ୟୁଏସ୍ ଓପନ୍ ସେମିରେ ନାଡାଲ

ନ୍ୟୁୟର୍କ: ସ୍ପେନୀୟ ଟେନିସ୍ ତାରକା ରାଫେଲ୍ ନାଡାଲ ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ୟୁଏସ୍ ଓପନରେ ବିଜୟଧାରା ଅବ୍ୟାହତ ରଖି ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପହଞ୍ଚିଛନ୍ତି। ଗୁରୁବାର ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଦ୍ୱିତୀୟ ସିଡ୍ ନାଡାଲ ଆର୍ଜେଣ୍ଟିନାର ଡିଏଗୋ ଶ୍ୱାର୍ଜମ୍ୟାନଙ୍କୁ ସିଧାସଳଖ ୬-୪, ୭-୫, ୬-୨ ସେଟରେ ପରାସ୍ତ କରିଛନ୍ତି। ନ୍ୟୁୟର୍କରେ ତିନିଥର ଚାମ୍ପିୟନ୍ ହୋଇଥିବା ନାଡାଲ ଶ୍ୱାର୍ଜମ୍ୟାନଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରିଥିଲ। ନାଡାଲ ନିଜର ୧୯ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ପ୍ରୟାସରେ ଫାଇନାଲରେ […]

nadal

Ranjit Kumar Jena
  • Published: Thursday, 05 September 2019
  • , Updated: 05 September 2019, 06:06 PM IST

ନ୍ୟୁୟର୍କ: ସ୍ପେନୀୟ ଟେନିସ୍ ତାରକା ରାଫେଲ୍ ନାଡାଲ ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ୟୁଏସ୍ ଓପନରେ ବିଜୟଧାରା ଅବ୍ୟାହତ ରଖି ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପହଞ୍ଚିଛନ୍ତି। ଗୁରୁବାର ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଦ୍ୱିତୀୟ ସିଡ୍ ନାଡାଲ ଆର୍ଜେଣ୍ଟିନାର ଡିଏଗୋ ଶ୍ୱାର୍ଜମ୍ୟାନଙ୍କୁ ସିଧାସଳଖ ୬-୪, ୭-୫, ୬-୨ ସେଟରେ ପରାସ୍ତ କରିଛନ୍ତି।

ନ୍ୟୁୟର୍କରେ ତିନିଥର ଚାମ୍ପିୟନ୍ ହୋଇଥିବା ନାଡାଲ ଶ୍ୱାର୍ଜମ୍ୟାନଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରିଥିଲ। ନାଡାଲ ନିଜର ୧୯ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ପ୍ରୟାସରେ ଫାଇନାଲରେ ସ୍ଥାନ ହାସଲ କରିବା ପାଇଁ ୨୪ତମ ସିଡ୍ ମାଟ୍ଟିଓ ବାରେଟ୍ଟିନୀଙ୍କୁ ଭେଟିବେ। ବାରେଟ୍ଟିନୀ କ୍ୱାର୍ଟରଫାଇନାଲରେ ୧୩ତମ ସିଡ୍ ଫ୍ରାନ୍ସର ଗାଏଲ ମୋନଫିଲ୍ସଙ୍କୁ ୩-୬, ୬-୩, ୬-୨, ୩-୬, ୭-୬ (୫) ସେଟରେ ପରାସ୍ତ କରିଛନ୍ତି।

ନାଡାଲ ଏହିପରି ଭାବେ ୩୩ତମ ଗ୍ରାଣ୍ଡସ୍ଲାମ୍ ସେମିଫାଇନାଲରେ ପହଞ୍ଚିଛନ୍ତି। ଏଥିସହ ସେ ଟେନିସ୍ ଇତିହାସରେ ଅନ୍ତିମ-୪ରେ ସ୍ଥାନ ହାସଲ କରିବା ମାମଲାରେ ରୋଜର ଫେଡେରର୍ (୪୫ଥର) ଓ ନୋଭାକ୍ ଜୋକୋଭିଚ୍ (୩୬ଥର)ଙ୍କ ପରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ନାଡାଲ ୟୁଏସ୍ ଓପନରେ ଅଷ୍ଟମଥର ସେମିଫାଇନାଲରେ ପହଞ୍ଚିଛନ୍ତି। ୟୁଏସ୍ ଓପନରେ ଦୁଇଥର କ୍ୱାର୍ଟରଫାଇନାଲରେ ସ୍ଥାନ ହାସଲ କରିସାରିଥିବା ଶ୍ୱାର୍ଜମ୍ୟାନଙ୍କ ବିରୋଧରେ ଲଗାତାର ଅଷ୍ଟମ ବିଜୟରେ କରିବା ପାଇଁ ନାଡାଲଙ୍କୁ ତିନିଘଣ୍ଟା ସମୟ ଲାଗିଥିଲା।

୩୩ ବର୍ଷୀୟ ନାଡାଲଙ୍କୁ ତୃତୀୟ ସେଟରେ କାନ୍ଧର ଉପଚାର କରାଇଥିଲେ। କିନ୍ତୁ ତାଙ୍କୁ କୌଣସି ଆହତ ହୋଇନଥିବା ସେ ସ୍ପଷ୍ଟ କରିଦେଇଛନ୍ତି। ଗତବର୍ଷ ସେମିଫାଇନାଲରେ ଆର୍ଜେଣ୍ଟିନା ଜୁଆନ୍ ମାର୍ଟିନ୍ ଡେଲ୍ ପୋତ୍ରୋଙ୍କ ବିପକ୍ଷରେ ଆଣ୍ଠୁଜନିତ ଆଘାତ କାରଣରୁ ନାଡାଲ ରିଟାୟର୍ ହୋଇଥିଲେ। ତେବେ ଚଳିତ ଓପନରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଖେଳୁଛନ୍ତି। ସେମିଫାଇନାଲରେ ସ୍ଥାନ ହାସଲ କରିବା ପରେ ନାଡାଲ କହିଥିଲେ, ଏହି ବିଜୟ ମୋତେ ବହୁତ ଖୁସି ଦେଇଛ । ଏଠାରେ ଆଜି ଆର୍ଦ୍ରତା ଟିକେ ଅଧିକ ଥିଲା। ଏହି କାରଣରୁ ମୁଁ ସାମାନ୍ୟ ଥକି ପଡ଼ିଥିଲା, ଯେଉଁକାରଣରୁ ନେଇ ନିଜର ଉପଚାର କରାଇଥିଲି। କିନ୍ତୁ ମୁଁ ଫିଟ୍ ଅଛି, ଏବେ ମୋତେ ଆରାମର ଆବଶ୍ୟକତା ଅଛି ବୋଲି ନାଡାଲ କହିଛନ୍ତି।

ରୋମର ୨୩ ବର୍ଷୀୟ ବାରେଟ୍ଟିନୀ ୪୨ ବର୍ଷ ପରେ ପ୍ରଥମ ଇଟାଲୀ ଖେଳାଳି ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତାଙ୍କ ପୂର୍ବରୁ ୧୯୭୭ରେ ଇଟାଲୀର କୋରାଡୋ ବାରାଜୁଟ୍ଟି ଅନ୍ତିମ-୪ରେ ପହଞ୍ଚିଥିଲେ। ଏହାସହ ବାରେଟ୍ଟିନୀ ପୁରୁଷ ଗ୍ରାଣ୍ଡସ୍ଲାମ୍ ସେମିଫାଇନାଲରେ ପହଞ୍ଚିବାରେ ଇଟାଲୀର ଚତୁର୍ଥ ଖେଳାଳି ହୋଇଛନ୍ତି। ବାରେଟ୍ଟିନୀ କ୍ୱାର୍ଟର୍ ମୁକାବିଲା ଜିତିବା ପରେ କହିଥିଲେ, "ଏହା ମୋ କ୍ୟାରିୟରର ସର୍ବଶ୍ରେଷ୍ଠ ମ୍ୟାଚ୍। ମୁଁ ଭାଗ୍ୟଶାଳୀ ଯେ ମୋତେ ମ୍ୟାଚ୍ ପଏଣ୍ଟ ମିଳିଥିଲା ଏବଂ ସେ (ମୋନଫିଲ୍ସ) ଏହାକୁ ହାସଲ କରିପାରିନଥିଲେ।"

Related story