ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ-ତାମିଲନାଡୁ ଫାଇନାଲ୍

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିର ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ୨୫ ତାରିଖରେ ଖେଳାଯିବାକୁ ଥିବା ଫାଇନାଲରେ କର୍ଣ୍ଣାଟକ ଓ ତାମିଲନାଡୁ ଅବତୀର୍ଣ୍ଣ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଦେବଦତ୍ତ ପାଦିକଲ ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ କର୍ଣ୍ଣାଟକ ୯ ୱିକେଟରେ ଛତିଶଗଡ଼କୁ ହରାଇ ଫାଇନାଲରେ ପହଞ୍ଚିଛି। ଏହି ମ୍ୟାଚରେ ଛତିଶଗଡ଼ ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ୨୨୩ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅମନଦୀପ ଖାରେ […]

rahul

Ranjit Kumar Jena
  • Published: Wednesday, 23 October 2019
  • , Updated: 23 October 2019, 08:49 PM IST

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିର ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ୨୫ ତାରିଖରେ ଖେଳାଯିବାକୁ ଥିବା ଫାଇନାଲରେ କର୍ଣ୍ଣାଟକ ଓ ତାମିଲନାଡୁ ଅବତୀର୍ଣ୍ଣ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଦେବଦତ୍ତ ପାଦିକଲ ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ କର୍ଣ୍ଣାଟକ ୯ ୱିକେଟରେ ଛତିଶଗଡ଼କୁ ହରାଇ ଫାଇନାଲରେ ପହଞ୍ଚିଛି।

ଏହି ମ୍ୟାଚରେ ଛତିଶଗଡ଼ ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ୨୨୩ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅମନଦୀପ ଖାରେ ସର୍ବାଧିକ ୭୮ ରନ୍ କରିଥିବା ବେଳେ ସୁମିତ୍ ରୁଇକର୍ ୪୦, ଅଜୟ ମଣ୍ଡଳ ୨୬ ରନ୍ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ଭି. କୌଶିକ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଅଭିମନ୍ୟୁ ମିଥୁନ୍‌, କ୍ରିଷ୍ଣାପ୍ପା ଗୌତମ ଓ ପ୍ରବୀଣ ଦୁବେ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ କର୍ଣ୍ଣାଟକ ୪୦ ଓଭରରେ ୧ ୱିକେଟ୍ ହରାଇ ୨୨୯ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ପାଦିକଲ ସର୍ବାଧିକ ୯୨ (୯୮ ବଲ୍‌, ୭ ଚୌକା, ୩ ଛକା) ରନ୍ କରିଥିବା େବେଳ ରାହୁଲ୍ ଅପରାଜିତ ୮୮ (୧୧୧ ବଲ୍‌, ୬ ଚୌକା, ୧ ଛକା) ଓ ମୟଙ୍କ ଅଗ୍ରୱାଲ୍ ଅପରାଜିତ ୪୭ (୩୩ ବଲ୍‌, ୩ ଚୌକା, ୪ ଛକା) ରନ୍ କରିଥିଲେ।

ସେହିପରି ଦ୍ୱିତୀୟ ସେମିଫାଇନାଲରେ ତାମିଲନାଡୁ ୫ ୱିକେଟରେ ଗୁଜରାଟକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛି। ବର୍ଷା ଯୋଗୁ ଏହି ମ୍ୟାଚଟି ୪୦ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା। ଦଳ ପକ୍ଷରୁ ଧ୍ରୁବ ରାଭାଲ୍ ୪୦ ଓ ଅକ୍ଷର ପଟେଲ ୩୭ ରନ୍ କରିଥିଲେ। ତାମିଲନାଡୁ ପକ୍ଷରୁ ଏମ୍‌. ମହମ୍ମଦ ୩ଟି ୱିକେଟ୍ ନେଇଥିଲେ।

ଜବାବରେ ତାମିଲନାଡୁ ୩୯ ଓଭରରେ ୫ ୱିକେଟ୍ ହରାଇ ୧୮୧ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଦିନେଶ କାର୍ତ୍ତିକ ୪୭ ଓ ଅଭିନବ ମୁକୁନ୍ଦ ୩୨ ରନ୍ କରି ଆଉଟ୍ ହୋଇଥିଲେ। ଶାହରୁଖ୍ ଖାନ୍ ୫୬ (୪୬ ବଲ୍‌, ୩ ଚୌକା, ୩ ଛକା) ଏବଂ ୱାଶିଂଟନ୍ ସୁନ୍ଦର ୨୭ ରନ୍ କରି ଅପରାଜିତ ଥିଲେ।

Related story