ଜାତୀୟ ସୁଟିଂ ଚାମ୍ପିଅନସିପ୍: ବିଜୟ କୁମାରଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବିଜୟ କୁମାର ୫୯ ତମ ଜାତୀୟ ସୁଟିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚାମ୍ପିଅନସିପର ୧୨ମ ଦିନରେ ପୁରୁଷ ବର୍ଗର ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଗୁରୁପ୍ରୀତ ସିଂହଙ୍କୁ ରୌପ୍ୟ ଓ ପେମ୍ବା ତାମାଙ୍ଗ  ବ୍ରୋଞ୍ଜ ପଦକ ଜିତିଛନ୍ତି।

ସୂଚନାଯୋଗ୍ୟ, ଶାରୀରିକ ଆଘାତ କାରଣରୁ ବିଜୟ କୁମାର ୨୦୧୬ ରିଓ ଅଲିମ୍ପିକରେ ନିଜ ସ୍ଥାନ ପକ୍କା କରିପାରି ନାହାନ୍ତି।