ଫଟୋଗ୍ରାଫରଙ୍କ ଉପରେ କାହିଁକି ରାଗିଲେ ବିରାଟ?

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡ ଡିଭା ଅନୁଷ୍କା ଶର୍ମାଙ୍କର ହୋଲିଦିନ ନୂଆ ଫିଲ୍ମ ‘ପରୀ’ ରିଲିଜ ହୋଇଛି। ଏହି ଫିଲ୍ମଟିକୁ ଦେଖିବା ପାଇଁ ବିରାଟ ମାର୍ଚ୍ଚ ୧ ତାରିଖ ଦିନ ଫିଲ୍ମର ସ୍କ୍ରିନିଂରେ ପହଞ୍ଚିଥିଲେ। ତାଙ୍କ ସହ ଅନୁଷ୍କାଙ୍କ ମାତାପିତା ମଧ୍ୟ ଥିଲେ। ଫିଲ୍ମ ଦେଖିସାରିବା ପରେ ବିରାଟ ହଲ୍ ବାହାରକୁ ଆସିଥିଲେ। ବାହାରକୁ ବାହାରିବା ମାତ୍ରେ ସେଠାରେ ଥିବା ବିଭିନ୍ନ ଗଣମାଧ୍ୟମର ଫଟୋଗ୍ରାଫରମାନେ ତାଙ୍କୁ ଘେରି ଯାଇଥିଲେ। ଫଟୋଗ୍ରାଫରମାନେ […]

virat image

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 12:48 PM IST

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡ ଡିଭା ଅନୁଷ୍କା ଶର୍ମାଙ୍କର ହୋଲିଦିନ ନୂଆ ଫିଲ୍ମ ‘ପରୀ’ ରିଲିଜ ହୋଇଛି। ଏହି ଫିଲ୍ମଟିକୁ ଦେଖିବା ପାଇଁ ବିରାଟ ମାର୍ଚ୍ଚ ୧ ତାରିଖ ଦିନ ଫିଲ୍ମର ସ୍କ୍ରିନିଂରେ ପହଞ୍ଚିଥିଲେ। ତାଙ୍କ ସହ ଅନୁଷ୍କାଙ୍କ ମାତାପିତା ମଧ୍ୟ ଥିଲେ। ଫିଲ୍ମ ଦେଖିସାରିବା ପରେ ବିରାଟ ହଲ୍ ବାହାରକୁ ଆସିଥିଲେ। ବାହାରକୁ ବାହାରିବା ମାତ୍ରେ ସେଠାରେ ଥିବା ବିଭିନ୍ନ ଗଣମାଧ୍ୟମର ଫଟୋଗ୍ରାଫରମାନେ ତାଙ୍କୁ ଘେରି ଯାଇଥିଲେ। ଫଟୋଗ୍ରାଫରମାନେ ତାଙ୍କ କାର ସାମ୍ନାରେ ଛିଡ଼ା ହୋଇ ଫଟୋ ଉଠାଇବାକୁ ଲାଗିଲେ। ଫଳରେ କାରଟି ଆଗକୁ ଯାଇପାରି ନଥିଲା। କାରଟିକୁ ଚଲାଉଥିଲେ ଅନୁଷ୍କାଙ୍କ ବାପା ଓ ପାଖରେ ବସିଥିଲେ ବିରାଟ।
ଅନୁଷ୍କାଙ୍କ ବାପା ବାରମ୍ବାର ସେମାନଙ୍କୁ ବାଟ ଛାଡ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ପଟୋଗ୍ରାଫରମାନେ ବାଟ ଛାଡ଼ୁ ନଥିଲେ। ଯାହାକୁ ଦେଖି ବିରାଟ ରାଗି ଯାଇଥିଲେ। କିନ୍ତୁ ବିରାଟ ନିଜ ରାଗକୁ ନିୟନ୍ତ୍ରଣ କରି ରାସ୍ତା ଅବରୋଧ କରିଥିବା ଲୋକମାନଙ୍କୁ ବାଟ ଛାଡ଼ିବାକୁ ଅନୁରୋଧ କରିଥିଲେ। ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ ହେଉଛି।

Related story