ଭାରତୀୟ କୋଚ୍‌ ପାଇଁ ପ୍ରତିଯୋଗିତା ବଢିଲା: ରବି ଶାସ୍ତ୍ରୀଙ୍କ ପରେ ପ୍ରସାଦ କଲେ ଆବେଦନ

ମୁମ୍ବାଇ: ପୂର୍ବତନ କ୍ରିକେଟର୍‌ ତଥା ବର୍ତ୍ତମାନ ଭାରତୀୟ ଜୁନିୟର ଟିମ୍‌ର ମୁଖ୍ୟ କୋଚ୍‌ ଭେଙ୍କଟେସ ପ୍ରସାଦ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆବେଦନ କରିଛନ୍ତି। ପ୍ରସାଦ ଭାରତୀୟ ଦଳରେ ମୋଟ ୩୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୧୬୨ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଅନିଲ କୁମ୍ବଲେ କୋଚ ପଦରୁ ହଠାତ୍‌ ଇସ୍ତଫା ଦେଇଦେବାରୁ ବିସିସିଆଇ କୋଚ ପଦ ଆବେଦନ ସମୟସୀମା ଆଉ କିଛିଦିନ ପର୍ଯ୍ୟନ୍ତ ବଢାଇ ଦେଇଥିଲା। ଏହାପରେ ରବି ଶାସ୍ତ୍ରୀ ଏହି ପଦ ପାଇଁ […]

prasad

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 04:57 PM IST

ମୁମ୍ବାଇ: ପୂର୍ବତନ କ୍ରିକେଟର୍‌ ତଥା ବର୍ତ୍ତମାନ ଭାରତୀୟ ଜୁନିୟର ଟିମ୍‌ର ମୁଖ୍ୟ କୋଚ୍‌ ଭେଙ୍କଟେସ ପ୍ରସାଦ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆବେଦନ କରିଛନ୍ତି। ପ୍ରସାଦ ଭାରତୀୟ ଦଳରେ ମୋଟ ୩୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୧୬୨ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଅନିଲ କୁମ୍ବଲେ କୋଚ ପଦରୁ ହଠାତ୍‌ ଇସ୍ତଫା ଦେଇଦେବାରୁ ବିସିସିଆଇ କୋଚ ପଦ ଆବେଦନ ସମୟସୀମା ଆଉ କିଛିଦିନ ପର୍ଯ୍ୟନ୍ତ ବଢାଇ ଦେଇଥିଲା। ଏହାପରେ ରବି ଶାସ୍ତ୍ରୀ ଏହି ପଦ ପାଇଁ ଆବେଦନ କରିଥିଲେ ଏବଂ ଏହାର କିଛି ଦିନ ପରେ ଭେଙ୍କଟେସ ପ୍ରସାଦ ଆବେଦନ କରିଛନ୍ତି। ପୂର୍ବରୁ ବିରେନ୍ଦ୍ର ସେହୱାଗଙ୍କ ସମେତ ଅନ୍ୟ ୪ ଜଣ ଏହି ପଦ ପାଇଁ  ଆବେଦନ କରିଥିଲେ। ତେଣୁ ବର୍ତ୍ତମାନ ଭାରତୀୟ ଦଳରେ କୋଚ୍ କିଏ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଧିନାୟକ ବିରାଟ କୋହଲି ରବି ଶାସ୍ତ୍ରୀଙ୍କୁ କୋଚ କରିବାକୁ ସଂକେତ ଦେଇସାରିଛନ୍ତି।

Related story