ବିକ୍ରମ ରାଠୋର ହେବେ ଟିମ୍ ଇଣ୍ଡିଆ ବ୍ୟାଟିଂ କୋଚ୍

ମୁମ୍ବାଇ: ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ ହେବେ। ସେ ସଞ୍ଜୟ ବାଙ୍ଗରଙ୍କ ସ୍ଥାନ ନେବେ। ତେବେ ଭରତ ଅରୁଣ ଓ ଆର୍ ଶ୍ରୀଧର ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍ ଭାବେ ସ୍ଥାନ ବଜାୟ ରଖିବେ। ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଜାତୀୟ ଚୟନ କମିଟି ସପୋର୍ଟ ଷ୍ଟାଫର ଏହି ତିନୋଟି ମହତ୍ତ୍ୱପୂର୍ଣ୍ଣ ପଦବୀ ପାଇଁ ତିନିଜଣ ଲେଖାଏ ନାଁ ସୁପାରିସ୍ କରିଛି। ତେବେ ଦ୍ୱୈତ ସ୍ୱାର୍ଥ […]

vikarm

vikarm

Ranjit Kumar Jena
  • Published: Thursday, 22 August 2019
  • Updated: 22 August 2019, 09:54 PM IST

Sports

Latest News

ମୁମ୍ବାଇ: ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ ହେବେ। ସେ ସଞ୍ଜୟ ବାଙ୍ଗରଙ୍କ ସ୍ଥାନ ନେବେ। ତେବେ ଭରତ ଅରୁଣ ଓ ଆର୍ ଶ୍ରୀଧର ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍ ଭାବେ ସ୍ଥାନ ବଜାୟ ରଖିବେ।

ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଜାତୀୟ ଚୟନ କମିଟି ସପୋର୍ଟ ଷ୍ଟାଫର ଏହି ତିନୋଟି ମହତ୍ତ୍ୱପୂର୍ଣ୍ଣ ପଦବୀ ପାଇଁ ତିନିଜଣ ଲେଖାଏ ନାଁ ସୁପାରିସ୍ କରିଛି। ତେବେ ଦ୍ୱୈତ ସ୍ୱାର୍ଥ ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ଜଡ଼ିତ ମାମଲାର ଔପଚାରିକ ଭାବେ ପୂରଣ ହେବା ପରେ ପ୍ରତି ବର୍ଗର ନାମର ଘୋଷଣା କରାଯିବ।

୫୦ ବର୍ଷୀୟ ରାଠୋର୍ ୧୯୯୬ରେ ଭାରତ ପକ୍ଷରୁ ୬ ଟେଷ୍ଟ ଓ ୭ ଦିନିକିଆ ମ୍ୟାଚ୍ ଖେଳିଥିଲେ, କିନ୍ତୁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ସେତେଟା ସଫଳତା ମିଳିନାହିଁ। ଘରୋଇ କ୍ରିକେଟରେ ସେ ପଞ୍ଜାବ ପକ୍ଷରୁ ଭଲ ପ୍ରଦର୍ଶନ କରିଛନ୍ତି। କିଛି ବର୍ଷ ତଳେ (୨୦୧୬) ପର୍ଯ୍ୟନ୍ତ ସନ୍ଦୀପ ପାଟିଲଙ୍କ ଅଧ୍ୟକ୍ଷତାରେ ସେ ସିନିୟର ଚୟନକମିଟିର ସଦସ୍ୟ ଥିଲେ। ରାଠୋର ଏହା ପୂର୍ବରୁ ଏନସିଏର ବ୍ୟାଟିଂ ପରାମର୍ଶଦାତା ଏବଂ ଅଣ୍ଡର୍-୧୯ ବ୍ୟାଟିଂ କୋଚ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନକୁ ରୋକାଯାଇଥିଲା, କାଣ ତାଙ୍କ ସମ୍ପର୍କୀୟ ଆଶିଷ କପୁର ଅଣ୍ଡର-୧୯ ଚୟନକମିଟିର ଅଧ୍ୟକ୍ଷ ଅଛନ୍ତି।

ବିସିସିଆଇ ସିଇଓ ରାହୁଲ ଜୋହରି କହିଛନ୍ତି, "ରାଠୋରଙ୍କ ପାଖରେ ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି ଏବଂ କୋଚ୍ ଭାବେ ତାଙ୍କ ଦକ୍ଷତା ଉପରେ ଆମର ପୂରା ବିଶ୍ୱାସ ରହିଛି।" ଚୟନ କମିଟିର ସୁପାରିସ୍ ଅନୁଯାୟୀ ବ୍ୟାଟିଂ କୋଚ୍ ବାଙ୍ଗର ଦ୍ୱିତୀୟ ଓ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାର୍କ ରାମପ୍ରକାଶ ତୃତୀୟ ନମ୍ବରରେ ରହିଛନ୍ତି।

ଟିମ୍ ଇଣ୍ଡିଆର ପୂର୍ବତନ ଫିଜିଓ ନୀତୀନ ପଟେଲଙ୍କୁ ପୁଣିଥରେ ଜାତୀୟ ଦଳର ଫିଜିଓ କରାଯାଇଛି। ସେହିପରି ଇଂଲଣ୍ଡର ଲ୍ୟୁକ୍ ଉଡହାଉସଙ୍କୁ କଣ୍ଡିସନିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ପ୍ରଶାସନିକ ମ୍ୟାନେଜର୍ ସୁନୀଲ ସୁବ୍ରମଣ୍ୟମଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ତାଙ୍କ ସ୍ଥାନରେ ଗିରୀଶ ଡୋଙ୍ଗରେଙ୍କୁ ନିଯୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story