ବିଜୟ ହଜାରେ ଟ୍ରଫିରେ ପ୍ରଥମଥର ପାଇଁ ଦ୍ଵିଶତକ କଲେ ଏହି ଖେଳାଳି

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି ଇତିହାସରେ ପ୍ରଥମଥର ପାଇଁ ଜଣେ ଖେଳାଳି ଡବଲ୍‌ ଟନ୍‌ ବା ଦ୍ୱିଶତକ ହାସଲ କରିଛନ୍ତି। ଉତ୍ତରାଖଣ୍ଡର ବ୍ୟାଟସ୍‌ମ୍ୟାନ୍‌ କରନ୍‌ଭୀର କୌଶଲ୍ ସିକ୍କିମ୍‌ ବିପକ୍ଷ ବିଜୟ ହଜାରେ ଟ୍ରଫିର ପ୍ଲେଟ୍‌ ଗ୍ରୁପ୍‌ ମ୍ୟାଚ୍‌ରେ ଏଭଳି ଇତିହାସ ସୃଷ୍ଟି କରିଛନ୍ତି। କୌଶଲ ୧୩୫ଟି ବଲ୍‌ରେ ବିସ୍ଫୋରକ ୨୦୨ ରନ୍‌ର ଇନିଂସ ଖେଳିଛନ୍ତି। ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୪୯.୬୨ ରହିଥିଲା। ସେ ପୂରା ତାଙ୍କ ଇନିଂସ୍‌ରେ ୧୮ଟି ଚୌକା ଓ ୯ଟି ବିଶାଳ […]

k

k

Hemant Lenka
  • Published: Saturday, 06 October 2018
  • Updated: 06 October 2018, 09:45 PM IST

Sports

Latest News

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି ଇତିହାସରେ ପ୍ରଥମଥର ପାଇଁ ଜଣେ ଖେଳାଳି ଡବଲ୍‌ ଟନ୍‌ ବା ଦ୍ୱିଶତକ ହାସଲ କରିଛନ୍ତି। ଉତ୍ତରାଖଣ୍ଡର ବ୍ୟାଟସ୍‌ମ୍ୟାନ୍‌ କରନ୍‌ଭୀର କୌଶଲ୍ ସିକ୍କିମ୍‌ ବିପକ୍ଷ ବିଜୟ ହଜାରେ ଟ୍ରଫିର ପ୍ଲେଟ୍‌ ଗ୍ରୁପ୍‌ ମ୍ୟାଚ୍‌ରେ ଏଭଳି ଇତିହାସ ସୃଷ୍ଟି କରିଛନ୍ତି। କୌଶଲ ୧୩୫ଟି ବଲ୍‌ରେ ବିସ୍ଫୋରକ ୨୦୨ ରନ୍‌ର ଇନିଂସ ଖେଳିଛନ୍ତି। ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୪୯.୬୨ ରହିଥିଲା। ସେ ପୂରା ତାଙ୍କ ଇନିଂସ୍‌ରେ ୧୮ଟି ଚୌକା ଓ ୯ଟି ବିଶାଳ ଛକା ମାରିଛନ୍ତି।

ମ୍ୟାଚ୍‌ରେ କୌଶଲଙ୍କ ତାଙ୍କ ଓପନିଂ ସାଥୀ ବିନୀତ୍‌ ସକ୍ସେନା୧୩୩ ବଲ୍‌ରେ ୧୦୦ ରନ୍‌ ସଂଗ୍ରହ କରିଥିଲେ। କୌଶଲଙ୍କ ଦ୍ଵିଶତକ ଓ ବିନୀତଙ୍କ ଶତକ ବଳରେ ଉତ୍ତରାଖଣ୍ଡ ନିଜର ନିର୍ଦ୍ଧାରିତ ୫୦ ଓଭର୍‌ରେ ୨ ୱିକେଟ୍‌ ହରାଇ ୩୬୬ ରନ୍‌ କରିଥିଲା। କୌଶଲ ପ୍ରଥମେ ୩୮ଟି ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ମାତ୍ର ୭୧ଟି ବଲ୍‌ରେ ପରବର୍ତ୍ତୀ ୫୦ ରନ୍‌ ସଂଗ୍ରହ କରି ଶତକ ହାସଲ କରିଥିଲେ।

[caption id="attachment_284962" align="aligncenter" width="979"] ବିନୀତ୍‌ ସକ୍ସେନା[/caption]

୧୦୧ ବଲ୍‌ରେ ୧୫୦ ରନ୍‌ କରିଥିବା କୌଶଲ ଆଉ ୩୧ଟି ବଲ୍‌ରେ ଐତିହାସିକ ଡବଲ୍‌ ଟନ୍‌ ହାସଲ କରିଥିଲେ। ତେବେ ସିକ୍କିମର ମନଡୁପ୍‌ ଭୁଟ୍ଟିଆ ୪୭ ତମ ଓଭରରେ କୌଶଲଙ୍କୁ ଆଉଟ୍‌ କରିଦେଇଥିଲେ।

ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ବ୍ୟାଟସ୍‌ମ୍ୟାନ୍‌ ତଥା ଟିମ୍‌ ଇଣ୍ଡିଆ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ୧୮୭ ରନ୍‌ କରି ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ ସଂଗ୍ରହକାରୀ ଖେଳାଳି ଥିଲେ। ୨୦୦୭-୦୮ରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ସେ ଏଭଳି ରନ୍‌ ସଂଗ୍ରହ କରିଥିଲେ।

ସେହିପରି କୌଶଲ ଓ ବିନୀତ୍‌ଙ୍କ ମଧ୍ୟରେ ହୋଇଥିବା ୨୯୬ ରନ୍‌ର ଭାଗିଦାରୀ ଭାରତୀୟ ଲିଷ୍ଟ-ଏ ମ୍ୟାଚ୍‌ର ସର୍ବାଧିକ ପାର୍ଟନରଶିପ୍‌। ପୂର୍ବରୁ ଦିଲ୍ଲୀର ଶିଖର ଧୱନ ଓ ଆକାଶ ଚୋପ୍ରା ପ୍ରଥମ ୱିକେଟ୍‌ ପାଇଁ ୨୦୦୭-୦୮ରେ ୨୭୭ ରନ୍‌ର ଭାଗିଦାରୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story