ଧୋନିଙ୍କ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗତକାଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ଝିଅ ଜିଭା ସହିତ ଖେଳୁଛନ୍ତି। ସେ ସମୁଦ୍ର କୂଳରେ ବାଲିରେ ଏକ ଛୋଟ ଗାତ କରିଥିଲେ ଓ ତା’ ଭିତରେ ଝିଅକୁ ଛିଡ଼ା କରି ପୁଣି ବାଲି ପକାଇ ବନ୍ଦ କରି ଦେଇଥିଲେ। ଏହି ସମୟରେ ଧୋନିଙ୍କ ପତ୍ନୀ ସାକ୍ଷୀ ଭିଡିଓ ଉତ୍ତୋଳନ କରୁଛନ୍ତି। ଏ […]

dhoni89

Jitendra Garnayak
  • Published: Monday, 31 December 2018
  • , Updated: 31 December 2018, 01:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗତକାଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ଝିଅ ଜିଭା ସହିତ ଖେଳୁଛନ୍ତି। ସେ ସମୁଦ୍ର କୂଳରେ ବାଲିରେ ଏକ ଛୋଟ ଗାତ କରିଥିଲେ ଓ ତା’ ଭିତରେ ଝିଅକୁ ଛିଡ଼ା କରି ପୁଣି ବାଲି ପକାଇ ବନ୍ଦ କରି ଦେଇଥିଲେ। ଏହି ସମୟରେ ଧୋନିଙ୍କ ପତ୍ନୀ ସାକ୍ଷୀ ଭିଡିଓ ଉତ୍ତୋଳନ କରୁଛନ୍ତି।

ଏ ଭିଡିଓଟି ଧୋନି ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ୍ କରି ଲେଖିଛନ୍ତି- ପିଲା ବେଳେ ଆମେ ଯେତେବେଳେ କେଉଁଠି ବାଲି ଦେଖୁଥିଲୁ ଏ କାମଟି ନିଶ୍ଚିତ କରୁଥିଲୁ।

ତେବେ ଏ ଭିଡିଓଟି କେଉଁ ସ୍ଥାନର ତାହା ସେ ଉଲ୍ଲେଖ କରି ନାହାନ୍ତି।

ଭିଡିଓଟିକୁ ୧୯ ଘଣ୍ଟା ମଧ୍ୟରେ ୧୭ ଲକ୍ଷରୁ ଅଧିକ ଲୋକ ଲାଇନ୍ କରି ସାରିଲେଣି। ଇନ୍‌ଷ୍ଟାଗ୍ରାମ୍‌ରେ ଧୋନିଙ୍କୁ ୧ କୋଟି ୧୬ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି।

ଟେଷ୍ଟରୁ ଅବସର ନେଇ ସାରିଥିବା ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ରେ ବିଶ୍ରାମ ଦିଆଯାଇଥିଲା। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତା ଜାନୁଆରୀ ୧୨ ତାରିଖରୁ ଖେଳାଯିବାକୁ ଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ତାଙ୍କୁ ସାମିଲ କରାଯାଇଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ ଓ ଟ-ଟ୍ୱେଣ୍ଟି ସିରିଜ୍‌ ପାଇଁ ବି ତାଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ଗସ୍ତ ସାରି ଟିମ୍‌ ନ୍ୟୁଜିଲ୍ୟାଣ୍ଡ ଯିବ। ସେଠାରେ ଦଳ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସହିତ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ। ଜାନୁଆରୀ ୨୩ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳାଯିବ।

 

View this post on Instagram

 

As a kid whenever v got sand this was one thing v would do for sure

A post shared by M S Dhoni (@mahi7781) on

Related story