ୟୁଏସ୍ ଓପନ୍: ଦ୍ୱିତୀୟ ରାଉଣ୍ଡରେ ପେସ୍, ସାନିଆ

ନ୍ୟୁୟର୍କ: ୟୁଏସ୍ ଓପନ୍ ଟେନିସରେ ଡବଲ୍ସ ପୁରୁଷ ଓ ଡବଲ୍ସ ମହିଳା ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଲିଆଣ୍ଡର ପେସ୍ ଓ ସାନିଆ ମିର୍ଜା। ପୁରୁଷ ଡବଲ୍ସରେ ସ୍ପେନର ଫର୍ଣ୍ଣାନସଡୋ ଭର୍ଡାସ୍କୋଙ୍କୁ ସାଥୀ କରି ଖେଳୁଥିବା ଲିଆଣ୍ଡର ପେସ୍ ଜର୍ମାନର ଫ୍ଲୋରିଆନ୍ ମୟେର ଓ ଫ୍ରାଙ୍କ ମୋଡେର ଯୋଡ଼ିଙ୍କୁ ୬-୨, ୬-୩ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ପେସ୍-ଫର୍ଣ୍ଣାନସଡୋ ଯୋଡ଼ି ଆମେରିକାର ଷ୍ଟିଭ୍ ଜନସନ୍ ଓ ସାମ୍ କ୍ୱେରୀଙ୍କୁ […]

sania

sania

Rakesh Mallick
  • Published: Friday, 04 September 2015
  • Updated: 04 September 2015, 08:35 AM IST

Sports

Latest News

saniaନ୍ୟୁୟର୍କ: ୟୁଏସ୍ ଓପନ୍ ଟେନିସରେ ଡବଲ୍ସ ପୁରୁଷ ଓ ଡବଲ୍ସ ମହିଳା ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଲିଆଣ୍ଡର ପେସ୍ ଓ ସାନିଆ ମିର୍ଜା।

ପୁରୁଷ ଡବଲ୍ସରେ ସ୍ପେନର ଫର୍ଣ୍ଣାନସଡୋ ଭର୍ଡାସ୍କୋଙ୍କୁ ସାଥୀ କରି ଖେଳୁଥିବା ଲିଆଣ୍ଡର ପେସ୍ ଜର୍ମାନର ଫ୍ଲୋରିଆନ୍ ମୟେର ଓ ଫ୍ରାଙ୍କ ମୋଡେର ଯୋଡ଼ିଙ୍କୁ ୬-୨, ୬-୩ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଦ୍ୱିତୀୟ ରାଉଣ୍ଡରେ ପେସ୍-ଫର୍ଣ୍ଣାନସଡୋ ଯୋଡ଼ି ଆମେରିକାର ଷ୍ଟିଭ୍ ଜନସନ୍ ଓ ସାମ୍ କ୍ୱେରୀଙ୍କୁ ଭେଟିବେ।

ସେହିପରି ମହିଳା ଡବଲ୍ସରେ ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି ଖେଳୁଥିବା ସାନିଆ ମିର୍ଜା ୬-୧,୬-୨ରେ ଆମେରିକାର କୈଟଲିନ୍ କ୍ରୀଷ୍ଟିଆନ୍ ଓ ସବରିନା ସାନ୍ତାମାରିଆଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସୂଚନାଯୋଗ୍ୟ, ମାର୍ଟିନା ହିଙ୍ଗିସକୁ ସାଥୀ କରି ମିକ୍ସ ଡବଲ୍ସ ଖେଳୁଥିବା ପେସ୍ ଗତକାଲି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos