କଟକ, (ଓଡ଼ିଶା ରିପୋର୍ଟର୍): ଜବାହରଲାଲ ନେହରୁ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନଶିପର ପୁରୁଷ ଡବଲ୍ସରେ ଭାରତର ଆନ୍ଥୋନୀ ଅମଲରାଜ ଓ ବିକାଶ ଠକ୍କର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଏହି ଯୋଡ଼ି ଫାଇନାଲରେ ନିଜ ଦେଶର ଅଗ୍ରଣୀ ଖେଳାଳି ଅଚନ୍ତା ଶରଥ କମଲ୍ ଓ ଜ୍ଞାନଶେଖରନ୍ ସାଥିଆନଙ୍କୁ ସିଧାସଳଖ ୩-୧ (୮-୧୧, ୧୧-୬, ୧୩-୧୧, ୧୨-୧୦)ରେ ପରାସ୍ତ କରି ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି।
ଏହା ପୂର୍ବରୁ ଖେଳାଯାଇଥିବା ସେମିଫାଇନାଲରେ ଆନ୍ଥୋନୀ ଓ ବିକାଶଙ୍କ ଯୋଡ଼ି ୩-୧ (୧୧-୯, ୮-୧୧, ୧୧-୬, ୧୧-୫)ରେ ଇଂଲଣ୍ଡ ଯୋଡ଼ି ସାମୁଏଲ୍ ୱାଲକର୍ ଓ ଟମାସ ଜାର୍ଭିସଙ୍କୁ ଏବଂ ଶରଥ କମଲ୍ ଏବଂ ସାଥିଆନଙ୍କ ଯୋଡ଼ି ୩-୦ (୧୨-୧୦, ୧୧-୪, ୧୪-୧୨)ରେ ସିଙ୍ଗାପୁରର ପାଙ୍ଗ ୟୁ ଏନ୍ କୋଏନ୍ ଓ ଚୁଆ ଶାଓ ହାନ୍ ଜୋଶଙ୍କୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଠେଲା ପେଲା ହୋଇଥିଲା। ଏଥିରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଥିଲେ।
National
ଛତିଶଗଡ଼ ମହିଳା ଯୋଜନାର ହିତାଧିକାରୀ ସନ୍ନି ଲିଓନି, ମାସିକ ଭତ୍ତା ହଜାରେ
ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି। ଏହାର ହିତାଧିକାରୀ ତାଳିକାରେ ରହିଛି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାଁ।
National
୧୩ କୋଟିର ଘଣ୍ଟା ଆଣିଲେ ଦମ୍ପତି, ବାନ୍ଧିଲା ପୁଲିସ
ଦୁବାଇରୁ ପ୍ରାୟ ୧୩ କୋଟି ଟଙ୍କା ମୂଲ୍ୟର ଦୁଇଟି ଦାମୀ ଘଣ୍ଟା ଚୋରା ଚାଲାଣ କରିବା ଅଭିଯୋଗରେ ରାଜସ୍ଥାନର ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଶୁକ୍ରବାର ଅହମ୍ମଦାବାଦ ବିମାନବନ୍ଦରରୁ ପୁଲିସ ଗିରଫ କରିଛି।
National
ଉଇ ଖାଇଗଲା ଲକର୍ର ୧୮ ଲକ୍ଷ
୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା।
National
ଏନ୍କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ
ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।