ବିହାରୀଙ୍କ ଆଉ ଏକ ଅର୍ଦ୍ଧଶତକ, ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ

କିଙ୍ଗଷ୍ଟନ୍: ହନୁମା ବିହାରୀଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟେଷ୍ଟର ଦ୍ୱିତୀୟ ଦିବସରେ ଭଲ ସ୍ଥିତିରେ ରହିଛି। ମଧ୍ୟାହ୍ନ ଭୋଜନ ବେଳକୁ ଭାରତ ୭ ୱିକେଟ୍ ବିନିମୟରେ ୩୩୬ ରନ୍ କରିଛି। ବିହାରୀ ୮୪ ଓ ଇଶାନ୍ତ ଶର୍ମା ୧୧ ରନରେ ବ୍ୟାଟିଂ କରୁଛନ୍ତି । ଦ୍ୱିତୀୟ ଦିବସ ଆରମ୍ଭରୁ ହିଁ ୱେଷ୍ଟଇଣ୍ଡିଜକୁ ସଫଳତା ମିଳିଥିଲା। ଶୁକ୍ରବାର ଅପରାଜିତ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଦ୍ୱିତୀୟ ଦିବସର […]

hanuma

Ranjit Kumar Jena
  • Published: Saturday, 31 August 2019
  • , Updated: 31 August 2019, 10:02 PM IST

କିଙ୍ଗଷ୍ଟନ୍: ହନୁମା ବିହାରୀଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟେଷ୍ଟର ଦ୍ୱିତୀୟ ଦିବସରେ ଭଲ ସ୍ଥିତିରେ ରହିଛି। ମଧ୍ୟାହ୍ନ ଭୋଜନ ବେଳକୁ ଭାରତ ୭ ୱିକେଟ୍ ବିନିମୟରେ ୩୩୬ ରନ୍ କରିଛି। ବିହାରୀ ୮୪ ଓ ଇଶାନ୍ତ ଶର୍ମା ୧୧ ରନରେ ବ୍ୟାଟିଂ କରୁଛନ୍ତି । ଦ୍ୱିତୀୟ ଦିବସ ଆରମ୍ଭରୁ ହିଁ ୱେଷ୍ଟଇଣ୍ଡିଜକୁ ସଫଳତା ମିଳିଥିଲା।

ଶୁକ୍ରବାର ଅପରାଜିତ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଦ୍ୱିତୀୟ ଦିବସର ପ୍ରଥମ ବଲରେ ହିଁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଘରୋଇ ଦଳର କ୍ୟାପଟେନ୍ ଜେସନ୍ ହୋଲ୍ଡର କ୍ଲିନ୍ ବୋଲ୍ଡ କରିଥିଲେ। ପନ୍ତ ୬୫ ବଲରେ ୨ ଚୌକା ଓ ୧ ଛକା ସହ ୨୭ ରନ୍ କରିଥିଲେ। ଏହା ପରେ ବିହାରୀ ଓ ଜାଡେଜା ଟିମ୍ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ଜାଡେଜା ୧୬ ରନ୍ କରି ଆଉଟ୍ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ୟାପଟେନ୍ ହୋଲ୍ଡର ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି।

ପ୍ରଥମ ଦିବସରେ କ୍ୟାପଟେନ୍ ବିରାଟ୍ କୋହଲି ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୫ ୱିକେଟ୍ ବିନିମୟରେ ୨୬୪ ରନ୍ କରିଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ (୧୩) ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୬) ପୁଣିଥରେ ନିରାଶ କରିଥିଲେ। ତେବେ ପ୍ରଥମ ଟେଷ୍ଟରେ ଫେଲ୍ ମାରିଥିବା ମୟଙ୍କ ଅର୍ଦ୍ଧଶତକ ମାରିଥିଲେ। ତାଙ୍କୁ କ୍ୟାପଟେନ୍ କୋହଲି ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୯ ରନର ଭାଗୀଦାରୀ କରିଥିଲେ।

ଭାରତର ସ୍କୋର ୧୧୫ ଥିବା ବେଳେ ମୟଙ୍କ (୫୫)ଙ୍କୁ ହୋଲ୍ଡର ଆଉଟ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଆଜିଙ୍କ୍ୟ ରାହାଣେ (୨୪) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଏହି ସମୟରେ ଭାରତକୁ ଏକ ପାର୍ଟନରଶିପର ଆବଶ୍ୟକ ହେଉଥିବା ବେଳେ କୋହଲି ଓ ବିହାରୀ ପଞ୍ଚମ ୱିକେଟ୍ ପାଇଁ ୪୮ ରନ୍ ଯୋଡ଼ିଥିଲେ। ବିରାଟ୍ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ହୋଲ୍ଡର ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ବିହାରୀ ଓ ପନ୍ତ ଦିବସର ଖେଳ ଶେଷ ସୁଦ୍ଧା ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୬୨ ରନର ଭାଗୀଦାରୀ କରିଥିଲେ।

Related story