ୟୁଏସ୍ ଓପନ୍: ଫେଡେରରଙ୍କୁ ହରାଇ ଜୋକୋଭିକ୍ ଚାମ୍ପିଅନ୍

ନ୍ୟୁୟର୍କ: ନୋଭାକ ଜୋକୋଭିକ୍ ବନି ଯାଇଛନ୍ତି ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ୨୦୧୫ ପୁରୁଷ୍ ସିଙ୍ଗିଲ୍ସର ଚାମ୍ପିଅନ୍। ରୋଜର ଫେଡରରଙ୍କୁ ହରାଇ ସେ ଜିତିଛନ୍ତି ଏହି ଟାଇଟଲ୍। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ନୋଭାକ ଜୋକୋଭିକ୍ ୬-୪,୭-୫,୬-୪,୬-୪ରେ ଫେଡେରରଙ୍କୁ ପରାସ୍ତ କରିଥିଲେ। ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟଠାରୁ ତିନି ଘଣ୍ଟା ବିଳମ୍ବରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା। ୨୦୧୫ରେ ଜୋକୋଭିକଙ୍କର ଏହା ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ହୋଇଥିବା ବେଳେ କ୍ୟାରିୟରର ୧୦ମ ଗ୍ରାଣ୍ଡ ସ୍ଲାମ୍ […]

zokovik

zokovik

Rakesh Mallick
  • Published: Monday, 14 September 2015
  • Updated: 14 September 2015, 03:51 AM IST

Sports

Latest News

ନ୍ୟୁୟର୍କ: ନୋଭାକ ଜୋକୋଭିକ୍ ବନି ଯାଇଛନ୍ତି ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ୨୦୧୫ ପୁରୁଷ୍ ସିଙ୍ଗିଲ୍ସର ଚାମ୍ପିଅନ୍। ରୋଜର ଫେଡରରଙ୍କୁ ହରାଇ ସେ ଜିତିଛନ୍ତି ଏହି ଟାଇଟଲ୍। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ନୋଭାକ ଜୋକୋଭିକ୍ ୬-୪,୭-୫,୬-୪,୬-୪ରେ ଫେଡେରରଙ୍କୁ ପରାସ୍ତ କରିଥିଲେ। ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟଠାରୁ ତିନି ଘଣ୍ଟା ବିଳମ୍ବରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା।

୨୦୧୫ରେ ଜୋକୋଭିକଙ୍କର ଏହା ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ହୋଇଥିବା ବେଳେ କ୍ୟାରିୟରର ୧୦ମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍। ପୁଣି ସେ ଦ୍ୱିତୀୟ ଥର ପାଇଁ ୟୁଏସ୍ ଓପନ୍ ପୁରୁଷ ସିଙ୍ଗିଲ୍ସ ଟାଇଟଲ୍ ଜିତିଛନ୍ତି। ୨୦୧୧ରେ ରାଫେଲ ନାଦାଲଙ୍କୁ ହରାଇ ଜୋକୋଭିକ୍ ଜିତି ଥିଲେ ପ୍ରଥମ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସ ଟାଇଟଲ୍। ୨୦୧୨ ଓ ୨୦୧୩ରେ ମଧ୍ୟ ୟୁଏସ ଓପନର ଫାଇନାଲ୍ ଖେଳିଥିଲେ ଜୋକୋଭିକ୍। ତେବେ ଏହି ଦୁଇ ଥର ସେ ଯଥାକ୍ରମେ ଆଣ୍ଡି ମୁରେ ଓ ରାଫେଲ ନାଦାଲଙ୍କଠାରୁ ହାରି ରନର୍ସ ଅପ୍ ରହିଥିଲେ।

ଅନ୍ୟପକ୍ଷରେ ରୋଜର ଫେଡେରର୍ ଶେଷ ଥର ପାଇଁ ୨୦୦୮ରେ ୟୁଏସ୍ ଓପନ୍ ଟାଇଟଲ ଜିତିଥିଲେ। ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ଲଗାତାର ଭାବେ ସେ ବନି ଥିଲେ ୟୁଏସ ଓପନ୍ ପୁରୁଷ ସିଙ୍ଗିଲ୍ସର ଚାମ୍ପିଅନ୍। ସେ ୫ ଥର ୟୁଏସ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ୨୦୦୯ରେ ମଧ୍ୟ ୟୁଏସ୍ ଓପନ୍ ପୁରୁଷ ସିଙ୍ଗିଲ୍ସର ଫାଇନାଲରେ ଖେଳିଥିଲେ ଫେଡେରର। କିନ୍ତୁ ସେ  ଜୁଆନ୍ ମାର୍ଟିନ ଡେଲ୍ ପୋଟ୍ରୋଙ୍କଠାରୁ ହାରି ଯାଇଥିଲେ। ୬ ବର୍ଷ ପରେ ସେ ଏଥର ପୁଣି ୟୁଏସ୍ ଓପନର ଫାଇନାଲରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos