ଫାଇନାଲ ଖେଳିଲେନି ବିକାଶ, ମ୍ୟାରିକମଙ୍କୁ ବ୍ରୋଞ୍ଜ

ଅମ୍ମାନ: ଭାରତର ଷ୍ଟାର ବକ୍ସର ବିକାଶ କ୍ରୀଷ୍ଣା ଏସିଆନ ବକ୍ସିଂ କ୍ୱାଲିଫାୟର୍ସର ଫାଇନାଲରେ ପ୍ରବେଶ କରି ଥିଲେ ହେଁ ମ୍ୟାଚ୍‌ ଖେଳିବାକୁ ମନା କରିଦେଇଛନ୍ତି। ସେ ମ୍ୟାଚ୍‌ ପୂର୍ବରୁ ଆହତ ହୋଇଥିବାରୁ ଏଭଳି ନିଷ୍ପତ୍ତି ନେଇଛି। ଫଳରେ ତାଙ୍କୁ ରୌପ୍ୟ ପଦକରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେ ଆଜି ୬୯ କେଜି ବର୍ଗର ଫାଇନାଲରେ ଜୋର୍ଡାନର ଜେୟାଦ ଇଶାହାଶଙ୍କୁ ଭେଟିବାର ଥିଲା। ତେବେ ମ୍ୟାଚ୍‌ ପୂର୍ବରୁ ସେ ଆଖି ଜନିତ ସମସ୍ୟାରେ ପଡ଼ିଥିଲେ। ଗତକାଲି ମ୍ୟାଚ୍‌ […]

dd

Hemant Lenka
  • Published: Wednesday, 11 March 2020
  • , Updated: 11 March 2020, 05:00 PM IST

ଅମ୍ମାନ: ଭାରତର ଷ୍ଟାର ବକ୍ସର ବିକାଶ କ୍ରୀଷ୍ଣା ଏସିଆନ ବକ୍ସିଂ କ୍ୱାଲିଫାୟର୍ସର ଫାଇନାଲରେ ପ୍ରବେଶ କରି ଥିଲେ ହେଁ ମ୍ୟାଚ୍‌ ଖେଳିବାକୁ ମନା କରିଦେଇଛନ୍ତି। ସେ ମ୍ୟାଚ୍‌ ପୂର୍ବରୁ ଆହତ ହୋଇଥିବାରୁ ଏଭଳି ନିଷ୍ପତ୍ତି ନେଇଛି। ଫଳରେ ତାଙ୍କୁ ରୌପ୍ୟ ପଦକରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସେ ଆଜି ୬୯ କେଜି ବର୍ଗର ଫାଇନାଲରେ ଜୋର୍ଡାନର ଜେୟାଦ ଇଶାହାଶଙ୍କୁ ଭେଟିବାର ଥିଲା। ତେବେ ମ୍ୟାଚ୍‌ ପୂର୍ବରୁ ସେ ଆଖି ଜନିତ ସମସ୍ୟାରେ ପଡ଼ିଥିଲେ। ଗତକାଲି ମ୍ୟାଚ୍‌ ବେଳେ ତାଙ୍କ ବାମପଟ ଆଖିରେ ମାଡ଼ ହୋଇଥିଲା। ଏହା ଅତ୍ୟନ୍ତ ଗୁରୁତର ରହିଛି ଏବଂ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ।

ଏହି କାରଣରୁ ସେ ମ୍ୟାଚ୍‌ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ବିକାଶ ମ୍ୟାଚ୍‌ ଖେଳିବାକୁ ମନା କରିବାରୁ ଜେୟାଦଙ୍କୁ ୬୯ କେଜି ବର୍ଗରେ ବିଜେତା ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ଭାରତର ଅନ୍ୟତମ ମହିଳା ଷ୍ଟାର ବକ୍ସର ମ୍ୟାରିକମ ସେମି ଫାଇନାଲ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ୬ ଥରର ବିଶ୍ୱ ବିଜେତା ମ୍ୟାରିକମ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସେ ସେମିରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ୧-୪ରେ ପୂର୍ବତନ ୟୁଥ ଅଲିମ୍ପିକ୍ସ ଚାମ୍ପିୟନ ଚାଇନାର ଚାଙ୍ଗ ୟୁ୍ରଆନଙ୍କ ଠାରୁ ପରାସ୍ତ ହୋଇଛନ୍ତି।

Related story