ବିଜୟ ହଜାରେ ଟ୍ରଫି: ବିଦର୍ଭକୁ ୩ ରନରେ ହରାଇଲା ଓଡ଼ିଶା, ଆଲୋକଙ୍କୁ ୫ଟି ୱିକେଟ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର ବିଦର୍ଭ ବିପକ୍ଷ ପ୍ରଥମ ମ୍ୟାଚକୁ ୩ ରନରେ ଜିତି ନେଇଛି ଓଡ଼ିଶା। ଓଡ଼ିଶାର ଦଳଗତ ବ୍ୟାଟିଂ ପ୍ରଦର୍ଶନ ଓ ଆଲୋକ ଚନ୍ଦ୍ର ସାହୁଙ୍କ ଘାତକ ବୋଲିଂ ଯୋଗୁଁ ଓଡ଼ିଶାକୁ ଏହି ସଫଳତା ମିଳିଛି। ୫ ୱିକେଟ ଓ ଭଲ ବ୍ୟାଟିଂ ପାଇଁ ଆଲୋକଙ୍କୁ ‘ମ୍ୟାନ ଅଫ୍ ଦି ମ୍ୟାଚ’ ଘୋଷଣା କରାଯାଇଥିଲା।  ଓଡ଼ିଶା ପକ୍ଷରୁ ଅରବିନ୍ଦ ସିଂହ ୬୪ ବଲରୁ ୬୨ ରନ, ଆଲୋକ ଚନ୍ଦ୍ର ସାହୁ ୩୮ ବଲରୁ ୩୫ […]

cricket_bat_and_ball

cricket_bat_and_ball

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 02:35 PM IST

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର ବିଦର୍ଭ ବିପକ୍ଷ ପ୍ରଥମ ମ୍ୟାଚକୁ ୩ ରନରେ ଜିତି ନେଇଛି ଓଡ଼ିଶା। ଓଡ଼ିଶାର ଦଳଗତ ବ୍ୟାଟିଂ ପ୍ରଦର୍ଶନ ଓ ଆଲୋକ ଚନ୍ଦ୍ର ସାହୁଙ୍କ ଘାତକ ବୋଲିଂ ଯୋଗୁଁ ଓଡ଼ିଶାକୁ ଏହି ସଫଳତା ମିଳିଛି। ୫ ୱିକେଟ ଓ ଭଲ ବ୍ୟାଟିଂ ପାଇଁ ଆଲୋକଙ୍କୁ ‘ମ୍ୟାନ ଅଫ୍ ଦି ମ୍ୟାଚ’ ଘୋଷଣା କରାଯାଇଥିଲା।  ଓଡ଼ିଶା ପକ୍ଷରୁ ଅରବିନ୍ଦ ସିଂହ ୬୪ ବଲରୁ ୬୨ ରନ, ଆଲୋକ ଚନ୍ଦ୍ର ସାହୁ ୩୮ ବଲରୁ ୩୫ ରନ ଓ ବିପ୍ଳବ ସାମନ୍ତରାୟ ୪୯ ବଲରୁ ୩୭ ରନ କରି ଆଉଟ ହୋଇଥିଲେ। ବିଦର୍ଭ ପକ୍ଷରୁ ରବି କୁମାର ଠାକୁର ୩ଟି, ଅକ୍ଷୟ କିଶନରାଓ କିର୍ଣ୍ଣେୱାର ଓ ଆର.ଏଲ. ଜନଗିଦ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୨୬ ରନ ସଂଗ୍ରହ କରିଥିଲା। ୨୨୭ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ବିଦର୍ଭ ପ୍ରାରମ୍ବିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୫୯ ଥିବା ବେଳେ ଦଳ ୪ଟି ୱିକେଟ ହରାଇଥିଲା। ତେବେ ମଧ୍ୟବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କ ରକ୍ଷଣଶୀଳ ବ୍ୟାଟିଂ ଯୋଗୁଁ ଦଳ ବିଜୟର ନିକଟବର୍ତ୍ତୀ ହୋଇପାରିଥିଲା। ରବି ଜାନଭିଡ୍ ୧୦୫ରୁ ୯୭ ରନ ଓ ଅକ୍ଷୟ କିଶନରାଓ କାର୍ଣ୍ଣେୱାର ୮୫ ବଲରୁ ୭୨ ରନ ଆଉଟ ହୋଇଥିଲେ। ଏହାପରେ ବିଦର୍ଭ ୪୭.୨ ଓଭରରେ ୨୨୩ ରନ କରି ଅଲଆଉଟ ହୋଇଯାଇଥିଲା ଦଳ। ଦଳପକ୍ଷରୁ ୪ ବ୍ୟାଟ୍ସମ୍ୟାନ (ଏସ ବଦ୍ରିନାଥ, ଏସବି ୱାଘ, ଆରଏନ ଗୁରୱାନୀ ଏବଂ ଏଏ ୱାଙ୍ଗେରେ) ଖାତା ଖୋଲି ନ ପାରି ପ୍ୟାଭିଲିୟନକୁ ଫେରିଯାଇଥିଲେ।

ଓଡ଼ିଶା ପକ୍ଷରୁ ଆଲୋକ ଚନ୍ଦ୍ର ସାହୁ ୫ଟି, ବସନ୍ତ ମହାନ୍ତି ୨ଟି ଓ ବିପ୍ଳବ ସାମନ୍ତରାୟ ଗୋଟିଏ ୱିକେଟ ନେଇ ବିଦର୍ଭକୁ ପରାଜୟର ରାସ୍ତା ଦେଖାଇ ଥିଲେ।

ସୂଚନାଯୋଗ୍ୟ, ବିଜୟ ହଜାରେ ଟ୍ରଫିର ଏହି ପ୍ରଥମ ମ୍ୟାଚ ନୂଆଦିଲ୍ଲୀର ପଲାମ୍ ଏ ଷ୍ଟାଡିୟମରେ ଖେଳାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos