ସ୍ୱର୍ଣ୍ଣ ଜିତିବା ଆଶା ଥିବ, କିନ୍ତୁ ନ ମିଳିଲେ ଏହା ହୃଦୟବିଦାରକ: ବୋଲ୍ଟ

କିଙ୍ଗ୍ସଟନ୍‌ : ‘ସ୍ୱର୍ଣ୍ଣ ଜିତିବା ଆଶା ଥିବା କିନ୍ତୁ ଏହା କୌଣସି କାରଣରୁ ନ ମିଳିଲେ ଏହା ହୃଦୟ ବିଦାରି ଦିଏ।’ ସୋମବାର ଏହା କହିଛନ୍ତି ଜାମାଇକାର ଅଲିମ୍ପିକ୍‌ ଚାମ୍ପିଅନ୍‌ ଉସେନ୍‌ ବୋଲ୍ଟ । ୪x୧୦୦ମିଟର ରିଲେ ତାଙ୍କର ଟିମ୍‌ମେଟ୍‌ ନାସ୍ତା କାର୍ଟରଙ୍କ ନିକଟରୁ ପଜେଟିଭ୍‌ ରିପୋର୍ଟ ଆସିବା ପରେ ସେ ଏହା କହିଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍‌ ପରେ ନାସ୍ତା ବାସନ୍ଦ ହୋଇଥିଲେ। ତାଙ୍କର ପରୀକ୍ଷାରୁ ବାହାରିଥିବା ‘ବି’ ସାମ୍ପୁଲ୍‌ର ଫଳ ଏପର୍ଯ୍ୟନ୍ତ ଆସି ନାହିଁ। ଉସେନ୍‌ […]

ussen bolt

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 06:00 PM IST

କିଙ୍ଗ୍ସଟନ୍‌ : ‘ସ୍ୱର୍ଣ୍ଣ ଜିତିବା ଆଶା ଥିବା କିନ୍ତୁ ଏହା କୌଣସି କାରଣରୁ ନ ମିଳିଲେ ଏହା ହୃଦୟ ବିଦାରି ଦିଏ।’ ସୋମବାର ଏହା କହିଛନ୍ତି ଜାମାଇକାର ଅଲିମ୍ପିକ୍‌ ଚାମ୍ପିଅନ୍‌ ଉସେନ୍‌ ବୋଲ୍ଟ ।

୪x୧୦୦ମିଟର ରିଲେ ତାଙ୍କର ଟିମ୍‌ମେଟ୍‌ ନାସ୍ତା କାର୍ଟରଙ୍କ ନିକଟରୁ ପଜେଟିଭ୍‌ ରିପୋର୍ଟ ଆସିବା ପରେ ସେ ଏହା କହିଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍‌ ପରେ ନାସ୍ତା ବାସନ୍ଦ ହୋଇଥିଲେ। ତାଙ୍କର ପରୀକ୍ଷାରୁ ବାହାରିଥିବା ‘ବି’ ସାମ୍ପୁଲ୍‌ର ଫଳ ଏପର୍ଯ୍ୟନ୍ତ ଆସି ନାହିଁ।

ଉସେନ୍‌ ବୋଲ୍ଟ କହିଛନ୍ତ,“ଏନେଇ ମୁଁ ଅସନ୍ତୁଷ୍ଟ ରହିଛି। ଜଣେ କ୍ରୀଡାବିତ୍‌ ପ୍ରତି ଏପରି କରାଯିବା ଉଚିତ ନୁହେଁ।”

ସୂଚନାଯୋଗ୍ୟ ଗତକାଲି ଉସେନ୍‌ ବୋଲ୍ଟ ୧୦୦ମିଟର ଦୌଡକୁ ୯.୮୮ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ଜିତିଥିଲେ।

Related story