ଆଜିର ଦିନ ଯୁବରାଜଙ୍କ ପାଇଁ ଏକ ଅଭୁଲା ଦିନ: ଗୋଟିଏ ଓଭର୍‌ରୁ ମାରିଥିଲେ ୬ଟି ଛକା, ଟ୍ୱିଟ୍‌ କରି ମନେପକାଇଲେ ବିରୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ଦିନ ଭାରତୀୟ କ୍ରିକେଟ୍‌ ପାଇଁ ଏକ ଐତିହାସିକ ଦିନ। ବିଶେଷ କରି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂଙ୍କ ପାଇଁ ଆଜର ଦିନ ଏକ ଅଭୁଲା ଦିନ। ଠିକ୍‌ ୧୦ ବର୍ଷ ପୂର୍ବେ ୧୯ ସେପ୍ଟେମ୍ବର ଦିନ ଟି-୨୦ ବିଶ୍ୱକପର ଯୁବରାଜ ଗୋଟିଏ ଓଭରରେ  ୬ଟି ଛକା ମାରି ବିଶ୍ୱ ରେକର୍ଡ ହାସଲ କରିଥିଲେ। ଯାହା ଏପର୍ଯ୍ୟନ୍ତ କୋଣିସ ଖେଳାଳି ଏହି ରେକର୍ଡର ଅଧିକାରୀ ହୋଇନାହାଁନ୍ତି।  ଏହି ମ୍ୟାଚ୍‌ଟି ଦକ୍ଷିଣ ଆପ୍ରିକାରେ ଖେଳାଯାଉଥିଲା। ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଗୋଟିଏ ଓଭରରେ ଯୁବରାଜ ୬ଟି ବଲରେ ୬ଟି ଛକ୍କା ମାରିଥିଲେ। ଏହି ଓଭରରେ ବ୍ରଡ୍‌ ୩୬ ରନ୍‌ ବ୍ୟୟ କରିଥିଲେ। ଏହାସହ ଯୁବରାଜ ଏହି ମ୍ୟାଚ୍‌ରେ ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲେ। ସେ ୧୨ଟି ବଲରୁ ଅର୍ଦ୍ଧଶତକ ହାସଲ କରି ଆଉ ଏକ ଇତିହାସ ରଚିଥିଲେ। ସବୁଠୁ କମ୍‌ ବଲରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ ଯୁବରାଜଙ୍କ ନାଁରେ ରହିଛି।

ଆଜି ସେପ୍ଟେମ୍ବର ୧୯ ତାରିଖ ହୋଇଥିବାରୁ ବିରେନ୍ଦ୍ର ସେହୱାଗ ଟ୍ୱିଟ୍‌ କରି ଏହି ଦିନକୁ ମନେପକାଇଛନ୍ତି। ଯୁବରାଜଙ୍କ ଏହି ବିସ୍ଫୋରକ ପାଳି ପାଇଁ  ସେହୱାଗ ତାଙ୍କୁ ଧନ୍ୟବାଦ ଜାଣାଇଛନ୍ତି। ସେହୱାଗ ଏହା ମଧ୍ୟ କହିଛନ୍ତି ୨୦୦୭ ସେପ୍ଟେମ୍ବର ୧୯ ତାରିଖକୁ କେହି ବି ଭୁଲି ପାରିବେ ନାହିଁ। ଭାରତ ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୧୮ ରନ୍‌ରେ ପରାସ୍ତ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୮ ରନ୍‌ କରିଥିବା ବେଳେ ଇଂଲଣ୍ଡ ମାତ୍ର ୨୦୦ ରନ୍‌ କରିବାରେ ସକ୍ଷମ ହୋଇଥିଲା। ୨୦୦୭ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା ଭାରତ।

 

 

ଆହୁରି ପଢ଼ନ୍ତୁ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା