍ତ ୩ଟି ହ୍ୟାଟ୍ରିକ୍‌ ନିଜ ନାଁରେ କରିଛନ୍ତି। ଚଳିତ ପ୍ରତିଯୋଗିତାରେ ଚାଇନିଜ ତାଇପେଇ ବିପକ୍ଷରେ ଛେତ୍ରୀ ନିଜର ତୃତୀୟ ହ୍ୟାଟ୍ରିକ୍‌ ହାସଲ କରିଥିଲେ। 

୨- ଛେତ୍ରୀ ଏପର୍ଯ୍ୟନ୍ତ ୪୧ଟି ମ୍ୟାଚ୍‌ରେ ଭାରତୀୟ ଦଳରେ ଅଧିନାୟକତ୍ୱ କରିସାରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ୨ ଥର ଅନ୍ତର୍ଜାତୀୟ ଟାଇଟଲ୍‌ ମଧ୍ୟ ଜିତିଛି।

 ୩- ଏସିଆ କପ୍‌ ଫାଇନାଲ୍‌ରେ ଛେତ୍ରୀଙ୍କ ନାଁରେ ସର୍ବାଧିକ ଗୋଲ୍ କରିବାର ରେକର୍ଡ ରହିଛି। ଏହି ରେକର୍ଡ ସେ ୨୦୧୧ରେ କରିଦେଖାଇଥିଲେ।

୪- ନେପାଳ ବିପକ୍ଷରେ ଛେତ୍ରୀ ସର୍ବାଧିକ ୮ଟି ମ୍ୟାଚ୍‌ ଖେଳିଛନ୍ତି। ଏହି ଟିମ୍‌ ବିପକ୍ଷରେ ଛେତ୍ରୀ ମୋଟ୍‌ ୫ଟି ଗୋଲ୍ କରିଛନ୍ତି। ଛେତ୍ରୀ ଗୋଲ କରିଥିବା ଏହି ୫ଟି ଗୋଲରୁ ଭାରତ ୪ଟି ମ୍ୟାଚ୍‌ରେ ବିଜୟୀ ହେବା ସହ ଗୋଟିଏ ମ୍ୟାଚ୍‌ରେ ପରାଜିତ ହୋଇଛି।

୫- ଛେତ୍ରୀ ୨୨ଟି ଭିନ୍ନ ଭିନ୍ନ ଦେଶରେ ମ୍ୟାଚ୍‌ ଖେଳିଛନ୍ତି। ବିଦେଶରେ ଖେଳିଥିବା ୪୨ଟି ମ୍ୟାଚ୍‌ରେ ଛେତ୍ରୀ ୧୪ଟି ଗୋଲ୍‌ କରିଛନ୍ତି। ୨୦୧୭ ପରେ କିନ୍ତୁ ସୁନିଲଙ୍କ ଏହି ପ୍ରଦର୍ଶନରେ ବେଶ୍‌ ସୁଧାର ଆସିଥିଲା। ୨୦୧୭ ପରେ ଛେତ୍ରୀ ପ୍ରତ୍ୟେକ ୩ଟି ମ୍ୟାଚ୍‌ରୁ ୨ଟି ଗୋଲ୍‌ କରିବାରେ ସଫଳ ହୋଇଛନ୍ତି।

୬-ଛେତ୍ରୀଙ୍କ ସବୁଠୁ ପସନ୍ଦର ଷ୍ଟାଡିୟମ ଲିଷ୍ଟରେ ଦିଲ୍ଲୀ ଆଗରେ ରହିଛି। ଦିଲ୍ଲୀରେ ଛେତ୍ରୀ ୨୩ଟି ମ୍ୟାଚ୍‌ ଖେଳି ୧୯ଟି ଗୋଲ୍‌ କରିଛନ୍ତି।  

୭- ଛେତ୍ରୀ ୮ଟି ଫାଇନାଲ୍‌ ମ୍ୟାଚ୍‌ ଖେଳି ୬ଟିରେ ଭାରତକୁ ଜିତାଇଛନ୍ତି। ଏହି ଫାଇନାଲ୍‌ ମ୍ୟାଚ୍‌ରେ ଛେତ୍ରୀ ମୋଟ୍‌ ୬ଟି ଗୋଲ୍‌ ସ୍କୋର୍‌ କରିଛନ୍ତି। ଯେଉଁଥିରେ ଗୋଟିଏ ହ୍ୟାଟ୍ରିକ୍ ମଧ୍ୟ ସାମିଲ ଅଛି।

୮-୨୦୦୮ରେ ତାଜିକସ୍ତାନ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ରେ ଛେତ୍ରୀ ହ୍ୟାଟ୍ରିକ୍‌ ଗୋଲ କରିଥିଲେ। ଛେତ୍ରୀ ଯେଉଁ ଫାଇନାଲ୍‌ ମ୍ୟାଚ୍‌ରେ ଗୋଲ୍ କରିଛନ୍ତି ଦଳ ସର୍ବଦା ବିଜୟ ହାସଲ କରିଛି।          

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos