ୟୁଏସ୍ ଓପନରେ ସେରେନାଙ୍କ ୧୦୦ତମ ବିଜୟ

ନ୍ୟୁୟର୍କ: ୬ଥରର ଚାମ୍ପିୟନ୍ ୩୭ ବର୍ଷୀୟ ସେରେନା ୱିଲିୟମ୍ସ ଚଳିତ ୟୁଏସ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରି ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ସେରେନା କ୍ୱାର୍ଟରଫାଇନାଲରେ ଚୀନର ଯୁବ ଖେଳାଳି ୱାଙ୍ଗ କିଆଙ୍ଗଙ୍କୁ ସିଧାସଳଖ ୬-୧, ୬-୦ ସେଟରେ ପରାସ୍ତ କରିଛନ୍ତି। ୨୩ଥରର ଗ୍ରାଣ୍ଡସ୍ଲାମ୍ ବିଜେତା କ୍ୱାର୍ଟରଫାଇନାଲ ମୁକାବିଲାକୁ ଜିତିବା ପାଇଁ ମାତ୍ର ୪୪ ମିନିଟ୍ ସମୟ ନେଇଥିଲେ। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମରେ ସେରେନାଙ୍କର ଏହା ୧୦୦ତମ […]

serena

Ranjit Kumar Jena
  • Published: Wednesday, 04 September 2019
  • , Updated: 04 September 2019, 05:30 PM IST

ନ୍ୟୁୟର୍କ: ୬ଥରର ଚାମ୍ପିୟନ୍ ୩୭ ବର୍ଷୀୟ ସେରେନା ୱିଲିୟମ୍ସ ଚଳିତ ୟୁଏସ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରି ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ସେରେନା କ୍ୱାର୍ଟରଫାଇନାଲରେ ଚୀନର ଯୁବ ଖେଳାଳି ୱାଙ୍ଗ କିଆଙ୍ଗଙ୍କୁ ସିଧାସଳଖ ୬-୧, ୬-୦ ସେଟରେ ପରାସ୍ତ କରିଛନ୍ତି।

୨୩ଥରର ଗ୍ରାଣ୍ଡସ୍ଲାମ୍ ବିଜେତା କ୍ୱାର୍ଟରଫାଇନାଲ ମୁକାବିଲାକୁ ଜିତିବା ପାଇଁ ମାତ୍ର ୪୪ ମିନିଟ୍ ସମୟ ନେଇଥିଲେ। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମରେ ସେରେନାଙ୍କର ଏହା ୧୦୦ତମ ବିଜୟ। ମ୍ୟାଚ୍ ଜିତିବା ପରେ ସେରେନା କହିଥିଲେ, "ମୁଁ ଏଠାରେ ୧୦୦ ମ୍ୟାଚ୍ ଜିତିବି ବୋଲି କେବେବି ଚିନ୍ତା କରିନଥିଲି। ମୋ ପାଇଁ ଏହି ବିଜୟ ବହୁତ ଖାସ୍।"

ସେରେନା ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ପ୍ରତିପକ୍ଷ ଖେଳାଳିଙ୍କୁ କୌଣସି ସୁଯୋଗ ନଦେଇ ମାତ୍ର ୧୫ ପଏଣ୍ଟ ହରାଇଥିଲେ। ଦ୍ୱିତୀୟ ସେଟରେ ଚୀନ ଖେଳାଳି କେବଳ ୪ ପଏଣ୍ଟ ଜିତିପାରିଥିଲେ। ସେରେନା ଏହି ମ୍ୟାଚରେ ମୋଟ ୨୫ ୱିନର୍ ଶଟ୍ ମାରିଥିବା ବେଳେ ୱାଙ୍ଗ ଗୋଟିଏ ବି ୱିନର୍ ଶଟ୍ ମାରିନଥିଲେ। ୱାଙ୍ଗ କେବଳ ଷଷ୍ଠ ଗେମ୍ ଜିତିବାକୁ ସକ୍ଷମ ହୋଇଥିଲେ।

ୱାଙ୍ଗ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ୱାର୍ଟରଫାଇନାଲରେ ପହଞ୍ଚିବା ପାଇଁ ବଡ଼ ବିପର୍ଯ୍ୟୟ ଘଟାଇ ଫ୍ରେଞ୍ଚ୍ ଓପନ୍ ଚାମ୍ପିୟନ୍ ତଥା ବିଶ୍ୱର ଦୁଇ ନମ୍ବର ଖେଳାଳି ଆଶଲେ ବ୍ୟାଟିଙ୍କୁ ହରାଇଥିଲେ। ସେରେନା ସେମିଫାଇନାଲରେ ୟୁକ୍ରେନର ଏଲିନା ସ୍ୱିତୋଲିନାଙ୍କୁ ଭେଟିବେ। ସ୍ୱିତୋଲିନା ନିଜର କ୍ୱାର୍ଟରଫାଇନାଲ୍ ମୁକାବିଲାରେ ବ୍ରିଟେନର ଜୋହାନା କୋଣ୍ଟାଙ୍କୁ ୬-୪, ୬-୪ ସେଟରେ ପରାସ୍ତ କରିଥିଲେ।

Related story